• Sakala Asi Sikheiba Jae

    Sakala Asi Sikheiba Jae

    ଅନୁଭବର ଉଦ୍ଭାବନ ବିବିଧତାରେ ବିକଶିତ । ଅଭିନବ ଉଦ୍ଭାଷରେ ଉଦ୍ଭାସିତ ତା’ର ଆଲେକ୍ଷ୍ୟର ଅଭିଲେଖ । ଯହିଁରେ ଅଭିପ୍ସାର ଅସ୍ଥିତ୍ୱ ଅସ୍ମିତାରେ ଅଭିସିକ୍ତ ହୋଇ ଅନିତ୍ୟର ଅପୂର୍ବ ସଙ୍ଗତିରେ ପ୍ରତିଭାତ ହୁଏ । ସୁଯୋଗ୍ୟ ଶବ୍ଦ ସଞ୍ଜୋଜନାକୁ ଅଙ୍ଗୀକାର କରି ଭାବର ସମ୍ପ୍ରୀତିରେ ତାହା ଅମର୍ତ୍ତ୍ୟ ଅମୃତ ପରସେ ।

    ପ୍ରସ୍ଫୁଟିତ କଲ୍ଲୋଳ କମନୀୟ ହିଲ୍ଲୋଳରେ ମହନୀୟରୁ ମାର୍ମିକ ହୋଇଯାଏ । ମହିମାରୁ ତା’ର କବ୍ୟିକ ଚେତନାର ଚଉହଦି ବିମୁଗ୍ଧ ବର୍ଣ୍ଣାଳି ତଥା ସ୍ନିଗ୍ଧର ସାଫଲ୍ୟ ସନ୍ନିହିତ ହୋଇ ସମ୍ମୋହିତ କରେ । ସ୍ୱପ୍ନର ସେହି ସ୍ୱରାଜକୁ ଅମାତ୍ୟ ପଣିଆ ଧରି ଅବତୀର୍ଣ୍ଣ ହୁଏ ଆନୁଗତ୍ୟ ଅତୀତ । ଜାଜୁଲ୍ୟ ଜାଲରେ ଛନ୍ଦି ବିଭୋର ଫାନ୍ଦରେ ବାନ୍ଧି ବର୍ତ୍ତମାନର ବିଲମ୍ୱିତ ବ୍ୟଥାର ବିଥିକା ପୁଣି ପ୍ରହେଳିକା ବାଣ୍ଟେ । ଅବ୍ୟବସ୍ଥିତ ମୂହୁର୍ତ୍ତ ମନ୍ତ୍ରଣାରେ ଅକଥନୀୟ ଯନ୍ତ୍ରଣା ନିସର୍ତ୍ତରେ ଅନୁଦିତ ହୁଏ । ଉଦିତ ଆଭାରେ ବ୍ୟବସ୍ତିତ ହୁଏ, ଅନେକ ଅଦୃଶ୍ୟ ତଥ୍ୟ ଦର୍ଶନୀୟ ଦସ୍ତାବିଜ୍ ହୋଇ ।

    ସେହି ସଂସ୍ଥାପନର ଦଖଲରେ ଦାବାନଳର ଜ୍ୱାଳା ବୈଶାଖର ଲୀଳା ତଥା ଅହେତୁକ ଅହମିକା ଅବଲୀଳା ଖଞ୍ଜି ହୋଇଯାଏ । ଭୌତିକ ଭଙ୍ଗିମା ତା\’ର ନୈତିକର ସୀମା ଛୁଇଁ ପୁଷ୍ପିତ ସୌହାର୍ଦ୍ଦ୍ୟରେ ନିୟନ୍ତ୍ରିତ ହୁଏ । ତପ୍ତ ବୈତରଣୀ ତରିବାର ପ୍ରଚେଷ୍ଟା ପ୍ରବଳ ପ୍ରତିକୂଳର ଭିଡ଼ ଠେଲି ତମସା ତୋଡ଼କୁ ବେଖାତିର କରେ ।

    ରାତିର ରୀତିକୁ ପ୍ରତିହତ କରି ପ୍ରତିଭାତ ହୁଏ ପ୍ରଶାନ୍ତ ସକାଳ । ସେହି ସୂଚୀବନ୍ତ ସକାଳର ସମୁଚିତ ଶିକ୍ଷାରେ ସେଞ୍ଜୋଜିତ ହୁଏ ସମଦର୍ଶୀତା । ପାରିଜାତ ପରି ପ୍ରତ୍ୟୟର ପ୍ରଯୁକ୍ତିରେ ନିଯୁକ୍ତ ସଂଶୋଧନ ପ୍ରଚୁର ପରିପନ୍ଥୀକୁ ପରାହତ କରେ । କାଳି, କଲମ ଓ ମନର ମେଳକରେ ହସି ଉଠେ ଶୃଜନୀର ଶତଦଳ । ଶାଶ୍ୱତ ସଙ୍ଗୀତର ଅନନ୍ୟ ଇଙ୍ଗିତରେ ସଂରଚନା ସବୁ ନବୀନ ଉନ୍ମେଷ ପାଇ ଉଥିତ ହୁଏ । ସନ୍ନିହିତ ସଂଜୀବନୀର ସ୍ୱାକ୍ଷର ବହି ସଞ୍ଜୀବିତ ରୂପାୟନ ସଂସ୍କାରିତ ତଥା ପ୍ରକାଶିତ ହୁଏ, କବିତାର କଳେବର ନେଇ, ସ୍ୱତନ୍ତ୍ର ସକାଳ ଆସି ଶିଖେଇବା ପରେ ।

    220.00
    Add to cart
  • Samaya Bishada Nai

    Samaya Bishada Nai

    ଗୌତମ ଜେନାଙ୍କ ‘ସମୟ ବିଷାଦ ନଈ’ ଏକ ଉଚ୍ଚାଙ୍ଗ କାବ୍ୟ ସୃଷ୍ଟି । ଆଧୁନିକ ଓଡ଼ିଆ କବିତାର କ୍ଲାସିକ୍ ଗ୍ରନ୍ଥ ରୂପେ ଏହାକୁ ବିବେଚନା କରାଯାଇପାରେ । କାବ୍ୟ ନାୟିକା ଗୌତମୀକୁ କେନ୍ଦ୍ରରେ ରଖି କବି ପ୍ରେମ, ପ୍ରଣୟ ଓ ଅକୁଣ୍ଠ ଭଲପାଇବାର ଏକ ଚିପୁଡ଼ା ଲୋଡ଼ିବାପଣକୁ ବ୍ୟକ୍ତିଗତ ଅନୁଚିନ୍ତନର ଗଭୀରତାରେ ଆକଳନ କରି ସର୍ବଜନ ଚେତନାର ମଂଜରେ ଏହାକୁ ନିମଗ୍ନ କରାଇ ଅଛନ୍ତି । ଯେଉଁଠି କାବ୍ୟ ନାୟକ କବିସତ୍ତା ଉପରେ ସବାର ହୋଇ ଆମ ନିତିଦିନିଆ ଜୀବନର ଏକ ପ୍ରତିନିଧି ପାଲଟି ଯାଇଛି । କାବ୍ୟ ନାୟିକା ଗୌତମୀ କବିର ପ୍ରେମିକା ନୁହେଁ ବରଂ ପ୍ରତିଟି ପ୍ରେମପଣର ଏକ ଅନ୍ତହୀନ ଆଲୋଡ଼ନ । ଦେହଠାରୁ ଦେହାତୀତର ଏକ ଐନ୍ଦ୍ରଜାଲିକ କେନ୍ଦ୍ରବିନ୍ଦୁରେ ତା’ର ପରିକଳ୍ପନା । ପ୍ରେମରେ ଜୀଇଁବା, ପୁଣି ପ୍ରେମରେ ହୃଦୟ ଦେଇ ମରିବା ଏଠି ବଡ଼କଥା । ଆମ କାବ୍ୟ ପରଂପରାରେ କବି ଜୟଦେବଙ୍କ ଅନୁଚିନ୍ତନ ଧାରାଟି ଆଳଙ୍କାରିକ କାବ୍ୟ ଯୁଗରେ ରାଧାକୃଷ୍ଣଙ୍କୁ ଉପଜୀବ୍ୟ କରି ଯେଉଁ ପରକୀୟା ପ୍ରୀତିର ପରିକଳ୍ପନା କରିଥିଲା ଏବଂ ପ୍ରେମର ଶ୍ରେଷ୍ଠତ୍ୱ ତହିଁରେ ଆରୋପିତ କରିବାର ପ୍ରଚେଷ୍ଟା କରିଥିଲା କବି ଗୌତମ ଜେନାଙ୍କ ‘ସମୟ ବିଷାଦ ନଈ’ କିନ୍ତୁ ସେ ଧାରାକୁ ଗ୍ରହଣ କରିନାହିଁ । ବରଂ ଏକ ମାନସିକ ଚିନ୍ତନରେ ଦେହକୁ ସ୍ୱୀକାର କରି ଆହୁରି ଗଭୀରତାକୁ ସ୍ପର୍ଶ କରିଛି । କବି ପରକୀୟାଠାରୁ ସ୍ୱକୀୟା, ଯୌନ ଜାଂଗଳିକତାଠାରୁ ଏକ ଚେତନ ଚିନ୍ତନରେ ପ୍ରେମକୁ କେନ୍ଦ୍ରିଭୂତ କରାଇ ସର୍ବଜନ ଭାବପଣରେ ତାକୁ ଛାଡ଼ି ଦେଇଛନ୍ତି ‘ସମୟ ବିଷାଦ ନଈ’ର କବିତାଗୁଡ଼ିକରେ, ଯାହା କାଳଠାରୁ ବହୁ ଊର୍ଦ୍ଧ୍ୱରେ । ଝୁରି ହେବା ଏଠି ବଡ଼ କଥା ନୁହେଁ, ବଡ଼ କଥା ହେଉଛି କାବ୍ୟ ନାୟକର ଏକ ଅହେତୁକ ଲୋଡ଼ିବାପଣ ।

    ଆମ କାବ୍ୟ ପରଂପରାରେ ଏକ ନୂଆ ଚିନ୍ତନ ‘ସମୟ ବିଷାଦ ନଈ’ ଚିହ୍ନରା ପାଠକମାନଙ୍କୁ ନିଶ୍ଚୟ ଛୁଇଁବ ବୋଲି ଆଶା ।

    200.00
    Add to cart
  • Samudrasnana

    Samudrasnana

    Appearance of Samudrasnana in 1970 scratched out a new map of modern Odia poetry and established Guruprasad Mohanty’s reputation as the harbinger of a new age in Odia poetry. The book made a decisive break with the decadent Radhanath-Fakir Mohan- Madhusudan tradition of Odia poetry which dominated the poetic scene for over a century. Guruprasad with this exiguous volume of only eighteen poems, besides ten sonnets experimented with form and subject matter of poetry which were distinctly modern. Modelled on Western modernism these poems were hailed for the poet’s deft handling of contemporary reality using “wit” and “irony,” as well as magnificent images and symbols. His use of an Indian myth in “Kalapurusha,” a long poem included in this collection of poetry, made a tremendous impact on the generations of young poets who wrote after him in the nineties and after.

    150.00
    Add to cart
  • Sandigdha Mrugaya

    Sandigdha Mrugaya

    ପ୍ରତ୍ୟେକ ଉଲ୍ଲେଖଯୋଗ୍ୟ ସାହିତ୍ୟରେ ପ୍ରଶ୍ନ ପଚରାଯାଏ । ସେ ପ୍ରଶ୍ନ ଶୁଣିବାକୁ ସମସ୍ତେ, ଏପରି କି ସ୍ୱୟଂ ଈଶ୍ୱର ମଧ୍ୟ ଶୁଣିବାକୁ ବାଧ୍ୟ । ସେ ପ୍ରଶ୍ନଗୁଡ଼ିକ ଏକାଧାରରେ ସରଳ ଓ ଜଟିଳ । ଛୋଟ ଛୁଆଟିଏ ମରିଗଲେ ସେ ସାହିତ୍ୟ ସମଗ୍ର ବିଶ୍ୱକୁ କାଠଗଡ଼ାରେ ଠିଆ କରାଇଦିଏ । କୌଣସି ଅହେତୁକ ଶାସ୍ତିରେ କେହି ନିର୍ଯ୍ୟାତିତ ହେଲେ ସେ ସାହିତ୍ୟ ସଚରାଚରଠାରୁ କୈଫିୟତ୍ ତଲବ୍ କରେ । ସାହିତ୍ୟିକ ଦୃଷ୍ଟିରେ ସଭ୍ୟତା ହେଉଛି ପ୍ରଶ୍ନ ପଚାରିବାର ସ୍ୱାଧୀନତା ଏବଂ ଯେଉଁଦିନ ଆଉ ପ୍ରଶ୍ନ ପଚରାଯାଉନାହିଁ- ସେଦିନ ସଭ୍ୟତାର ପରିସମାପ୍ତି ଘଟିଛି ବୋଲି ଧରିନିଆଯାଇପାରେ । ଯଦି ସାହିତ୍ୟିକ ପ୍ରଶ୍ନ ପଚାରିବାର ଐତିହ୍ୟରୁ ନିଜକୁ ଅଲଗା କରି ରଖେ ବା କୋଳାହଳମୟ ପ୍ରଶଂସା ଭିତରେ ନିଜର ସ୍ୱର ଲୀନ ହେବାକୁ ଛାଡ଼ିଦିଏ, ସେ ଆଉ ସାହିତ୍ୟିକ ହୋଇ ରହିବ ନାହିଁ; ହେବ ଏକ ଉଚ୍ଚାଙ୍ଗ ପରମ୍ପରାର ମଡ଼ାଚଣ୍ଡିଆ ।

    ଯେତେବେଳେ ଏପରି ପରିସ୍ଥିତି ଉପୁଜେ, ଯେତେବେଳେ ଆଉ ପ୍ରଶ୍ନ ପଚରାଯାଏ ନାହିଁ ଏବଂ ସବୁଆଡ଼େ ହାଟବଜାରରେ କୋଳାହଳ ଶୁଭେ, ସେତେବେଳେ ସାହିତ୍ୟ ଲେଖାଯିବ ନିଶ୍ଚୟ, କିନ୍ତୁ ସେ ସାହିତ୍ୟର ସଭ୍ୟତା ସହିତ ସମ୍ପର୍କ ପ୍ରାୟ ରହିବ ନାହିଁ । ଗଲା କେତେବର୍ଷ ଭିତରେ ପୃଥିବୀର ଛାପାଖାନାମାନଙ୍କରୁ ଯେତେ ସାହିତ୍ୟ ବାହାରିଛି ଇତିହାସରେ ତାର ପଟାନ୍ତର ନାହିଁ, କିନ୍ତୁ ସେଗୁଡ଼ିକ ଭିତରୁ ଅଧିକାଂଶ ଅଳ୍ପ କେତେଦିନ ପରେ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ତାର କାରଣ ହେଉଛି, ସେଗୁଡ଼ିକ ଆମ ସଭ୍ୟତାର ଅଂଶ ନୁହଁନ୍ତି, ବରଂ ତାର ପ୍ରତିକୂଳପନ୍ଥୀ । ସେଗୁଡ଼ିକର ରଚୟିତାମାନଙ୍କର କିଛି କିଛି କଳ୍ପନାଶକ୍ତି ଏବଂ ଭାଷାବିନ୍ୟାସରେ ପଟୁତା ଥିଲା, କିନ୍ତୁ ଯେଉଁ ଯନ୍ତ୍ରଣାବୋଧ ଆମକୁ ଏପରି ଏକ ଜାଗାକୁ ନେଇଯାଏ ଯେଉଁଠାରେ ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଏକାକାର ଏବଂ ଯେଉଁଠାରେ ମନୁଷ୍ୟର ଭାଗ୍ୟ ହିଁ ଏକମାତ୍ର ପ୍ରସଙ୍ଗ ତାହା ଏ କଳ୍ପନାଶକ୍ତିକୁ ବ୍ୟାପ୍ତ ଓ ମାର୍ଜ୍ଜିତ କରିନାହିା । – ରମାକାନ୍ତ ରଥ

    190.00
    Add to cart
  • Sanja Sakale - Odia

    Sanja Sakale – Odia

    ଏକ ଶତ (୧୦୦) ଟି ଓଡ଼ିଆ ଫିଲ୍ମ ଭକ୍ତି ସଙ୍ଗୀତ ସଂଗୃହୀତ ହୋଇ ଏହି ସଙ୍କଳନରେ ଉପସ୍ଥାପିତ କରାଯାଇଛି । ଏଥିରୁ ଗୋଟିଏ ଦୁଇଟିକୁ ବାଦ ଦେଲେ, ବାକି ସମସ୍ତ ଭକ୍ତି ସଙ୍ଗୀତ ୧୯୬୧ ରୁ ୧୯୯୦ ମଧ୍ୟରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମାନଙ୍କରୁ ଉଦ୍ଧୃତ ହୋଇଛି । ୧୯୬୧ ରୁ ୧୯୯୦ – ଏହି ୩୦ ବର୍ଷ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ୍ଟକ୍ଷୟରଦ୍ଭ ଋକ୍ସବ ବା ସୁବର୍ଣ୍ଣ ଯୁଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟ ସୀମାରେ – କାହାଣୀ, ଅଭିନୟ, ନିର୍ଦ୍ଦେଶନା ଓ ସଙ୍ଗୀତ – ପ୍ରତିଟି ବିଭାଗରେ ଓଡ଼ିଆ ଚଳଚ୍ଚିତ୍ର ପରାକାଷ୍ଠାର ଚରମ ସୋପାନରେ ଉତ୍ତୀର୍ଣ୍ଣ ହୋଇଥିଲା । ତେଣୁ କହିବା ବାହୁଲ୍ୟ ଯେ ଏହି ଚଳଚ୍ଚିତ୍ର ମାନଙ୍କର ଭକ୍ତି ସଙ୍ଗୀତ ମଧ୍ୟ ଖୁବ ହୃଦୟସ୍ପର୍ଶୀ ହୋଇଥିଲା । ପରିବେଷଣ ଶୈଳୀ ଅନୁସାରେ ଚଳଚ୍ଚିତ୍ର ଭକ୍ତି ସଙ୍ଗୀତ ଗୁଡିକ ମୁଖ୍ୟତଃ ତିନିଟି ଶ୍ରେଣୀରେ ବିଭକ୍ତ କରା ଯାଇପାରେ । ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଉଛନ୍ତି ସେହି ଭକ୍ତିଗୀତ ଯାହାର ରଚନା ଓ ସ୍ୱର ପରିବେଷଣ ଉଭୟ ପାରମ୍ପରିକ ଶୈଳୀରେ ହୋଇଛି – ଯଥା – ଭଜୁ କିନା ରାମ ନାମ (କନକଲତା – ୧୯୭୪), ବାଧିଲା ଜାଣି କ୍ଷମା (ମୁକ୍ତି – ୧୯୭୭) । ଦ୍ୱିତୀୟ ଶ୍ରେଣୀରେ ଗୃହୀତ ହୋଇଥିବା ଭକ୍ତି ଗୀତ ଗୁଡିକର ରଚନା ପାରମ୍ପରିକ, କିନ୍ତୁ ସ୍ୱର ନୂତନ ଶୈଳୀରେ ପ୍ରସ୍ତୁତ ହୋଇଛି – ଉଦାହରଣ ସ୍ୱରୂପ ବିଶ୍ୱ ଜୀବନ ହେ (ଅସ୍ତରାଗ – ୧୯୮୨), ଆହେ ଦୟାମୟ ବିଶ୍ୱ ବିହାରୀ (ବଳିଦାନ – ୧୯୭୮) । କିଛି ପାରମ୍ପରିକ ଗୀତର କିୟଦଂଶ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ସତ୍ତ୍ୱେ ଭଜନ ଗୁଡିକ ଏ ପୁସ୍ତକରେ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କରାଗଲା । ପରିଶେଷରେ ତୃତୀୟ ଶ୍ରେଣୀରେ ଥିବା ଭକ୍ତିଗୀତର ରଚନା ହେଉଛି ନୂତନ ଓ ପରିବେଷଣ ଶୈଳୀ ମଧ୍ୟ ନୂତନ – ଉଦାହରଣ – ସଞ୍ଜ ସକାଳେ ତୁମ ଛବି ଖୋଜେ (ସ୍ତ୍ରୀ – ୧୯୬୮), ଜଗତର ନାଥ ଆହେ ଜଗନ୍ନାଥ (ଚିହ୍ନା ଅଚିହ୍ନା – ୧୯୭୯) । ଏହି ସଙ୍କଳନର ଅଧିକାଂଶ ଗୀତ ଏହି ଶେଷ ଶ୍ରେଣୀଭୁକ୍ତ ।

    200.00
    Add to cart
  • Sanja Sakale - with English transliteration

    Sanja Sakale – with English transliteration

    350.00
    Add to cart
  • Saptama Rutu

    Saptama Rutu

    ପ୍ରତ୍ୟେକ ଉଲ୍ଲେଖଯୋଗ୍ୟ ସାହିତ୍ୟରେ ପ୍ରଶ୍ନ ପଚରାଯାଏ । ସେ ପ୍ରଶ୍ନ ଶୁଣିବାକୁ ସମସ୍ତେ, ଏପରି କି ସ୍ୱୟଂ ଈଶ୍ୱର ମଧ୍ୟ ଶୁଣିବାକୁ ବାଧ୍ୟ । ସେ ପ୍ରଶ୍ନଗୁଡ଼ିକ ଏକାଧାରରେ ସରଳ ଓ ଜଟିଳ । ଛୋଟ ଛୁଆଟିଏ ମରିଗଲେ ସେ ସାହିତ୍ୟ ସମଗ୍ର ବିଶ୍ୱକୁ କାଠଗଡ଼ାରେ ଠିଆ କରାଇଦିଏ । କୌଣସି ଅହେତୁକ ଶାସ୍ତିରେ କେହି ନିର୍ଯ୍ୟାତିତ ହେଲେ ସେ ସାହିତ୍ୟ ସଚରାଚରଠାରୁ କୈଫିୟତ୍ ତଲବ୍ କରେ । ସାହିତ୍ୟିକ ଦୃଷ୍ଟିରେ ସଭ୍ୟତା ହେଉଛି ପ୍ରଶ୍ନ ପଚାରିବାର ସ୍ୱାଧୀନତା ଏବଂ ଯେଉଁଦିନ ଆଉ ପ୍ରଶ୍ନ ପଚରାଯାଉନାହିଁ- ସେଦିନ ସଭ୍ୟତାର ପରିସମାପ୍ତି ଘଟିଛି ବୋଲି ଧରିନିଆଯାଇପାରେ । ଯଦି ସାହିତ୍ୟିକ ପ୍ରଶ୍ନ ପଚାରିବାର ଐତିହ୍ୟରୁ ନିଜକୁ ଅଲଗା କରି ରଖେ ବା କୋଳାହଳମୟ ପ୍ରଶଂସା ଭିତରେ ନିଜର ସ୍ୱର ଲୀନ ହେବାକୁ ଛାଡ଼ିଦିଏ, ସେ ଆଉ ସାହିତ୍ୟିକ ହୋଇ ରହିବ ନାହିଁ; ହେବ ଏକ ଉଚ୍ଚାଙ୍ଗ ପରମ୍ପରାର ମଡ଼ାଚଣ୍ଡିଆ ।

    ଯେତେବେଳେ ଏପରି ପରିସ୍ଥିତି ଉପୁଜେ, ଯେତେବେଳେ ଆଉ ପ୍ରଶ୍ନ ପଚରାଯାଏ ନାହିଁ ଏବଂ ସବୁଆଡ଼େ ହାଟବଜାରରେ କୋଳାହଳ ଶୁଭେ, ସେତେବେଳେ ସାହିତ୍ୟ ଲେଖାଯିବ ନିଶ୍ଚୟ, କିନ୍ତୁ ସେ ସାହିତ୍ୟର ସଭ୍ୟତା ସହିତ ସମ୍ପର୍କ ପ୍ରାୟ ରହିବ ନାହିଁ । ଗଲା କେତେବର୍ଷ ଭିତରେ ପୃଥିବୀର ଛାପାଖାନାମାନଙ୍କରୁ ଯେତେ ସାହିତ୍ୟ ବାହାରିଛି ଇତିହାସରେ ତାର ପଟାନ୍ତର ନାହିଁ, କିନ୍ତୁ ସେଗୁଡ଼ିକ ଭିତରୁ ଅଧିକାଂଶ ଅଳ୍ପ କେତେଦିନ ପରେ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ତାର କାରଣ ହେଉଛି, ସେଗୁଡ଼ିକ ଆମ ସଭ୍ୟତାର ଅଂଶ ନୁହଁନ୍ତି, ବରଂ ତାର ପ୍ରତିକୂଳପନ୍ଥୀ । ସେଗୁଡ଼ିକର ରଚୟିତାମାନଙ୍କର କିଛି କିଛି କଳ୍ପନାଶକ୍ତି ଏବଂ ଭାଷାବିନ୍ୟାସରେ ପଟୁତା ଥିଲା, କିନ୍ତୁ ଯେଉଁ ଯନ୍ତ୍ରଣାବୋଧ ଆମକୁ ଏପରି ଏକ ଜାଗାକୁ ନେଇଯାଏ ଯେଉଁଠାରେ ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଏକାକାର ଏବଂ ଯେଉଁଠାରେ ମନୁଷ୍ୟର ଭାଗ୍ୟ ହିଁ ଏକମାତ୍ର ପ୍ରସଙ୍ଗ ତାହା ଏ କଳ୍ପନାଶକ୍ତିକୁ ବ୍ୟାପ୍ତ ଓ ମାର୍ଜ୍ଜିତ କରିନାହିା । – ରମାକାନ୍ତ ରଥ

    180.00
    Add to cart
  • Sarisrupa

    Sarisrupa

    Eminent Odia poet Binod Chandra Nayak’s collection Sarisrupa was first published in 1969. The collection received Sahitya Akademi Award (India’s award for letters) in 1970. This is the first international edition of global Odia poetry lovers.

    160.00
    Add to cart
  • Sarjanara Neerikshana

    Sarjanara Neerikshana

    Kedarnath Singh was a poet of the earth and sky, towns and villages. He saw the ironies of life, ups and downs, love and sorrow, and the fast-changing scene of Indian democracy challenged by new political movements. When the Naxalbari leftist movement (an armed peasant movement that started in West Bengal) rattled the country, he understood the aspirations of underprivileged people, and his writing slowly started to lean toward the left. But Kedarnath Singh always remained a poet of optimism. In his poem “Srishti Par Pahra”, he writes, “Wearing the wobbly wooden sandals of roots / it was standing before me / guarding the border, . . . a tall, huge, desiccated tree / with only a few leaves left / waving on the top. How magnificent it was to view / on the very top of a dwindling tree / the swaying of the leaves. / In a severe drought / they were there / defending the universe.” Similarly, in his poem “Grass,” he writes: “She is a gypsy / driven from all the cities in the world / now looking for its lost name and place / in the dust of your town. / . . . She is an obstinacy to rise / from anywhere, / anytime. “Srishti par pahra” was his latest publication before he breathed his last. It is comprised of many unparalleled poems and translated in to Odia under the title “Sarjanara Nireekshana “.

    190.00
    Add to cart
  • Selected Poems of Emily Dickinson

    Selected Poems of Emily Dickinson

    Widely acknowledged as an original creator who defined her own rules for poetry, Emily Dickinson remained unsung during her lifetime, with very few published works. The unconventional brilliance of her poems was only discovered posthumously. Dickinson experimented with grammar, form, structure and expression of the poem. These innovations in her style of writing have influenced modern poetry. This collection of poems reveals her poignant, intellectual and emotional reflections on various themes.

    250.00
    Add to cart
  • Selected Poems of Haldhar Nag

    Selected Poems of Haldhar Nag

    “I have often wondered if Haldhar Nag graduated from a poetry school. Of course, that cannot be true, but my feeling arises from the abundance of figures of speech that appear in his poetry. Unknown to him, he sprinkles liberally the effects of alliteration, metaphors, internal rhyming, personification, onomatopoeia, and what have you in his usage. Ghensali (River Ghensali) is personification at its best, where the poet personifies a river in spate as a young lass in exuberance. And yes, he has come out with sonnets too. Read Ati (Too Much) to get a taste of Haldhar sonnet. The stanzas are spaced in 4, 4, 4, 2 lines, with a proper rhyme scheme. It leaves me in wonderment again – If he did not go to a poetry school, then did God plant all these literary usages in his head?

    For the sound effect, listen to Chaetar Sakaal (The Morning of March) – twelve stanzas replete with

    onomatopoeic works. Pity the translator who has to preserve the special effect in another language. I take recourse to the limitations of translation once again and state the obvious: Translations can never attain the beauty of the original. If we liken the original to an attractive painting, at best, the translation can be a replica or a photograph.

    A hallmark of Haldhar Nag’s poetry is what I call the Haldhar twist. It is particularly prominent in his short poems. The poet takes an abrupt turn in the direction in the last stanza, not necessarily for summarizing or moralizing. The surprise turn in the final stanza, instead, leaves the readers with a ‘wow’ effect. Very many poems in this collection display the Haldhar twist – Our village Cremation Ground, A Cubit Taller, The Dove is my Teacher, and Old Banyan Tree, to name a few”, writes the translator in his prefix.

    The collection has 60 poems.

    250.00
    Add to cart
  • Shabdara Akasha

    Shabdara Akasha

    Eminent Odia poet Sitakant Mahapatra’s third poetry collection Shabdara Akasha was originally published in 1971 and received Sahitya Akademi award (India’s top literary award) in 1974. This is the first international edition of the collection for global Odia poetry lovers.

    195.00
    Add to cart