-
-
Streeloka
₹180.00କବିତାର କୋମଳ ପୃଥିବୀରେ ଅସହାୟତା ଓ ଆକ୍ରୋଶର ଦୀର୍ଘଶ୍ୱାସ ଟାଣି, ବନ୍ଧୁତ୍ୱ ଓ ସଂପ୍ରୀତିର ଆନନ୍ଦ ଖେଳାଇ ଗୋଟିଏ ଏମିତି ପୃଥିବୀର ଚିତ୍ର ‘ସ୍ତ୍ରୀଲୋକ’ ଦିଏ, ଯେଉଁଠି ବ୍ୟକ୍ତି ସମୂହର ବ୍ୟଞ୍ଜନାରେ ଉତ୍]କୀର୍ଣ; ଯେଉଁଠି ସମକାଳ ସର୍ବକାଳର ବ୍ୟଞ୍ଜନାରେ ମହନୀୟ; ଯେଉଁଠି ବ୍ୟଥା ସହ ଏକୀଭୂତ ସହାନୁଭୂତି ଓ ସୌନ୍ଦର୍ଯ୍ୟାନୁଭୂତି ସହ ଏକୀଭୂତ ଜୀବନଦର୍ଶନ । ‘ସ୍ତ୍ରୀଲୋକ’ ସଂକଳନର କବିତାଗୁଡ଼ିକ ନାରୀର ସ୍ୱାଭିମାନ ଓ ସ୍ୱାଧିକାର, ସମଗ୍ର ପୃଥିବୀର ନାନାନୁ କଷଣ ଓ ଜୀବନର କୋମଳତା ଓ ପ୍ରତୀ-ସଂପ୍ରୀତିକୁ ସେଗୁଡ଼ିକର ସର୍ବୋଚ୍ଚ ନାନ୍ଦନିକତା ସହ ରୂପାୟିତ କରିଛି ।
-
Sua Muhanara Patara
₹400.00ପ୍ରାଣବନ୍ଧୁ କର ଏକାଧାରରେ ଥିଲେ ଜଣେ ସଫଳ, ଆଦୃତ ଓ ଯଶସ୍ୱୀ ଗାଳ୍ପିକ ଓ ନାଟ୍ୟକାର । ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଆଧୁନିକ ଓଡ଼ିଆ ଗଳ୍ପଧାରାକୁ ଯେଉଁମାନେ ନୂତନ ଦିଗ୍]ଦର୍ଶନ ଦେଇଛନ୍ତି ସେମାନଙ୍କ ଭିତରୁ ସେ ହେଲେ ଅନ୍ୟତମ । ତାଙ୍କର ଗଳ୍ପଗୁଡ଼ିକ ବୈଚିତ୍ର]୍ୟପୂର୍ଣ୍ଣ, ବାସ୍ତବବାଦୀ, ଆଧୁନିକ ଓ ମନସ୍ତାତ୍ତ୍ୱିକ ବିଶ୍ଳେଷଣରେ ଭରପୂର । ଭାଷା ଓ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ସ୍ୱାଭାବିକ, ସାବଲୀଳ ଓ ନାଟକୀୟ । ଅଧ୍ୟାପନା ବୃତ୍ତି ହେତୁ ସେ ସମାଜ, ପାରିପାଶ୍ୱିର୍କ ପରିବେଶ ଓ ସ୍ୱାଧୀନତା ପରେ ଦେଶର ପରିବର୍ତ୍ତନକୁ ଅତ୍ୟନ୍ତ ନିଖୁଣ ଭାବେ ନିରେଖି ତାଙ୍କ ସାହିତ୍ୟ ସୃଷ୍ଟି କରୁଥିଲେ । ସମକାଳୀନ ସମାଜର ଜୀବନ, ସଂଘର୍ଷ, ସୁଖ-ଦୁଃଖ, ଆଶା ଓ ନିରାଶା ଉପରେ ତାଙ୍କ ଗଳ୍ପଗୁଡ଼ିକ ମୁଖ୍ୟତଃ ଆଧାରିତ । ସେଗୁଡ଼ିକ ମଧ୍ୟରେ ଖୁବ୍ ସୁନ୍ଦର ଭାବେ ପ୍ରସ୍ଫୁଟିତ ପ୍ରେମ, ଉପେକ୍ଷିତ ବର୍ଗର ଉତ୍ପୀଡ଼ନ, ଶୋଷିତ ଆଦିବାସୀଙ୍କର ମର୍ମବେଦନା, ସେମାନଙ୍କର ପ୍ରତିବାଦ ଓ ସାଲିସବିହୀନ ସଂଗ୍ରାମ ପ୍ରତିଫଳିତ ହୋଇଛି । ଏସବୁରୁ ବାରି ହୋଇପଡ଼େ ପ୍ରାଣବନ୍ଧୁଙ୍କ ସାମ୍ୟବାଦ ବିଚାରଧାରା ଓ ଅନ୍ୟାୟ ବିରୋଧରେ ସ୍ୱର ।
ପ୍ରାଣବନ୍ଧୁ ନ ଥିଲେ ବହୁପ୍ରସୂ । ଦୀର୍ଘ ସାତ ଦଶନ୍ଧିର ସାହିତ୍ୟ ସାଧନାରେ ସେ ସୃଷ୍ଟି କରିଥିଲେ ମୋଟ ୫୨ଟି ଗପ । ତାଙ୍କ ସ୍ୱୀକାରୋକ୍ତି ଅନୁଯାୟୀ, ପତ୍ରପତ୍ରିକାର ସମ୍ପାଦକ ବା ଛାତ୍ରଛାତ୍ରୀଙ୍କ ବିନା ଚାପରେ ତାଙ୍କର କଲମ ଚାଲୁ ନ ଥିଲା । ସେ ନିଜର ପ୍ରଚାର ଓ ପ୍ରସାରକୁ ପସନ୍ଦ କରୁ ନ ଥିଲେ ।
ଓଡ଼ିଆ ଗଳ୍ପ ସାହିତ୍ୟର ଏହି ମହାମନିଷୀଙ୍କ ଲୋକପ୍ରିୟ ଗଳ୍ପସବୁକୁ ଏକାଠି କରି ବିଶ୍ୱର କୋଣଅନୁକୋଣରେ ଥିବା ଓଡ଼ିଆ ସାହିତ୍ୟପ୍ରେମୀଙ୍କ ନିକଟରେ ପହଞ୍ଚାଇବା ହେଲା ଏହି ସଂକଳନର ଉଦ୍ଦେଶ୍ୟ । ଆଶା, ପାଠକମାନେ ଏହାକୁ ଆଦରର ସହିତ ଗ୍ରହଣ କରିବେ ।
-
Subarna Dwipara Kalinga Raja
₹270.00ଏହି ପୁସ୍ତକଟି ପାଠକଙ୍କୁ ନେଇଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ସହିତ ରାଜଧାନୀ କଟକର ବାରବାଟୀରୁ ତଦାନୀନ୍ତନ ଗମନାଗମନ ରାସ୍ତାର ଗଡ଼ଗୁଡିକରେ ରାତ୍ରିଯାପନ କରି ଗଜପତି ଜୀବନର ସମସ୍ତ ସାଫଲ୍ୟ କାହାଣୀ ଅବଗତ କରାଇ ପୁଣ୍ୟତୋୟା କୃଷ୍ଣାନଦୀ ତଟ ବିଜୟବାହୁଡା ଓଡ଼ିଆ ଗଡ଼କୁ । ଦିନେ ଯେ ସିଂହାସନରୁ ଅବତରଣ କରି ଗଜପତି ଛଅଜଣ ମହାପାତ୍ରଙ୍କ ସହିତ ବିଜୟବାହୁଡ଼ା ଗସ୍ତକରିବେ ଏବଂ ଅନ୍ତିମ ଶଯ୍ୟାରେ ନିଜର ସମସ୍ତ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ଏହା ବିଧିର ବିଧାନ ଥିଲା । ଏହା ସହିତ ଅନ୍ତର୍ନିହିତ ଥିଲା ଗଜପତି ପରିବାର ପାଇଁ ଦାୟାଦ ଚୟନରେ ଜଗନ୍ନାଥଙ୍କର ସ୍ୱପ୍ନାଦେଶର ଫଳାଫଳ ।
-
-
SUKHMASAMIKSHYA PARIPREKHIRE ODIA SAHITYA: (Odia Literature in the Context of Micro-Criticism)
₹320.00ଏହି ନୂଆ ସମାଲୋଚନା ଗ୍ରନ୍ଥଟି, ଯାହାର ଶୀର୍ଷକ ରହିଛି “ସୂକ୍ଷ୍ମସମୀକ୍ଷା ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟ”; ଯେଉଁଥିରେ ଇକୋକ୍ରିଟିସିଜମ୍]ଠାରୁ ଆରମ୍ଭ କରି ୟୁଟୋପିଆବାଦ, ଡେଷ୍ଟୋପିଆବାଦ, ଫୁକୋଙ୍କ କ୍ଷମତା ସଂରଚନା, ସୂଚନାମୂଳକ ଶବ୍ଦ, ଗ୍ରାଫିକ୍ କଥାରଚନା, ଶୈଳୀ ଓ ଶୈଳୀବୈଜ୍ଞାନିକ ଅଧ୍ୟୟନ, ଅନ୍ତର୍ବିଦ୍ୟାମୂଳକ ଅଧ୍ୟୟନ, ରୂପାନ୍ତର ତତ୍ତ୍ୱ, ଭାରତୀୟ ଅଧ୍ୟାତ୍ମବାଦୀ ଜ୍ଞାନପରମ୍ପରା ଏବଂ ଉତ୍ତରସଂରଚନାବାଦୀ ଅସ୍ଥିର ଶବ୍ଦାର୍ଥ ଓ ଅନିଶ୍ଚୟ ଅବବୋଧ ପ୍ରଭୃତି ପ୍ରବନ୍ଧ ସ୍ଥାନିତ ହୋଇଛି, ଆଗାମୀ ଦିନରେ ଏହି ଗ୍ରନ୍ଥଟି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ ଓ ଆଦୃତି ଲଭିବ ବୋଲି ମୋର ବିଶ୍ୱାସ।
-
Sun in the Golden Chariot
₹200.00Sun in the Golden Chariot is the English translation of eminent Odia poet Praharaj Satyanarayan Nanda’s popular poetry collection “HIRANYAYENA SABITA RATHENA”. The poet has translated for global poetry lovers.
-
Sunya Pharda
₹250.00ସାହିତ୍ୟପ୍ରାଣ ମଣିଷ ହୁଏତ ସମ୍ପୂର୍ଣ୍ଣ ଖାଲି ହେବାର ବେଶ୍ କିଛି ସମୟ ପୂର୍ବରୁ ବୁଝିପାରେ ଅଦୃଷ୍ଟ ନିୟନ୍ତାଙ୍କର ଏଇ ବିଚିତ୍ର ଖେଳ। ତେଣୁ ଧୈର୍ଯ୍ୟ ରଖିବା ଜାଣେ। ନିଜକୁ ଖାଲି କରି ପୂର୍ଣ୍ଣ କରିବାରେ କେତେ ଯେ ସୁଖ ଜାଣେ ବୋଲି ସେ ଗଳ୍ପଟିଏ ଲେଖିବାର କ୍ରମକୁ ଭୋଗେ, ଜୀବନକୁ ଭୋଗେ।
ଏଇଭଳି ମୋତେ ଦୁଃଖରେ ଭିଜାଇଥିବା ଓ ସୁଖରେ ପରିପୂର୍ଣ୍ଣ କରିଥିବା ଏଇ ଗଳ୍ପଗୁଡ଼ିକରେ ହିଁ ମୁଁ ଢାଳିଦେଇଛି ମୋର ସେଇ ସବୁ ପରିପୂର୍ଣ୍ଣ ମୁହୂର୍ତ୍ତସବୁକୁ। ବୟସର ପରିପକ୍ୱତା କେତେବେଳେ ମୋ କଲମମୁନରେ ବାଢ଼ିଦେଇଛି ଅବିକଳ ସମାଜର ପ୍ରତିଛବିଟିଏ ତ କେତେବେଳେ ପିଲାଳିଆମି ଓ ସହଜପଣ ଆକ୍ରାନ୍ତ କରିଛି ମୋତେ। ମୁଁ ମୋ ଭିତରର ଲୁଚିରହିଥିବା ଚପଳ କିଶୋରୀ ବୟସକୁ ଫେରିଛି। ଏ ଗଳ୍ପସବୁ ସମୟ ସହିତ ମୁଁ ଭୋଗିଥିବା, ଦେଖିଥିବା ଚିତ୍ର ଓ ଚରିତ୍ରମାନଙ୍କର ପ୍ରତିଛବି ହିଁ କେବଳ, ଯାହାଙ୍କୁ ମୁଁ ଦେଖିଛି ମୋ ସୂକ୍ଷ୍ମ ଦୃଷ୍ଟିକୋଣରେ। ତଉଲିଛି ମୋର ସୂକ୍ଷ୍ମ ଚେତନାଶକ୍ତିରେ ଓ ଆଙ୍କିଛି ମୋର କଳ୍ପନା ପ୍ରବଣତାରେ। ସେମାନେ ମୋ କଲମ ମୁନରୁ ଉତୁରି ଆସି ମୋତେ ଶୂନ୍ୟ କରିଛନ୍ତି ତ ପର ମୁହୂର୍ତ୍ତରେ ନିଜ ଭଲପାଇବା ଦେଇ ପରିପୂର୍ଣ୍ଣ ମଧ୍ୟ କରିଛନ୍ତି। ମୁଁ କୃତଜ୍ଞ ସେମାନଙ୍କ ନିକଟରେ।
ଯଦି ଏ ଗଳ୍ପଗୁଡ଼ିକ ପଢ଼ି ଆଜିକାର ହାଇ ସ୍ପିଡ୍ ଜୀବନଦୌଡ଼ରେ ଥକିପଡୁଥିବା ମଣିଷ, ଜୀବନରେ ଥରଟିଏ ହାରିବା ଦୁଃଖରେ ଭାଙ୍ଗିପଡ଼ି ସରିଯାଉଥିବା ମଣିଷ, ଏକ୍ଲାପଣରେ ଭାଙ୍ଗିପଡୁଥିବା ମଣିଷ – ଜୀବନକୁ ପ୍ରାଣଭରି ଭଲପାଇବା ଶିଖେ, ଶୂନ୍ୟତାକୁ ପ୍ରାଣଭରି ଉପଭୋଗ କରିବାକୁ ଶିଖେ, ହାରିବା ଓ ହାରିଯାଇ ଶିଖିବା ସତ୍ୟତାକୁ ବୁଝିପାରେ, ତେବେ ମୋ ଲେଖନୀକୁ ମୁଁ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ଭାବିବି।
ଅପରିମିତ ଭଲପାଇବା ଓ ଶ୍ରଦ୍ଧାର ସହ ମୁଁ ମୋର ଏଇ ତୃତୀୟ ଗଳ୍ପ ସଂକଳନ ‘ଶୂନ୍ୟଫର୍ଦ୍ଦ’କୁ ସମର୍ପିଲି ସେଇ ପ୍ରିୟ ପାଠକପାଠିକାଙ୍କ ହାତରେ…।
– ପୁଷ୍ପାରାଣୀ ପଟେଲ
-
Surendra Mohantynka Khyudragalpa: Bhababastu O Shilpakala
₹270.00ଓଡ଼ିଆ ସାହିତ୍ୟରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ସ୍ଥାନ ସ୍ବତନ୍ତ୍ର। ତାଙ୍କର ବିଷୟବସ୍ତୁ ନିର୍ବାଚନ, ଚରିତ୍ର ଚିତ୍ରଣ ଏବଂ ଶବ୍ଦ ଚୟନ ସମସାମୟିକ ସାହିତ୍ୟିକମାନଙ୍କ ଠାରୁ ଭିନ୍ନ। ଶ୍ରୀଜଗନ୍ନାଥଙ୍କୁ ନେଇ ସେ ଲେଖିଥିବା ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’, ‘କୃଷ୍ଣାବେଣୀରେ ସନ୍ଧ୍ୟା’, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ଲେଖିଥିବା ‘କୁଳବୃଦ୍ଧ’ ଓ ‘ଶତାବ୍ଦୀର ସୂର୍ଯ୍ୟ’ ଏବଂ ଗୌତମ ବୁଦ୍ଧଙ୍କ ଦର୍ଶନର ଭିନ୍ନ ଭିନ୍ନ ଦିଗକୁ ନେଇ ରଚନା କରିଥିବା ଅଜସ୍ର ଗଳ୍ପ-ଉପନ୍ୟାସ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ସେ ଏଭଳି ଜଣେ ବିଖ୍ୟାତ ଲେଖକ, ଯାହାଙ୍କ ଗଳ୍ପର ବାକ୍ୟଗୁଡ଼ିକ ପାଠକକୁ ରୋମା]ଞ୍ଚିତ କରେ। ସାହିତ୍ୟର ବିଭିନ୍ନ ବିଭାଗରେ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ କ୍ଷୁଦ୍ରଗଳ୍ପ ହିଁ ତାଙ୍କୁ ଗଭୀର ଆତ୍ମସନ୍ତୋଷ ଦେଇଥିବା ସୁରେନ୍ଦ୍ର ଏକାଧିକବାର କହିଛନ୍ତି। ଡକ୍ଟର ଗୌରହରି ଦାସଙ୍କ ଲିଖିତ ଏହି ବହିଟି ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ସାହିତ୍ୟକୁ ବୁଝିବା ଦିଗରେ ଏକ ଅତ୍ୟନ୍ତ ଉପାଦେୟ ଗ୍ରନ୍ଥ। ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ମହାନଗରୀର ରାତ୍ରି, କୃଷ୍ଣଚୂଡ଼ା, ରୁଟି ଓ ଚନ୍ଦ୍ର, ମରାଳର ମୃତ୍ୟୁ, ଦୁଇ ସୀମାନ୍ତ, ମହାନିର୍ବାଣ, ମଧୁମତ୍ତାର ରାତ୍ରି, ପିତା ଓ ପୁତ୍ର, ସାରୀପୁତ୍ତ, ଯଦୁବଂଶ ଓ ରାଜଧାନୀ ପରି ଅସଂଖ୍ୟ ଗଳ୍ପର ଅନାସକ୍ତ ଆଲୋଚନା ତାଙ୍କର ସ୍ଥାପତ୍ୟ ଓ ଭାବସଂପଦ ସମ୍ବନ୍ଧରେ ପାଠକକୁ ଅବହିତ କରାଏ। ଏ ବହିର ଲେଖକ ଗୌରହରି ଦାସ ନିଜେ ଜଣେ ଯଶସ୍ବୀ କଥାଶିଳ୍ପୀ ଏବଂ ଏକଦା ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ତରଙ୍ଗ ସହଯୋଗୀ ଥିଲେ। ତାଙ୍କର ନିଜସ୍ବ ଦୃଷ୍ଟିଭଙ୍ଗୀ ଏବଂ ସୁରେନ୍ଦ୍ର ସାହିତ୍ୟ ସଂପର୍କରେ ପର୍ଯ୍ୟାପ୍ତ ଧାରଣା ବହିଟିକୁ ସଂଗ୍ରହଣୀୟ କରିଛି।
-
Surya O Andhakara
₹150.00Radha Mohan Gadanayak will always be remembered for his ballads & poetic creations. His poetry conveys vivid pictures of rural life in Odisha. He received the Sahitya Akademi award for this poem anthology, Surya O Andhakar in 1975.
-
Surya Uinle Rati
₹260.00କବିତା କ’ଣ ହୁଏତ ଜାଣିନଥିଲି ଏସବୁ ଲେଖିଲାବେଳେ । କାରଣ ଏଗୁଡ଼ିକର ରଚନା ବେଳକୁ ମୋ\’ର ବୟସ ତେର କି ଚଉଦରୁ ପନ୍ଦର-ଷୋହଳ ହେବ । ଏଣୁ ସୁଧୀ ପାଠକମାନେ ଏଗୁଡ଼ିକୁ ଲେଖକର ଭାବନାର ଶବ୍ଦରୂପ ବୋଲି ଭାବିନେବେ ବୋଲି ଅନୁରୋଧ । ମୋର ବି ଏଇୟା ଧାରଣା ଯେ, କବିତା ଆବେଗ ଆଉ ଭାବନାର ବ୍ୟାପର ମାତ୍ର । ଶବ୍ଦମାନେ ତା’ର ସିନ୍ଦୁକ । ଶବ୍ଦ କେତେ ପ୍ରଗଳ୍]ଭ ହେବ ସେ କଥାର ବିଚାରଶକ୍ତି ମୋର ନାହିଁ । ଥିଲେ ହୁଏତ ଆଉ କିଛି ହୋଇଥାଆନ୍ତା । ତେବେ ମନକୁ ଯାହା ଆସିଛି ଲେଖିଛି । ଏହା ଉତ୍ତରରେ ଉତ୍ତରଦେବା ଦାୟିତ୍ୱ ଆପଣମାନଙ୍କର । ଆଶା ଓ ବିଶ୍ୱାସ ଯେ, ଓଡ଼ିଆ ସାରସ୍ୱତ ଜଗତରେ ଏହି ସବୁ କବିତା ଅଦ୍ୱିତୀୟ ହୋଇ ନପାରିଲେ ସୁଦ୍ଧା ଅଥବା ସାରସ୍ୱତ ଜଗତକୁ ସମୃଦ୍ଧ କରିନପାରିଲେ ସୁଦ୍ଧା ନିଶ୍ଚିତରୂପେ ସୁଧୀ ଓ ସାଧୁଜନଙ୍କୁ ଆନନ୍ଦ ବଣ୍ଟନ କରିବ ।
-
Suryasta Purbaru Sandhya
₹250.00ସୂର୍ଯ୍ୟାସ୍ତ ପୂର୍ବରୁ ସଂଧ୍ୟା’ରେ ୨୦୨୧ ମସିହାରେ ପ୍ରକାଶିତ ମୋର ଯେଉଁ ୫ଟି ଗଳ୍ପ ଏବଂ ଗୋଟିଏ ଛୋଟ ଉପନ୍ୟାସ ବା ଦୀର୍ଘ ଗଳ୍ପ ସ୍ଥାନିତ ହୋଇଛି, ତାହା ମୋ ପୂର୍ବପ୍ରକାଶିତ ସମାଜବାସ୍ତବତାବାଦୀ, ସମାଜବାଦୀ ବାସ୍ତବତାଧର୍ମୀ ଏବଂ ନୂତନ ଭାବନାର ଗଳ୍ପଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏ ପୁସ୍ତକର ପ୍ରଥମ ଗଳ୍ପ ‘ଉଡ଼ାଜାହାଜ’ରେ କେହି କେହି ମ୍ୟାଜିକ୍ ରିଅଲିଜିମ୍ ବା ଯାଦୁ ବାସ୍ତବତାର ବାସ୍ନା ବାରିଥିଲାବେଳେ ଆଉ କେହି କେହି ‘ଧୂଳିଆ ବାବା’ ଏବଂ ‘ଅବକାରୀ ମନ୍ତ୍ରୀ’ ଗଳ୍ପକୁ ଉପନ୍ୟାସର ସଂକ୍ଷିପ୍ତ ସଂସ୍କରଣ ବୋଲି ଦାବି କରନ୍ତି । ‘ଉଡ଼ାଜାହାଜ’ ଗଳ୍ପରେ ଯାଦୁବାସ୍ତବତାର ନିବିଡ଼ ସ୍ପର୍ଶ ଥାଇପାରେ କିନ୍ତୁ ଏହା ମାରକ୍ୱେଜ୍]ଙ୍କ ମ୍ୟାଜିକ୍ ରିଅଲିଜିମ୍ ନୁହେଁ, ଯଦିଓ କଳ୍ପନାଶକ୍ତିର କୁହୁକ ଏ ଗଳ୍ପକୁ ସାମାଜିକ ବାସ୍ତବତାର ସୀମାନ୍ତ ପାର କରିଦେଇଛି ।
ନବେ ଦଶକରେ ‘ଝଙ୍କାର’ରେ ପ୍ରକାଶିତ ସାମାଜିକ ବାସ୍ତବତାବାଦୀ ଗଳ୍ପ ସହିତ ୨୦୨୧ ମସିହାରେ ଲିଖିତ ମୋର ପାଞ୍ଚଟି ଭିନ୍ନଭାଷୀ ଏବଂ ଭିନ୍ନ ଭାବନାର ଗୁରୁତ୍ୱପୂର୍ଣ୍ଣ ଗଳ୍ପକୁ ‘ବ୍ଲାକ୍ ଈଗଲ୍ ବୁକ୍ସ’ ପ୍ରକାଶ କରୁଥିବାରୁ ପାଠକମାନଙ୍କ ଲାଗି ଏହା ଅଧିକ ଆକର୍ଷଣୀୟ ଓ ସଂଗ୍ରହଣୀୟ ହେବ ବୋଲି ଆଶା କରୁଛି ।
– ବିଭୂତି ପଟ୍ଟନାୟକ