• Saanjh

    Saanjh

    AFTER YOU LEFT

    I come back to cold bed sheets, perfectly ironed and without a single wrinkle. My feet take me to the coffee table. I work and read until I pass out. Sleep doesn’t knock on my door these days. The roses that you gave me are still fresh enough in the vase and so are my wounds. In this life of what has felt like a thousand years, I realize, I have died a trillion times and lived only when you carried my corpse in your arms. I see shadows in the rainbow and the jasmine bleeds. Oreo still demands the cookies you make for her and my kitchen is weirdly neat as we no more make weird dishes out of potatos. I kiss your photo umpteen times a day and look for a hand to hold as the lost child searches for a little finger in the crowd of predators. An abandoned child is never afraid of loss, they are only afraid of the mirage that love creates.

    150.00
    Add to cart
  • Sabda Sata Tala

    Sabda Sata Tala

    ଗତି ଓ ଶକ୍ତି ସହ ଶବ୍ଦର ଭାବସଂଚାରୀ ଧ୍ୱନି ‘ଶବ୍ଦ ସାତ ତାଳ’ର ଯାଦୁକରୀ ପ୍ରଲୋଭନ କେବଳ ନୁହେଁ; ଅବିଶ୍ୱସନୀୟ ବିଭବ ମଧ୍ୟ । ସମ୍ପୂର୍ଣ୍ଣ ଜୈବିକ ଓ ସ୍ୱପ୍ନ ବିଜଡ଼ିତ ଏହାର କବିତାଗୁଡ଼ିକରେ ଜୀବନର ବିପୁଳତାକୁ, ସମୟର ଅଖଣ୍ଡତାକୁ ଅକୁଣ୍ଠିତ ଚିତ୍ତରେ ଚରିତ୍ରମାନେ ଯେପରି ଭୋଗିବାର ଆନନ୍ଦ ନେଇଛନ୍ତି, ଅଣଈଶ୍ୱରୀୟ ସତ୍ତାର ଯେପରି ତେଜୋମୟ ରୂପ ବିନ୍ୟାସ କରିଛନ୍ତି; ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ, ମାନବିକତାର ଅପ୍ରତିହତ ଜୟଗାନରେ ବି ସେହିପରି ଅବିଚଳିତ ରହି ପାରିଛନ୍ତି ! ବିଶ୍ୱ-ଭୂମିକୁ ନିଜର କର୍ମଭୂମିର ପରିଚୟ ଦେବାକୁ ସତତ ଉଦ୍ୟମ କରୁଥିବା କେତେକ ଚରିତ୍ର ସମକାଳୀନ ସମାଜକୁ ସମୟକୁ ରାଜନୀତିକ ଅତ୍ୟାଚାରରେ ଅତିଷ୍ଠ ନହୋଇ ସଂଗଠିତ ଓ ଭୂମିମୁଖୀ ଉଡ୍ଡାଣ ଜାରୀ ରଖିବାର ପ୍ରୟାସ ଏବଂ ଭବିଷ୍ୟତର ପୃଥିବୀ ପାଇଁ ଯେଉଁ ତ୍ୟାଗର ପ୍ରଦର୍ଶନ କରିଛନ୍ତି ତା’ ଓଡ଼ିଆ କବିତାରେ ଏକ ନୂତନ ଦିଗ ଉନ୍ମୋଚିତ କରିଛି ବୋଲି ଅନାୟାସରେ କୁହାଯାଇପାରେ । ଶବ୍ଦ ସଂଚାଳନ, ଭାବ ସଂପ୍ରସାରଣ, କାବ୍ୟିକ ବାତାବରଣ, ଜୀବନର ଆୟତନକୁ ବାନ୍ଧି ରଖିବାର ପଟୁତା, ବାସ୍ତବକୁ ସାମ୍ନା କରିବାର ସ୍ପର୍ଦ୍ଧା, ସମ୍ପର୍କ ଓ ପ୍ରେମର ପରିଭାଷାକୁ ଲୋକମୁଖୀ କରାଇବାର ବ୍ୟାକୁଳତା, ସର୍ବୋପରି ବ୍ୟକ୍ତିତାରୁ ମୁକ୍ତ କରି ଏକ ସଂଗୋଷ୍ଠି ଆଡ଼କୁ ନେଇଯିବାର ନୂଆ ପଣ ଟିକକ ‘ଶବ୍ଦ ସାତ ତାଳ’ର ଅଳଙ୍କାର । ପାଠକେ ସାତ ତାଳ ପଙ୍କ ତଳେ ପାଇବେ ଶବ୍ଦ, ଯହିଁରେ ଲୁଚି ରହିଛି ଭବିଷ୍ୟତର ପ୍ରାଣ, ସମ୍ଭାବନାର ବୀଜ; କାରଣ, ‘ଶବ୍ଦ ସାତ ତାଳ’ ବିଶେଷ ଭାବେ, ଚରିତ୍ରମାନଙ୍କର ସାମୂହିକ ପ୍ରାର୍ଥନା ଗୃହ !

    140.00
    Add to cart
  • Sabu Rakhigali
  • Sabu Samayara Sonnet

    Sabu Samayara Sonnet

    This anthology is a collection of Odia sonnets by 45 poets who have practiced this poetic genre in different times. Poets include Madhusudan Rao, Sadhucharan Ray, Fakir Mohan Senapati, Gangadhar Meher, Nandakishore Bal, Chintamani Mohanty, Gopabandhu Das, Laxmikant Mohapatra, Padmacharan Patnaik, Kuntala Kumari Sabat, Godabarish Mohapatra, Annada Shankar Ray, Kalindi Charan Panigrahi, Baikunthanath Patnaik, Radhamohan Gadnaik, Mayadhar Mansinha, Sachi Routray, Narasingha Deb, Anupam Singhdeo, Sudhanshu Sekhar Ray, Krushna Mohan Patnaik, Krushna Chandra Tripathy, Kunjabihari Dash, Guruprasad Mohanty, Ramakanta Rath, Bibhudutta Mishra, Chintamani Behera, Janaki Ballabh Mohanty, Brahmotri Mohanty, Soubhagya Kumar Misra, Bibek Jena, Kamalakanta Lenka, Nrusingha Kumar Rath, Paresh Chandra Rout, Devdas Chhotray, Praharaj Satyanarayan Nanda, Banabihari Panda, Banaj Devi, Girija Baliarsingh, Suresh Parida, Binapani Panda, Satya Pattanaik, Jnani Debashish Mishra, Soumya Saraswat Dash, Suryasnata Tripathy. A 40 page preface by the editor Dr. Sanjita Mishra takes deeper into the development and journey of Odia sonnet with a reference to Sonnet in general. Short bio of poets are given at the end of the book.

    240.00
    Add to cart
  • Sabyasachira Sabda

    Sabyasachira Sabda

    ବୃତ୍ତି-ରାଜନୀତି, ପ୍ରବୃତ୍ତି-ସାହିତ୍ୟ ଅଭିରୁଚି । ଗୋଟେ ପଟେ କର୍ମର କଠୋର ଅନୁଶାସନ, ଅନ୍ୟପଟେ ଛାତି ଭିତରର ଅକୁହା ସ୍ପନ୍ଦନ । ବୁଝିପାରୁଥିବେ ଗୋଟିଏ ଦେହ-ମନଧାରୀ ମଣିଷଟେ କେତେ ଛଟପଟ ହୁଏ । ଆତ୍ମମୁକ୍ତି ପ୍ରତିଟି ମଣିଷର ଚିରନ୍ତନ ଉଦ୍ଦେଶ୍ୟ ହେଲେ ମଧ୍ୟ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱର ଆହ୍ୱାନରେ ଆତ୍ମମୁକ୍ତିର ମାର୍ଗ ସମୟେ ସମୟେ ରୁଦ୍ଧ ହୋଇଯାଏ ନାହିଁ କି? ସାଧାରଣ ମଣିଷର ସବୁତକ ପ୍ରବୃତ୍ତି, ଜଗତର ପ୍ରତ୍ୟେକ ଜୀବନ ପାଇଁ ଛାତିର ପ୍ରେମ, କରୁଣା, ଦୟା ସହ ନିଜକୁ ନିଃଶେଷ କରି ସନ୍ତାପିତ ଜଗତକୁ ଶାନ୍ତ, ବ୍ୟବସ୍ଥିତ ଓ ସୁନ୍ଦର କରିବାର ଇଚ୍ଛା ମୋ ଭିତରେ । ସବୁବେଳେ ଭାବେ ମଣିଷଟେ ଏହି ଧରାତଳୁ ବିଦାୟ ନେଲା ପରେ ତା’ର ଅବଶିଷ୍ଟ ସାରାଂଶ ଭାବେ କ’ଣ ରହେ! ପ୍ରଖର ସ୍ରୋତସ୍ୱିନୀଟେ ଶୁଷ୍କ ହୋଇଗଲେ ତା’ ଧାରର ଅବଶେଷରେ କିଛି ଗୋଡ଼ି, ପଥର, ଗେଣ୍ଡା ଓ ଶାମୁକାର ଖୋଳପା ସବୁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆମେ ଦେଖିଥାଉ । ମଣିଷ ଜୀବନ ମଧ୍ୟ ସେଇଆ । ସେ ଚାଲିଗଲା ପରେ ଏବଂ ସଂସାରରୁ ତା’ ପାଦଚିହ୍ନ ଲିଭିଗଲା ପରେ ଯଦି କିଛି ରହିଥାଏ, ତାହା ହୁଏତ ହୃଦୟକୁ ସ୍ପର୍ଶ କରିଥିବା, ମଳୟର ସ୍ମୃତି, ତା’ ମିଠା ଶବ୍ଦର ମର୍ମର, ମହତ୍ ଦାନର ସ୍ମାରକୀ, ପ୍ରେମର କିଛି ଓଜନିଆ ଦୀର୍ଘଶ୍ୱାସ, ଅବା ପୁନର୍ଜନ୍ମ ପାଇଁ ସୁଦୀର୍ଘ ଅପେକ୍ଷାର କାହାଣୀ ଅବା ପ୍ରତିମୁହୂର୍ତ୍ତରେ ନଥିବା ମଣିଷକୁ ବିକଳ ହୋଇ ଖୋଜୁଥିବା ମଣିଷଙ୍କ ଉଦାସ ଆଖିର କରୁଣ ଦୃଷ୍ଟି । ଯଦି ସମୟ ସବୁ କ୍ଷତକୁ ଭରିଦିଏ ଏବଂ ସବୁ ଅନୁଭବକୁ ପୋଛିଦିଏ ତେବେ ମୋ ସମୟର ଅନୁଭବ, ମୋ ଛାତିର ଆବୁରୁଜାବୁରୁ କ୍ରିୟାକଳାପ, ମୋ ଏକଲାପଣ ଆଉ ସଂସାର ପାଇଁ ମୋ ଅସୀମ ଆତୁର ପ୍ରୀତିର ସାକ୍ଷୀ କିଏ? ତେଣୁ ମୋ ଶବ୍ଦଙ୍କୁ ସମୟର ଏଇ ରାତି-ଦିନର ଚକ୍ରରେ ମିଳେଇ ଯିବାକୁ ଦେବିନି ବୋଲି ଏ ‘ସବ୍ୟସାଚୀର ଶବ୍ଦ’ଙ୍କୁ ଲିପିବଦ୍ଧ କରି ଆପଣମାନଙ୍କ ଆଗରେ ରଖିଯିବାକୁ ଚାହିଁଲି । ଆଶା କରୁଛି ଆଜି, କାଲି କିମ୍ବା ପରବର୍ତ୍ତୀ କୌଣସି ଦିନରେ କେବେ ଆପଣମାନେ ଏ କବିତାକୁ ପଢ଼ିବେ ଏବଂ ବୁଝିପାରିବେ ।

    ଡିସେମ୍ବର ୩୧, ୨୦୨୩ – ଅତନୁ

    200.00
    Add to cart
  • Sabyasachira Sabda

    Sabyasachira Sabda

    ‘সব্যসাচীৰ শব্দ’ সংকলনটি কবি অতনু সব্যসাচীৰ জীৱনৰ ঘাত-প্ৰতিঘাত, সামাজিক কর্মৰ মাজত দেউতাকৰ অতুলনীয় অৱদান, আনন্দ-প্ৰেম আৰু বিষাদ, মাতৃক হেৰোৱাৰ বেদনা, পার্থিৱ প্ৰেমৰ সমান্তৰালকৈ অদৃশ্যৰ ইংগিত, গভীৰ অনুভূতি তথা সমাজত পৰিৱর্তন আনিব পৰাকৈ কিছুমান দূৰদৃষ্টিসম্পন্ন চিন্তাধাৰাৰ এটি সুন্দৰ স্বৰলিপি ৷ গ্ৰাম্য জীৱনৰ মধুৰ স্মৃতিত আত্মগোপন কৰি থকা চিত্ৰোৎপলা নদীৰ পৰা আৰম্ভ কৰি গৌতম বুদ্ধ, মহাত্মা গান্ধী, ৰামকৃষ্ণ পৰমহংস, জাতিৰ শ্বহীদগণ, কৃষক সমাজ, গোমাতা, আব্দুল কালামৰ অৱদান তথা সমাজত অৱহেলিত ভোকাতুৰ বেলুনবেচা অসহায় ছোৱালীজনীৰ অধিকাৰলৈকে, ইহলোক-পৰলোকৰ ধাৰণা, জীৱনৰ উদ্দেশ্য, বিবেকৰ আহ্বান আৰু কর্মময় জীৱনৰ মধুৰ আনন্দ তথা অন্তিমযাত্ৰাৰ আহ্বানৰ সংমিশ্ৰণে- গোটেইখিনি কবিৰ লিখনীত ভিন্নস্বাদৰ পৰিচয়ক তুলি ধৰিছে ৷

    200.00
    Add to cart
  • Sachitra Andhara

    Sachitra Andhara

    ବୁଦ୍ଧି ଓ ଆବେଗ ଭିତରେ ପ୍ରାର୍ଥକ୍ୟ ବା ଆବେଗର ପ୍ରାଧାନ୍ୟ ସାବ୍ୟସ୍ତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ଏକ ମାର୍ଜିତ ଚିତ୍ତବୃତ୍ତିରେ ଏ ଦୁଇ ଉପାଦାନ ଅଭିନ୍ନ ଭାବେ ମିଶ୍ରିତ । ସାହିତ୍ୟ ସୃଷ୍ଟି କଲାବେଳେ ଛବିଟିଏ ଆଙ୍କିଲା ବେଳେ, ଗୀତଟିଏ ଗାଇଲା ବେଳେ ବୁଦ୍ଧି କାମ କରୁଥାଏ, ନଚେତ୍ ରଚନା ଭାବଜ୍ଞାପକ ହେବ ନାହିଁ, ବିଭିନ୍ନ ରଙ୍ଗକରି ତ୍ରୁଟିପୂର୍ଣ୍ଣ ବ୍ୟବହାର ଫଳରେ ବା ଅନୁପାତ ଅଭାବରେ ଛବିଟି ନିକୃଷ୍ଟ ହୋଇଯିବ, ଗୀତଟି ବେସୁରା ହୋଇଯିବ । ସେପରି ଗୋଟିଏ ସମସ୍ୟାର ସମାଧାନ ପାଇଯିବା ମୁହୂର୍ତ୍ତରେ ବୈଜ୍ଞାନିକ ଭାବାତିଶଯ୍ୟରେ ବିହ୍ୱଳ ହୋଇପଡ଼େ । ସେ ବୁଦ୍ଧି କିନ୍ତୁ ଉଦ୍ଦେଶ୍ୟମୂଳକ ଓ ପୂର୍ବବର୍ଣ୍ଣିତ ବୁଦ୍ଧିଠାରୁ ଅଲଗା । ଯଦି ପୂର୍ବବର୍ଣ୍ଣିତ ବୁଦ୍ଧି ଓ ଆବେଗ ଭିତରେ ଗୋଟିକ ବାଛିବାକୁ ପଡ଼େ, ତେବେ ଏହି ନିନ୍ଦିତ, ଅପରିଣାମଦର୍ଶୀ ଭାବବିହ୍ୱଳତା କେଡ଼େ ଶ୍ରେୟସ୍କର । ବେଳେବେଳେ ଏହା ଫଳରେ କବିତାଟିଏ ବା ଗପଟିଏ ଲେଖି ହୋଇଯାଏ, ଛବିଟିଏ ଆଙ୍କି ହୋଇଯାଏ, ମୂର୍ତ୍ତିଟିଏ ଗଢ଼ି ହୋଇଯାଏ । ବହୁତ ବର୍ଷ ପରେ, ଦିନେ ନିରୋଳାରେ ବସିଥିବାବେଳେ, ଲୋକଟିଏ କବିତାଟି କି ଗପଟି ପଢ଼ି ବା ସେ ଛବିଟି କିମ୍ବା ମୂର୍ତ୍ତିଟି ଦେଖି ଚମକି ପଡ଼ିପାରେ । ଏମିତି ଚମକି ପଡ଼ିବା ମୁହୂର୍ତ୍ତରେ ସେ ସଭ୍ୟତାର ନିରବଚ୍ଛିନ୍ନ ସ୍ରୋତ ସହିତ ହଠାତ୍ ସଂଯୁକ୍ତ ହୋଇଯାଏ, ଅସଂଖ୍ୟ ବ୍ୟକ୍ତି-ମୃତ୍ୟୁ ସତ୍ତ୍ୱେ ବିଦ୍ୟମାନ ଜୀବନ୍ତ ମଣିଷ ମୂର୍ତ୍ତିର ଅଂଶ ହୋଇଯାଏ । ଏପରି ଚମକପ୍ରଦ ମୁହୂର୍ତ୍ତଟିଏ ସୃଷ୍ଟି କରିବାଠାରୁ କେଉଁ ସାହିତ୍ୟିକର ବା କେଉଁ ଶିଳ୍ପୀର ଆଉ ବଡ଼ ଲକ୍ଷ୍ୟ କ’ଣ ଥାଇପାରେ? ଯଦି ତା’ର ଏ ଲକ୍ଷ୍ୟ ଆସିଯାଇଛି, ସେ ଏପରି ଏକ ଅବିନଶ୍ୱର ଜୀବନର ଅଂଶ ହୋଇ ସାରିଛି ଯେଉଁଥିରେ ବିଷାଦ ବି ଅଭିଳାଷର ଓ ଆବିଷ୍କାରର ଆନନ୍ଦ ସହିତ ଅପରିଚିତ ନୁହେଁ, ଯେଉଁଥିରେ ଗଦାଗଦା ଅପ୍ରାସଙ୍ଗିକ ଧ୍ୱଂସାବଶେଷର ଉର୍ଦ୍ଧ୍ୱରେ ଅତୁଳନୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟଟିଏ ପ୍ରତିପାଦି କରନ୍ତି । ଯଦି ସେତିକି ମାତ୍ର କୃତିତ୍ୱ, ସେତିକି ମାତ୍ର ସନ୍ତୋଷ ଫଳରେ ସେମାନଙ୍କର ଅନ୍ତିମକାଳ ଟିକିଏ କମ୍ ଦୁର୍ବିସହ ହୁଏ, ହେଉ ।

    230.00
    Add to cart
  • Sahasra Janhara Rati

    Sahasra Janhara Rati

    ‘Sahasra Janhara Rati’, author’s twelfth poetry collection, is interwoven with forty-six Odia poems of varied tastes and thoughts. They depict intricately human dreams and despair, aspiration and agony, passion and emotion, rejoice and sorrow, love and betrayal, delusion and illusion, splendour of nature, philosophy of life, death and time, apprehension for the uncertain future of man and environment and even poetic illustrations of some scientific phenomena that rarely find its place in poetry. Hope these poems may touch the hearts of poetry-lovers.

    200.00
    Add to cart
  • Sahasrabdeera Swaksharita Pandulipi

    Sahasrabdeera Swaksharita Pandulipi

    କବିତା ସାମଗ୍ରିକ ଚେତନାକୁ ପ୍ରଭାବିତ କରୁଥିବା ଅପ୍ରତିହତ ସାଂସ୍କୃତିକ ଧାରା- ଏହା ସମସାମୟିକ ଚେତନାରେ ଯେପରି ଜର୍ଜରିତ, ଐତିହାସିକ ଚେତନାରେ ସେହିପରି ପୁଷ୍ଟ । ଏଇ “”ଐତିହାସିକ’ କିନ୍ତୁ ଇତିହାସ ଅର୍ଥରେ ନୁହେଁ । ପ୍ରତ୍ୟେକ କବିର ସ୍ୱତନ୍ତ୍ର ଐତିହ୍ୟ ରହିଛି । ଏହା ଫ୍ରଏଡ୍]ଙ୍କ ଅବଚେତନ ହୋଇପାରେ, କଲରିଜ୍]ଙ୍କ ଋତାବେଶ ହୋଇପାରେ, ମାର୍କସ୍]ଙ୍କ ବସ୍ତୁନିଷ୍ଠ ଦ୍ୱନ୍ଦ୍ୱ ହୋଇପାରେ, ରବୀନ୍ଦ୍ରଙ୍କ ବିଶ୍ୱବୋଧ ହୋଇପାରେ । ତେଣୁ କବିତାର ଧାରା ଏକାଧିକ ଅର୍ଥରେ କ୍ରାନ୍ତିକାରୀ । ସଂଗୀତର ଆରୋହଣ ଓ ଅବରୋହଣ ଛନ୍ଦରେ ଏହା ଗତି କରେନାହିଁ ।

    ଅନ୍ୱେଷା, ସଂବର୍ତ୍ତ ଓ ପ୍ରବର୍ତ୍ତନ ଏଇ ତିନୋଟି କ୍ରମରେ ଉତ୍କର୍ଷ କଳା ରୂପାୟିତ ହୁଏ । ଏହା ପୃଥ୍ୱୀ ପାଇଁ ଯେପରି ପ୍ରଯୁଜ୍ୟ, ମଣିଷ ପାଇଁ ଅନୁରୂପ । ସ୍ୱକୀୟ ଆବେଶ ବହିର୍ଜଗତରେ ପ୍ରତିରୂପ ଅନ୍ୱେଷଣ କରେ । ଧୃପଦୀ ଧାରଣା, ସମନ୍ୱିତ ସ୍ରଷ୍ଟା, ଅନୁଭୂତିର ତାତ୍ପର୍ଯ୍ୟ ଅନୁଶୀଳନ କରେ । ଏଇ ଅର୍ଥ ଦାର୍ଶନିକ ନିଗଡ଼ରେ ବନ୍ଧା ନୁହେଁ । କାବ୍ୟିକ ଦୃଷ୍ଟି ସହିତ ଅଭିଦୃଷ୍ଟି, ଅନ୍ତର୍ଦୃଷ୍ଟି, ରସଦୃଷ୍ଟି ଓ ସମଷ୍ଟି ଚେତନା ଘନିଷ୍ଠ ଭାବେ ସମ୍ବନ୍ଧିତ । ତେଣୁ ପ୍ରବହମାନ ସଂସ୍କୃତିର ପୁନର୍ମୁଲ୍ୟାୟନ କବିର ଅବଚେତନରେ ହୁଏ । ତା’ର ଅଭିବ୍ୟକ୍ତି ସ୍ୱତଃ ଶକ୍ତିଶାଳୀ ଓ ପ୍ରଣିଧାନ ଯୋଗ୍ୟ ।

    – ପ୍ରହରାଜ ଶ୍ରୀସତ୍ୟନାରାୟଣ ନନ୍ଦ”

    160.00
    Add to cart
  • Saheti Sonnet

    Saheti Sonnet

    ବିଭୁଦତ୍ତ ମିଶ୍ର (୨୯ ନଭେମ୍ବର ୧୯୩୬-୨୩ ଫେବୃଆରୀ ୨୦୦୩) ଅଭିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍]ଡ଼ିଭିଜନ୍]ରେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଞ୍ଛାନିଧି ମିଶ୍ରଙ୍କ ପ୍ରେରଣା ତାଙ୍କ ପାଇଁ କବି ହେବାର ନୂତନ ଦିଗନ୍ତ ସୃଷ୍ଟି କରିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍]ଫିଲ୍ ଡିଗ୍ରୀ ଲାଭ କରିବାରେ ସେ ପ୍ରଥମ ବ୍ୟକ୍ତି । ୧୯୬୬ ରେଭେନ୍ସା କଲେଜ, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ ଖଲିକୋଟ କଲେଜ, ବ୍ରହ୍ମଗିରି ପ୍ରଭୃତିରେ ଦୀର୍ଘ ୩୭ ବର୍ଷର ଅଧ୍ୟାପନା ପରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା, କବିତା- ‘ଉର୍ବଶୀର ଚିଠି’ (୧୯୬୧), ‘ହେ ସାରଥି, ରଥରଖ’ (୧୯୬୩), ‘ଶହେଟି ସନେଟ୍]’ (୧୯୬୫), ‘ବିସ୍ମୃତିର ସ୍ମୃତି'(୧୯୮୧), ‘ସୁପର୍ଣ୍ଣର ସଂଗୀତ’ (୧୯୯୦), ‘କବିତା ବିଭୁଦତ୍ତ’ (୨୦୦୦); ସାହିତ୍ୟ ସମାଲୋଚନା- ‘ସବୁଜ ଯୁଗ ଓ କାବ୍ୟ ସଂଚୟନ’ (୧୯୬୪), ‘ଚନ୍ଦ୍ରଭାଗା ଓ ରାଧାନାଥ’ (୧୯୬୨), ‘କବିତା କଲ୍ଲୋଳ ପର୍ଯ୍ୟାଲୋଚନା’ (୧୯୬୫), ‘ଗାଥାକବି ଗୋଦାବରିଶ’ (୧୯୬୫), ‘ନିବଦ୍ଧ ବିଭୁଦତ୍ତ’ (୨୦୦୧); ସଂକଳନ- ‘କବିତା କାଲି ଓ ଆଜିର’, ‘ମାନସ ଗଙ୍ଗା’, ‘ଏକାଙ୍କିକା’, ‘ମାଧୁରୀ’, ‘ପ୍ରବନ୍ଧାୟନ ଗଳ୍ପ ମାନସ’; ଉପନ୍ୟାସ- ‘ସାଗରୀକାର ସ୍ୱପ୍ନ ଭଙ୍ଗ’ (୧୯୬୩); ଆତ୍ମଜୀବନୀ- ‘ମୁଁ ବିଭୁଦତ୍ତ କହୁଛି’ ।

    200.00
    Add to cart
  • Sakala Asi Sikheiba Jae

    Sakala Asi Sikheiba Jae

    ଅନୁଭବର ଉଦ୍ଭାବନ ବିବିଧତାରେ ବିକଶିତ । ଅଭିନବ ଉଦ୍ଭାଷରେ ଉଦ୍ଭାସିତ ତା’ର ଆଲେକ୍ଷ୍ୟର ଅଭିଲେଖ । ଯହିଁରେ ଅଭିପ୍ସାର ଅସ୍ଥିତ୍ୱ ଅସ୍ମିତାରେ ଅଭିସିକ୍ତ ହୋଇ ଅନିତ୍ୟର ଅପୂର୍ବ ସଙ୍ଗତିରେ ପ୍ରତିଭାତ ହୁଏ । ସୁଯୋଗ୍ୟ ଶବ୍ଦ ସଞ୍ଜୋଜନାକୁ ଅଙ୍ଗୀକାର କରି ଭାବର ସମ୍ପ୍ରୀତିରେ ତାହା ଅମର୍ତ୍ତ୍ୟ ଅମୃତ ପରସେ ।

    ପ୍ରସ୍ଫୁଟିତ କଲ୍ଲୋଳ କମନୀୟ ହିଲ୍ଲୋଳରେ ମହନୀୟରୁ ମାର୍ମିକ ହୋଇଯାଏ । ମହିମାରୁ ତା’ର କବ୍ୟିକ ଚେତନାର ଚଉହଦି ବିମୁଗ୍ଧ ବର୍ଣ୍ଣାଳି ତଥା ସ୍ନିଗ୍ଧର ସାଫଲ୍ୟ ସନ୍ନିହିତ ହୋଇ ସମ୍ମୋହିତ କରେ । ସ୍ୱପ୍ନର ସେହି ସ୍ୱରାଜକୁ ଅମାତ୍ୟ ପଣିଆ ଧରି ଅବତୀର୍ଣ୍ଣ ହୁଏ ଆନୁଗତ୍ୟ ଅତୀତ । ଜାଜୁଲ୍ୟ ଜାଲରେ ଛନ୍ଦି ବିଭୋର ଫାନ୍ଦରେ ବାନ୍ଧି ବର୍ତ୍ତମାନର ବିଲମ୍ୱିତ ବ୍ୟଥାର ବିଥିକା ପୁଣି ପ୍ରହେଳିକା ବାଣ୍ଟେ । ଅବ୍ୟବସ୍ଥିତ ମୂହୁର୍ତ୍ତ ମନ୍ତ୍ରଣାରେ ଅକଥନୀୟ ଯନ୍ତ୍ରଣା ନିସର୍ତ୍ତରେ ଅନୁଦିତ ହୁଏ । ଉଦିତ ଆଭାରେ ବ୍ୟବସ୍ତିତ ହୁଏ, ଅନେକ ଅଦୃଶ୍ୟ ତଥ୍ୟ ଦର୍ଶନୀୟ ଦସ୍ତାବିଜ୍ ହୋଇ ।

    ସେହି ସଂସ୍ଥାପନର ଦଖଲରେ ଦାବାନଳର ଜ୍ୱାଳା ବୈଶାଖର ଲୀଳା ତଥା ଅହେତୁକ ଅହମିକା ଅବଲୀଳା ଖଞ୍ଜି ହୋଇଯାଏ । ଭୌତିକ ଭଙ୍ଗିମା ତା\’ର ନୈତିକର ସୀମା ଛୁଇଁ ପୁଷ୍ପିତ ସୌହାର୍ଦ୍ଦ୍ୟରେ ନିୟନ୍ତ୍ରିତ ହୁଏ । ତପ୍ତ ବୈତରଣୀ ତରିବାର ପ୍ରଚେଷ୍ଟା ପ୍ରବଳ ପ୍ରତିକୂଳର ଭିଡ଼ ଠେଲି ତମସା ତୋଡ଼କୁ ବେଖାତିର କରେ ।

    ରାତିର ରୀତିକୁ ପ୍ରତିହତ କରି ପ୍ରତିଭାତ ହୁଏ ପ୍ରଶାନ୍ତ ସକାଳ । ସେହି ସୂଚୀବନ୍ତ ସକାଳର ସମୁଚିତ ଶିକ୍ଷାରେ ସେଞ୍ଜୋଜିତ ହୁଏ ସମଦର୍ଶୀତା । ପାରିଜାତ ପରି ପ୍ରତ୍ୟୟର ପ୍ରଯୁକ୍ତିରେ ନିଯୁକ୍ତ ସଂଶୋଧନ ପ୍ରଚୁର ପରିପନ୍ଥୀକୁ ପରାହତ କରେ । କାଳି, କଲମ ଓ ମନର ମେଳକରେ ହସି ଉଠେ ଶୃଜନୀର ଶତଦଳ । ଶାଶ୍ୱତ ସଙ୍ଗୀତର ଅନନ୍ୟ ଇଙ୍ଗିତରେ ସଂରଚନା ସବୁ ନବୀନ ଉନ୍ମେଷ ପାଇ ଉଥିତ ହୁଏ । ସନ୍ନିହିତ ସଂଜୀବନୀର ସ୍ୱାକ୍ଷର ବହି ସଞ୍ଜୀବିତ ରୂପାୟନ ସଂସ୍କାରିତ ତଥା ପ୍ରକାଶିତ ହୁଏ, କବିତାର କଳେବର ନେଇ, ସ୍ୱତନ୍ତ୍ର ସକାଳ ଆସି ଶିଖେଇବା ପରେ ।

    220.00
    Add to cart
  • Samaya Bishada Nai

    Samaya Bishada Nai

    ଗୌତମ ଜେନାଙ୍କ ‘ସମୟ ବିଷାଦ ନଈ’ ଏକ ଉଚ୍ଚାଙ୍ଗ କାବ୍ୟ ସୃଷ୍ଟି । ଆଧୁନିକ ଓଡ଼ିଆ କବିତାର କ୍ଲାସିକ୍ ଗ୍ରନ୍ଥ ରୂପେ ଏହାକୁ ବିବେଚନା କରାଯାଇପାରେ । କାବ୍ୟ ନାୟିକା ଗୌତମୀକୁ କେନ୍ଦ୍ରରେ ରଖି କବି ପ୍ରେମ, ପ୍ରଣୟ ଓ ଅକୁଣ୍ଠ ଭଲପାଇବାର ଏକ ଚିପୁଡ଼ା ଲୋଡ଼ିବାପଣକୁ ବ୍ୟକ୍ତିଗତ ଅନୁଚିନ୍ତନର ଗଭୀରତାରେ ଆକଳନ କରି ସର୍ବଜନ ଚେତନାର ମଂଜରେ ଏହାକୁ ନିମଗ୍ନ କରାଇ ଅଛନ୍ତି । ଯେଉଁଠି କାବ୍ୟ ନାୟକ କବିସତ୍ତା ଉପରେ ସବାର ହୋଇ ଆମ ନିତିଦିନିଆ ଜୀବନର ଏକ ପ୍ରତିନିଧି ପାଲଟି ଯାଇଛି । କାବ୍ୟ ନାୟିକା ଗୌତମୀ କବିର ପ୍ରେମିକା ନୁହେଁ ବରଂ ପ୍ରତିଟି ପ୍ରେମପଣର ଏକ ଅନ୍ତହୀନ ଆଲୋଡ଼ନ । ଦେହଠାରୁ ଦେହାତୀତର ଏକ ଐନ୍ଦ୍ରଜାଲିକ କେନ୍ଦ୍ରବିନ୍ଦୁରେ ତା’ର ପରିକଳ୍ପନା । ପ୍ରେମରେ ଜୀଇଁବା, ପୁଣି ପ୍ରେମରେ ହୃଦୟ ଦେଇ ମରିବା ଏଠି ବଡ଼କଥା । ଆମ କାବ୍ୟ ପରଂପରାରେ କବି ଜୟଦେବଙ୍କ ଅନୁଚିନ୍ତନ ଧାରାଟି ଆଳଙ୍କାରିକ କାବ୍ୟ ଯୁଗରେ ରାଧାକୃଷ୍ଣଙ୍କୁ ଉପଜୀବ୍ୟ କରି ଯେଉଁ ପରକୀୟା ପ୍ରୀତିର ପରିକଳ୍ପନା କରିଥିଲା ଏବଂ ପ୍ରେମର ଶ୍ରେଷ୍ଠତ୍ୱ ତହିଁରେ ଆରୋପିତ କରିବାର ପ୍ରଚେଷ୍ଟା କରିଥିଲା କବି ଗୌତମ ଜେନାଙ୍କ ‘ସମୟ ବିଷାଦ ନଈ’ କିନ୍ତୁ ସେ ଧାରାକୁ ଗ୍ରହଣ କରିନାହିଁ । ବରଂ ଏକ ମାନସିକ ଚିନ୍ତନରେ ଦେହକୁ ସ୍ୱୀକାର କରି ଆହୁରି ଗଭୀରତାକୁ ସ୍ପର୍ଶ କରିଛି । କବି ପରକୀୟାଠାରୁ ସ୍ୱକୀୟା, ଯୌନ ଜାଂଗଳିକତାଠାରୁ ଏକ ଚେତନ ଚିନ୍ତନରେ ପ୍ରେମକୁ କେନ୍ଦ୍ରିଭୂତ କରାଇ ସର୍ବଜନ ଭାବପଣରେ ତାକୁ ଛାଡ଼ି ଦେଇଛନ୍ତି ‘ସମୟ ବିଷାଦ ନଈ’ର କବିତାଗୁଡ଼ିକରେ, ଯାହା କାଳଠାରୁ ବହୁ ଊର୍ଦ୍ଧ୍ୱରେ । ଝୁରି ହେବା ଏଠି ବଡ଼ କଥା ନୁହେଁ, ବଡ଼ କଥା ହେଉଛି କାବ୍ୟ ନାୟକର ଏକ ଅହେତୁକ ଲୋଡ଼ିବାପଣ ।

    ଆମ କାବ୍ୟ ପରଂପରାରେ ଏକ ନୂଆ ଚିନ୍ତନ ‘ସମୟ ବିଷାଦ ନଈ’ ଚିହ୍ନରା ପାଠକମାନଙ୍କୁ ନିଶ୍ଚୟ ଛୁଇଁବ ବୋଲି ଆଶା ।

    200.00
    Add to cart