• Kichhi Kabita Kichhi Nirabata

    Kichhi Kabita Kichhi Nirabata

    This collection has fifty contemporary poems, and each poem is a pleasure reading. The poet engages the readers in complex and subtle questions about desire, loss and hope where the limits of language and love are inevitable and ineffable. Each poem sings with an evocative call for living well in the world.

    160.00
    Add to cart
  • Kichhi Katha Kichhi Bichara

    Kichhi Katha Kichhi Bichara

    ଡକ୍ଟର ସଂଘମିତ୍ରା ଭଞ୍ଜ (୧୯୭୫) ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା, ଅନୁବାଦିକା ତଥା ସଂପାଦିକା ମଧ୍ୟ । ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ସାଧକମାନଙ୍କୁ ନେଇ ତାଙ୍କର ତୁଳନାତ୍ମକ ଅଧ୍ୟୟନ ପ୍ରସୂତ ସମାଲୋଚନା ପୁସ୍ତକ ‘ସ୍ରଷ୍ଟା-ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ’ ତାଙ୍କ ସ୍ୱତନ୍ତ୍ର ଗବେଷଣା ଏବଂ ବୁଦ୍ଧିଦୀପ୍ତତାର ପରିଚୟ ବହନ କରେ । ‘ବୋଧିଛାୟା’ ତାଙ୍କର ତୃତୀୟତମ ବହୁଚର୍ଚ୍ଚିତ ମୌଳିକ କବିତା ପୁସ୍ତକ । ସଂଘମିତ୍ରାଙ୍କର ସମାଲୋଚନା ପୁସ୍ତକ ମଧ୍ୟରେ ରହିଛି ‘ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନଙ୍କ କ୍ଷୁଦ୍ର ଗଳ୍ପ’, ‘ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦ’, ‘ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ’ ଏବଂ ‘ସମାଜ ଦର୍ଶନ ଓ ସାହିତ୍ୟ’ ଏବଂ ‘ପ୍ରତିଭା ପରିଚର୍ଚ୍ଚା’ ଇତ୍ୟାଦି ଉଲ୍ଲେଖନୀୟ । ବିଶିଷ୍ଟ ହିନ୍ଦୀ କବି ମାଧବ କୌଶିକଙ୍କ ‘ଶୁନୋ ରାଧିକା’ ଏବଂ ଏନ୍].ବି.ଟି. ଦ୍ୱାରା ନିର୍ଦ୍ଦେଶିତ ଚାରିଟି ଶିଶୁଗଳ୍ପ ପୁସ୍ତକର ସେ ଅନୁବାଦିକା । ସଂପାଦନା କ୍ଷେତ୍ରରେ ‘ଗୌରହରି ଦାସଙ୍କ ସାରସ୍ୱତ ବଳୟ’, ‘ପ୍ରାଚୀନ କାବ୍ୟ-ବିତାନ’ ‘ମଧ୍ୟଯୁଗୀୟ କାବ୍ୟ-ବିତାନ’ ଏବଂ ‘କଳ୍ପଲୋକର ଛାୟା’, ‘ଏକବିଂଶ ଶତାବ୍ଦୀର ଆଲୋକବର୍ତ୍ତିକା ମା’ ରମାଦେବୀ’ ପରେ ‘ପ୍ରବାସୀ ଓଡ଼ିଆ ସାହିତ୍ୟ ସୃଷ୍ଟି ଓ ସମୀକ୍ଷା’ ତାଙ୍କର ଅନ୍ୟତମ ସଂପାଦନା ପୁସ୍ତକ । ସଂପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ବିଭାଗମୁଖ୍ୟ ଭାବରେ କାର୍ଯ୍ୟରତ ।

    350.00
    Add to cart
  • Kichhi Sata Kichhi Gapa

    Kichhi Sata Kichhi Gapa

    Kichhi Sata Kichhi Gapa is the second collection of short stories of the author. This collection has fifteen short stories that based on real life events experienced by the author. The language and presentation style would touch the hearts of the readers for sure.

    170.00
    Add to cart
  • Kie Kahiba, Kana Heba?

    Kie Kahiba, Kana Heba?

    ବିଜ୍ଞାନର ସବୁଠାରୁ ବଡ଼ ‘ସଫଳତା’ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରାରେ ଅହେତୁକ ବୃଦ୍ଧି! ଉତ୍ତର ମେରୁର ବରଫ ଦ୍ରୁତ ଗତିରେ ତରଳୁଛି, ବିହନ ବ୍ୟାଙ୍କରୁ ବରଫ ତରଳି ଲୁହା ସିନ୍ଧୁକ ଦେଖାଗଲାଣି । ଅନ୍ତର୍ଜାତିକ ବିହନବ୍ୟାଙ୍କ ଏବେ ଦୁର୍ଦ୍ଦଶାଗ୍ରସ୍ତ । “ଜଳବାୟୁ ପରିବର୍ତ୍ତନ ଓ ହିସାବ ବିଗିଡିଗଲା”ରେ ପ୍ରଫେସର ରାଧାମୋହନ ମାନବସମାଜ ପାଇଁ ବାର୍ତ୍ତା ଦେଇଛନ୍ତି, “ପ୍ରକୃତି ମଣିଷର ଔଦ୍ଧତ୍ୟକୁ ବରଦାସ୍ତ କରିବ ନାହିଁ- ସେ ଉଗ୍ର ହେବ । ବନ୍ୟା-ବାତ୍ୟା-ମରୁଡ଼ି ପୃଥିବୀର ସ୍ଥିତିକୁ ଦୋହଲାଇଦେବ । ଷ୍ଟିଫେନ୍ ହକିନ୍]ସ୍ ୨୦୧୮ରେ ସତର୍କ କରିଥିଲେ “ମଣିଷ ପ୍ରକୃତିକୁ ଯେପରି ଲୁଣ୍ଠନ କରୁଛି, ଖୁବ ଶୀଘ୍ର ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନର ଶିକାର ହେବ । ୨୦୫୦-୬୦ବେଳକୁ ମଣିଷ ପୃଥିବୀରୁ ଲୋପ ପାଇଯିବ ।” ପ୍ରଫେସର ରାଧାମୋହନ ଓ ଷ୍ଟିଫେନ ହକିନ୍]ସ୍ ଏକା କଥା କୁହନ୍ତି । କିନ୍ତୁ ସାଧାରଣ ଚାଷୀ, ମୂଲିଆ ଓ ସ୍କୁଲଛାତ୍ରମାନେ ଷ୍ଟିଫେନ୍ ହକିନ୍]ସ୍]ଙ୍କୁ ବୁଝିବା କଷ୍ଟ । ପ୍ରଫେସର ରାଧାମୋହନଙ୍କ ଉପସ୍ଥାପନା ଅତି ନିଆରା । ତାଙ୍କ ଲେଖାକୁ ୮/୧୦ ବର୍ଷର ପିଲାଠାରୁ ଆରମ୍ଭ କରି ଗାଁର ୭୦/୮୦ବର୍ଷର ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସହଜରେ ବୁଝିଯିବେ । ମୁଁ ଜଣେ ଆଜୀବନ ଶିକ୍ଷାର୍ଥୀ । ପ୍ରଫେସର ରାଧାମୋହନଙ୍କ ଜ୍ଞାନ ମାପିବା ମୋ ପକ୍ଷେ ସମ୍ଭବ ନୁହଁ । କେବଳ ଏତିକି କହିବି ଯେ ପ୍ରଫେସର ରାଧାମୋହନଙ୍କୁ ତାଙ୍କ ହାତତିଆରି ‘ସମ୍ଭବ’ ଓ କାଳଜୟୀ ଗଣସାହିତ୍ୟ ଅମର କରି ରଖିବ – ନଟବର ଷଡ଼ଙ୍ଗୀ –

    220.00
    Add to cart
  • Krushnabarna Janha O Anyanya Kabita

    Krushnabarna Janha O Anyanya Kabita

    ସମାଜରେ ସାହିତ୍ୟର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ସେଥିରେ ତିଳେମାତ୍ର ଦ୍ୱନ୍ଦ୍ୱର ଅବକାଶ ନାହିଁ । ମୋର ସ୍ୱଳ୍ପ ଅଧ୍ୟୟନରୁ ମୁଁ ଏତିକି ବୁଝିଛି ଯେ ଏକ ସୁସ୍ଥ ଓ ପରିପକ୍ୱ ସମାଜ ଗଠନ କରିବାରେ, ମଣିଷକୁ ସମ୍ବେଦନଶୀଳ କରି ଗଢ଼ି ତୋଳିବାରେ ସାହିତ୍ୟର ଅବଦାନ ଅନନ୍ୟ । ସାହିତ୍ୟର ସାରସ୍ୱତ ସାଧକମାନଙ୍କର ପ୍ରଚେଷ୍ଟା ବଳରେ ବିଶ୍ୱ ଇତିହାସରେ କେତେ କେତେ ବୈପ୍ଳବିକ ସଂସ୍କାର ସମ୍ଭବ ହୋଇପାରିଛି । “ତରବାରୀଠାରୁ କଲମର ବଳ ବେଶୀ’ ଏକଥା ବି ସର୍ବସମ୍ମତିରେ ସର୍ବସାଧାରଣରେ ଗ୍ରାହ୍ୟ । ସୁତରାଂ ଜଣେ ଲେଖକଙ୍କର ଦାୟିତ୍ୱ କେବଳ ନିଜର ବ୍ୟକ୍ତିଗତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଏବଂ ପାଠକପାଠିକାଙ୍କ ମନୋରଞ୍ଜନ କରିବାରେ ସୀମିତ ରହେ ନାହିଁ, ବରଂ ତାଙ୍କ ସର୍ଜନା ମାଧ୍ୟମରେ ବ୍ୟବସ୍ଥାକୁ ବଦଳାଇବାର ଭରପୁର ପ୍ରୟାସ ଥାଏ ବା ରହିବା ଆବଶ୍ୟକ ।

    ନିଜକୁ କବି କିମ୍ବା ଲେଖକ ବୋଲି କହିବାର ଦୁଃସାହସ କେବେ କରିବି ନାହିଁ । ଏ ବହିରେ ଯାହା କିଛି ଲେଖା ସ୍ଥାନ ପାଇଛି ସେଗୁଡ଼ିକୁ କବିତାର ଆଖ୍ୟା ଦିଆଯାଇ ପାରିବ କି ନାହିଁ ତା’ର ବିଚାର ବି ମୁଁ ପାଠକପାଠିକାମାନଙ୍କ ଉପରେ ଛାଡ଼ି ଦେଇଛି । ଏଥିରେ ଥିବା ଲେଖାଗୁଡ଼ିକ ଭିନ୍ନଭିନ୍ନ କଥାବସ୍ତୁ ଉପରେ ଆଧାରିତ । ଏସବୁର ସ୍ରଷ୍ଟା ହିସାବରେ କେବଳ ଏତିକି କହିବି ଯେ ଯେଉଁସବୁ ଭାବନା ମୋ ଛାତି ଭିତରେ ଉଙ୍କି ମାରୁଥିଲେ, ମୋ ନିସଙ୍ଗତାରେ ମୋ ଭିତରେ ଆଲୋଡ଼ନ ସୃଷ୍ଟି କରୁଥିଲେ, ସେସବୁକୁ ସାଦାକାଗଜର ଛାତି ଉପରେ ଢାଳି ଦେଇଛି । ଯେଉଁସବୁ ଅନୁଭୂତି ମୋ ଦେହ ମନରେ ରୋମାଞ୍ଚ ଭରି ଦେଇଛି, ଯେତେ ଯେତେ ଘଟଣା ମୋ ଆତ୍ମାକୁ ଆନ୍ଦୋଳିତ କରିଛି ଓ ଯେଉଁସବୁ କଥା ମୋତେ ବ୍ୟଥିତ କରିଛି, ସେସବୁକୁ ସିଧାସିଧା ବ୍ୟକ୍ତ କରିଦେଇଛି । ଯାହା ବି ଲେଖିଛି ଶୁଦ୍ଧ ଆଶା ଓ ଆକାଂକ୍ଷା ନେଇ ଲେଖିଛି ।

    ପରିଶେଷରେ ଆପଣମାନଙ୍କୁ ସବିନୟ ନିବେଦନ କରିବି ଯେ ଯଦି ମୋର ଏହି ଲେଖାଗୁଡ଼ିକର ଭାବବସ୍ତୁ ଆପଣମାନଙ୍କ ମନକୁ ଛୁଏଁ ତେବେ ସେଗୁଡ଼ିକୁ ବହୁତ ସାରା ଭଲପାଇବା ଦେବେ ଏବଂ ମୋତେ ଆଶୀର୍ବାଦ କରିବା ହେବେ । ଲେଖାଗୁଡ଼ିକ ଭଲ ନଲାଗିଲେ କ୍ଷମା କରିଦେବେ । ଧନ୍ୟବାଦ ।

    170.00
    Add to cart
  • Kshudragalpara Mrutyu

    Kshudragalpara Mrutyu

    Kshudragalpara Mrutyu is a translation short stories of 50 short stories from 37 countries. An attempt has been taken to introduce micro fiction or very short stories to Odia readers. These stories represent a longer period and wider geographical location.

    250.00
    Add to cart
  • Kshyamatara Khia

    Kshyamatara Khia

    “ମୁଁ ହିଁ ସର୍ବେସର୍ବା” ରୂପୀ ଏକ ମାନସିକ ରୋଗ ସେଇ ସମସ୍ତ ମଣିଷମାନଙ୍କୁ ଗ୍ରାସ କରିଛି ଯାହାଙ୍କ ପାଖରେ କ୍ଷମତା ରହିଛି କୌଣସି ନା କୌଣସି ରୂପରେ। ତେବେ ଏ କ୍ଷମତାର ଖିଅ ବାସ୍ତବରେ କୋଉଠି ଯାଇ ସରିଛି? ଯାହା ମୁଁ ଜୀବନର ସଂକ୍ଷିପ୍ତ ଅନୁଭୂତିରୁ ବୁଝିଛି ତାହା କ’ଣ ଆପଣମାନେ ମଧ୍ୟ ଉପଲବ୍ଧି କରିଛନ୍ତି? ମୋର ଦୃଢ଼ ବିଶ୍ବାସ ଆପଣମାନଙ୍କ ମଧ୍ୟରୁ ଅନେକେ ଦେଖିପାରିଥିବେ ପୂର୍ଣ୍ଣଚ୍ଛେଦର ପୂର୍ଣ୍ଣାଙ୍ଗ ଅବସ୍ଥା।

    180.00
    Add to cart
  • Kshyamaya Dharitri

    Kshyamaya Dharitri

    ଆମ ସମୟର ଏକ ସୃଜନ ପ୍ରବାହ ଶାନ୍ତିପ୍ରିୟା ମିଶ୍ର । ଭାବ ଭାବନାରେ ଅହରହ ବୁଡ଼ିରହି ସେ ଖୋଜୁ ଥାଆନ୍ତି ଶବ୍ଦ । ଶବ୍ଦମାନେ ଭାବମୟ ହୁଅନ୍ତି, ଉଦ୍]ବେଳନ ସୃଷ୍ଟି କରନ୍ତି ଓ ଲେଖିକାଙ୍କୁ ଉଦ୍]ଭ୍ରାନ୍ତ କରନ୍ତି । ନାରୀ କେବଳ କ୍ଷମାର ସାଗର ନୁହେଁ; ସେ ମହାଦ୍ରୁମ ଗଛଟିଏ । ଆପଣାରମାନଙ୍କୁ ବଞ୍ôଚବାର ଆଶା ଦେଇ ନିରନ୍ତର ସଂଘର୍ଷ କରି କରି ସ୍ୱର୍ଗକୁ ଚାଲିଯାଏ । ଗୃହସ୍ଥ ଆଶ୍ରମକୁ ତପୋବନ ମନେ କରି ସେ ଲେଖି ଚାଲିଛନ୍ତି କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା ଏବଂ ଜୀବନ ଅପରାହ୍ନର ସୃଷ୍ଟି ‘କ୍ଷମୟା ଧରିତ୍ରୀ’ ବହୁ ଅନୁଭୂତିର ସମାବେଶଟିଏ । ଆଶା ଓ ବିଶ୍ୱାସ ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବ । ତାଙ୍କର ପ୍ରକାଶିତ ଅନ୍ୟତମ ପୁସ୍ତକ ହେଲା- ‘ଭକ୍ତି ପିୟୁଷ’ ପ୍ରଥମ ଓ ଦ୍ୱିତୀୟ ଖଣ୍ଡ ।

    220.00
    Add to cart
  • Kumara Sambhaba

    Kumara Sambhaba

    Kumārasambhavam is an epic poem by Kālidāsa. It is widely regarded as the finest work of Kalidasa as well as the greatest kāvya poem in Classical Sanskrit. The style of description of spring set the standard for nature metaphors pervading many centuries of Indian literary tradition.

    320.00
    Add to cart
  • Kuntinka Uwill

    Kuntinka Uwill

    ଉମାକାନ୍ତ ବାବୁ ଖୁବ୍ ବିଳମ୍ବରେ – ପ୍ରାୟ ୧୯୮୬ ମସିହାରେ ସାହିତ୍ୟରେ ମନୋନିବେଶ କଲେ । ଅନେକ କ୍ଷୁଦ୍ରଗଳ୍ପ, ନିବନ୍ଧ, ରମ୍ୟ ରଚନାର ସ୍ରଷ୍ଟା ଉମାକାନ୍ତ ବାବୁ ଜଣେ ସ୍ତମ୍ଭକାର ଭାବେ ବିଭିନ୍ନ ବିଷୟର ଅନୁଶୀଳନ କରି ନାନାଦି ପ୍ରାସଙ୍ଗିକ ଅଥଚ ସର୍ବସାଧାରଣରେ ଅବିଦିତ ତଥ୍ୟ ପରିବେଷଣ କରି ଏକ ବୃହତ୍ ପାଠକ ଗୋଷ୍ଠୀର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ଅନବଦ୍ୟ । ସେଥିରେ ସେ କଥକ ପରି ଚରିତ୍ରମାନଙ୍କୁ ଟିକିଏ ଦୂରରୁ (କିନ୍ତୁ ଏତେ ଦୂରୁ ନୁହେଁ ଯେ ସେମାନେ ଇତର ଲୋକ ବା ଅନାତ୍ମୀୟ ପରି ଦିଶିବେ) ଦେଖି ସେମାନଙ୍କର ନିତିଦିନିଆ ଜୀବନ ଓ ତା’ର ଅନ୍ତରାଳରେ ଥିବା ଜୀବନର ଚିତ୍ର ଉପସ୍ଥାପନ କରନ୍ତି । ଶୈଳୀ କଥକର ଶୈଳୀ ପରି – କାହାଣୀଟିକୁ ବିନା ବାକ୍ୟାଡମ୍ବରରେ ଓ ସଂକ୍ଷେପରେ କହିବା ସେ ଶୈଳୀର ଲକ୍ଷ୍ୟ । ଉମାକାନ୍ତ ବାବୁ ତିନିଟି ଖୁବ୍ ଅସାଧାରଣ ଓ ସାର୍ଥକ ଉପନ୍ୟାସର ରଚୟିତା ମଧ୍ୟ ।ଓଡ଼ିଆ ବ୍ୟତୀତ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷାରେ ସେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଉର୍ଦ୍ଦୁର ମହାନ୍ କବି ମୀର୍ଜା ଗାଲିବ୍]ଙ୍କର କବିତାର ସେ ଓଡ଼ିଆ ରୂପାନ୍ତର କରିଛନ୍ତି ଏବଂ ଗାଲିବ୍ ତଥା ଅନ୍ୟାନ୍ୟ ସମକାଳୀନ ଉର୍ଦ୍ଦୁ କବିଙ୍କର ଅନନ୍ୟ କବି ପ୍ରତିଭାର ପ୍ରବକ୍ତା ଭାବେ ସେ ୧୯୯୯ ମସିହାରେ ଗାଲିବ୍]ଙ୍କର ଦ୍ୱିତୀୟ ଶତବାର୍ଷିକ ଜୟନ୍ତୀକୁ ଭାରତ ସରକାରଙ୍କ ଦ୍ୱାରା ବିଶେଷ ଭାବେ ନିମନ୍ତ୍ରିତ ହୋଇଥିଲେ ।

    200.00
    Add to cart
  • Kurukshetrara Thikana O Anyanya Nataka

    Kurukshetrara Thikana O Anyanya Nataka

    This collection has five plays written by eminent Odia author Ramachandra Behera.

    1. Asthayi Thikana
    2. Kurukshetrara Thikana
    3. Chhabi
    4. Maladehara Kahani
    5. Dhusara Pruthibi
    360.00
    Add to cart
  • Labanga

    Labanga

    ଲବଙ୍ଗର ମୂଳ ହିନ୍ଦି ଲେଖକ ସ୍ୱର୍ଗତ କୁଶବାହା କାନ୍ତ ଏହାକୁ ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଲେଖିଥିଲେ । ସେଥିରେ ସେ ସେତେବେଳର ଅର୍ଥାତ୍] ଦେଶ ସ୍ୱାଧୀନ ହେବାର ଠିକ୍] ପୂର୍ବର ଏବଂ ପରବର୍ତ୍ତୀ କାଳର ସାମାଜିକ ତଥା ଅର୍ଥନୈତିକ ଅବସ୍ଥାର ସୁନ୍ଦର ଭାବରେ ଚିତ୍ରଣ କରିଥିଲେ । ମୋତେ ବହୁତ ଭଲ ଲାଗିଥିଲା, ତେଣୁ ତାକୁ ଓଡ଼ିଆ ଭାଷାରେ ଅନୁବାଦ କରିବାକୁ ମନସ୍ଥ କରିଥିଲି ।

    ଏହି ମୂଳ ପୁସ୍ତକଟି ଲେଖା ହେଲାବେଳେ ସେତେବେଳର ଟଙ୍କା ପଇସା ଆମର ଏବେକାର ଚଳୁଥିବା ଟଙ୍କା ପଇସା ଠାରୁ ଅଲଗା ଥିଲା । ସେତେବେଳେ ଏକ ଟଙ୍କା ଷୋଳ ଅଣା ଏବଂ ଏକ ଅଣା ଚାରି ପଇସା ଥିଲା । ପୁଣି ଏକ ପଇସାର ଅଧାକୁ ଅଧୁଲି କୁହାଯାଉଥିଲା ଏବଂ ପଇସାର ଏକ ତୃତୀୟାଂଶକୁ ପାହୁଲି କୁହାଯାଉଥିଲା । ସେତେବେଳର ବଜାର ଦରଦାମକୁ ନେଇ ଏତିକି କୁହାଯାଇପାରେ ଯେ, ସେତେବେଳେ ସୁନା ଏକଭରି (୧୧.୬୬ ଗ୍ରାମ)ର ମୂଲ୍ୟ ୯୯ ଟଙ୍କା ଥିଲା । ସେହି ପରିପ୍ରେକ୍ଷୀରେ ପାଠକମାନେ ଏହି ବହିଟିକୁ ପଢ଼ିବାକୁ ଅନୁରୋଧ ।

    — ଚିତ୍ତରଞ୍ଜନ ପଟ୍ଟନାୟକ

    350.00
    Add to cart