-
Returning Home
₹320.00In their movement across time and space, human beings relinquish not simply love of person but also the love of place. In his book, Bijoy Misra has managed to retrace and recall those disconnections and the value systems which led to their genesis. He has described how it is that human beings join and divide, the grounds upon which they merge and separate and how our emotions are both created and diminished by such small irreversible details of the experience. If we are made for the love we are also unmade by its loss or absence, whether such love is spiritual, moral, political, artistic, or simple earthly affection.
-
Revenue Ticket
₹260.00ଅମୃତା ପ୍ରୀତମ୍ ଖାଲି ଭାରତ କାହିଁକି, ପୃଥିବୀର ଅନ୍ୟ ଅନେକ ଦେଶର ସାହିତ୍ୟ ଜଗତରେ ଏକ ଜଣାଶୁଣା ନାମ । ତାଙ୍କର ବହୁ ଗଳ୍ପ, କବିତା, ଉପନ୍ୟାସ ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକ ପାଠିକା ମାନଙ୍କ ନିକଟରେ ବିଶେଷ ଆଦର ଓ ସମ୍ମାନ ଲାଭ କରିଛି । ଜ୍ଞାନପୀଠ ଠାରୁ ଭାରତୀୟ ସାହିତ୍ୟ ଏକାଡ଼େମୀ ପର୍ଯ୍ୟନ୍ତ ବହୁ ସଂସ୍ଥା ତାଙ୍କର ସାହିତ୍ୟକୃତିକୁ ସ୍ୱୀକାର କରି ତାଙ୍କୁ ସମ୍ମାନିତ କରିଛନ୍ତି ।
“ରସିଦି ଟିକଟ” ଅମୃତା ପ୍ରୀତମଙ୍କର ଆତ୍ମଜୀବନୀ । ନିଜର ଭିତର ବାହାରକୁ ଟିକିନିଖି ଭାବରେ ବିଶ୍ଳେଷଣ କରି ପାଠକଙ୍କ ଆଗରେ ଏତେ ସାହସର ସହିତ ରଖିଦେବା କୌଣସି ପ୍ରତିଷ୍ଠିତା ନାରୀପକ୍ଷରେ ସଚରାଚର ସମ୍ଭବ ହୁଏନାହିଁ । କିନ୍ତୁ ଅମୃତା ପ୍ରୀତମ୍ ଅନନ୍ୟା ।
-
River Dream
₹200.00This is not a critique of Jyotirmayee’s poems which comprise this anthology. I will rather share with the readers my impressions the poems have created in me. I feel tempted first, to say a few words about two poems; “Gopal” and “Victory” which engaged my attention more than any other poem in the anthology did. I will try to say why.
“Gopal “is about an uncomplaining old mother, whose son takes him to Kumbha Mela, not on a pilgrimage but consign her to its massive crowd and declare her untraceable and lost. She is conscious of the intrigue of her son and daughter-in-law for whom she is now a dispensable burden. But she makes it to the Mela not on a pilgrimage as she consoles herself to have the Supreme Gopal, Sri Krishna, as her emotional and spiritual replenishment. The mother, as always, through this sacrifice, becomes resplendent and pervasive.
The world offers alternatives to cling to even when it appears to be a void with all possibilities non-existent. This sense of hope permeates most of her poems in this anthology. Jyotirmayee’s anguish is evident as the spectacle of cruelty, hypocrisy, deception and rape etc. engulf values and block the path to the moral realm. This divinely ordained Mother Earth is battered and maimed by these evils, but ultimately these evils, gloom and frustration will be dissipated by the miraculous flute bringing bliss and ecstasy to the soul. This hope, I repeat, is echoed in several poems; there is an end to the present tunnel; there is always a promise of a green territory; birds chirping in gay abandon; bees collecting honey and above all, the gloom-dispelling tune of Sri Krishna’s flute who is envisioned as the final saviour. Her conviction is rooted in the Indian philosophy of Time’s cyclic order as hinted in the poem “River”.
The second poem I have in mind is “Victory”. A seed accidentally dropped in an inhospitable place, sprouts. Green stem carrying pink flower symbolises the eternal flow of life. Unafraid of hostile condition, the plant in fact registers victory of life. This reiterates the poet’s perception that this world is a divine domain where good will emerge victorious.
Some of the poems are the poet’s meditation as she leads a life of forced quarantine due to Covid-19. At one end such life is contrasted with the free movement of butterflies. Owing to despair, the world turns out to be godless, patients die in quarantine hospitals. The dignity of a corpse does not matter as it is distanced due to fear of the pandemic.
The despair and hardship forced upon man by this deadly epidemic are real. Man must endure it as long as it is not eliminated. On the other hand, however, as the poet looks at it, this curse is a passing phenomenon. Finally, life will remain triumphant.
Besides some of these, there are others based on current events which have national, racial, human and even feminist connotation. The tragedy at Galwan Valley, the murder of George Floyd by White police in Minneapolis, the death (call it murder) of a pregnant elephant that follows the fatal bombs masquerading as food and the protest of Kangana that a part of her house was demolished exemplify the above observations. Jyotirmayee’s penchant for myth is another aspect in this anthology which arrests the reader’s attention. Ganga, Mist and even Taapoi etc. are given poetic treatment in the mythic perspective. Myth as a part of cultural heritage is never obsolete. It retains its relevance and enriches thoughts through ages.
The poetic statements are varied, characterized by simplicity and clarity. Jyotirmayee avoids intellectualizing or philosophizing her statement. Such ostentatious exercise has created enough mischief in the realm of contemporary poetry and has distanced poetry from the reader. Her poem reveals itself in an autonomous and effortless manner.
-
Role of Competency Mapping in Talent Management
₹600.00This Book consists of six chapters:
Chapter I presents the overview of the study, relevance, objectives and methodology adopted to conduct it.
Competency mapping can play a significant role in recruiting and retaining people as it gives a more accurate analysis of the job requirements, the candidate’s capability, of the difference between the two, and the development and training needs to bridge the gaps. As far as meeting an individual’s career aspirations are concerned, once the organization gives an employee the perspective of what is required from him to reach a particular position, it drives him to develop the competencies for the same. The author presents the relevance of the study and the research methodology adopted to draw out conclusions on the effective competencies required by professionals for managing Talent in their organization.
-
Rubaiyat (Omar Khayyam )
₹200.00Rubáiyát of Omar Khayyám is the title that Edward FitzGerald gave to his 1859 translation from Persian to English of a selection of quatrains (rubāʿiyāt) attributed to Omar Khayyam (1048-1131), dubbed “the Astronomer-Poet of Persia”.
FitzGerald’s work has been published in several hundred editions and has inspired similar translation efforts in English, Hindi and in many other languages.
Manoranjan Pattanayak’s translation in Odia would provide a pleasant reading to the Odia poetry lovers.
-
Rupasi
₹130.00Rupasi is a long poem by Mukul Mishra, a young poet from Odisha. It has thirty six sections. Mukul Mishra (born February 18, 1979) has three poetry collections in Odia to her credit, Apoorna (2015), Meghamanaa (2016) and Maayalagna (2017) published by Paschima. She has received 2017 Bhubaneswar Pustaka Mela award in 2017 and Odisha Lekhika Sansad Prafulla Kumari Jena Samman in 2018.
-
RuRuRu RuRu
₹200.00ଶିଶୁ ଓ କିଶୋର ଆସନ୍ତାକାଲିର ସମ୍ଭାବନା । ଏହି ବୟସରେ ସେ ନିଜକୁ ଗଢ଼େ । ଭବିଷ୍ୟତର ବିରାଟ ବୋଝ ବୋହିବାକୁ ସଂକଳ୍ପ କରେ । ନିଜ ଭିତରେ ଉକୁଟି ଉଠୁଥିବା ଆଭାସ ଓ ଆବେଦନକୁ ସେ ପରିପ୍ରକାଶ କରିବାକୁ ଚାହୁଁଥିବାବେଳେ ତାହାକୁ ଆହୁରି ତରଙ୍ଗାୟିତ କରିବା ପାଇଁ ଆମେ ବଡ଼ମାନେ ତାଙ୍କପାଇଁ ବାଡ଼ ନ ହୋଇ ମଶାଲ ପାଲଟିଲେ, ସେମାନେ ସହଜରେ ଅନ୍ଧାର ପଥ ଅତିକ୍ରମ କରିପାରିବେ ।
ଶିଶୁଟି ପଢ଼ିବସିଲେ ଆଉ ଏକ ଦୁନିଆରେ ପହଂଚିଯାଏ । ପ୍ରତିପୃଷ୍ଠାରେ ତା ଚାରିପାଖରେ ବାପାବୋଉ, ସାଙ୍ଗସାଥୀ, ପରିବାର ବ୍ୟତିରେକ ଆଉ କେତେକ ଚରିତ୍ର ଓ ଘଟଣାକ୍ରମ ତାକୁ ଆକର୍ଷିତ କରିଥାଏ । ଦୁନିଆକୁ ଜାଣିବସେ । ନିଜର ସ୍ଥିତି ଅବସ୍ଥିତିକୁ ବୁଝିପାରେ । ଗଛ, ପାହାଡ଼, ନଦୀ, ସାଗର, ଆକାଶ, ମାଟିରେ ଗଢ଼ି ହେଉଥିବା ଜୀବନମାନଙ୍କୁ ଜାଣି ନିଜ କଅଁଳ ଆଖିରେ କଳ୍ପନା କରିବସେ ଓ ସାତରଙ୍ଗରେ ରଙ୍ଗେଇବାକୁ ଚେଷ୍ଟାକରେ । ଶାସନ ଅନୁଶାସନର ଅର୍ଗଳି ମଧ୍ୟରେ ଅସରନ୍ତି ପାହାଚରେ ପାଦ ଥାପିବାକୁ ପଛାଏନି । ପ୍ରତିଯୋଗିତାର ପୃଥିବୀରେ ପାରିଲା ପଣିଆର ପାରଦର୍ଶିତାକୁ ପ୍ରତିପାଦନ କରିବାକୁ ଆଶା ବାନ୍ଧେ । ଜୀବନ କାନ୍]ଭାସ୍]ରେ ଚିତ୍ରିତ ଦିଗକୁ ସ୍ୱତନ୍ତ୍ର କରିବାର ସୁଯୋଗକୁ ହାତଛଡ଼ା କରେନା ।
ଏଇ ସାଧନାର ଶୁଭବେଳାରେ ମୁଁ ନିଜ ବୟସରୁ ଝର୍କା ଦେଇ ଓହ୍ଲେଇ ଆସିଛି । ବୟସକୁ ପଛେଇ ଦେଇ ନିଜେ ଶିଶୁଟିଏ ପାଲଟି ତାଙ୍କ ହାତରେ ଧରେଇଦେବାକୁ ଚେଷ୍ଟା କରିଛି ଶିଶୁ କବିତା ଗୁଚ୍ଛ ‘ରୁରୁରୁ ରୁରୁ’ କୁ । ଶିଶୁମନରେ ଆମୋଦ ସହିତ ଆଗାମୀ କାଲିରେ ଏକଏକ ନାୟକ ହେବାକୁ ସଂକଳ୍ପ କରି ସଫଳତା ପାଇଁ ମୋ ହୃଦୟର ଆବେଦନ କବିତାଗୁଚ୍ଛ ଗୁଣ୍ଡୁଚିମୂଷାର ଭୂମିକା ନେବ ବୋଲି ଆଶା ବାନ୍ଧିଛି ।
-
Rutusamhara (Kalidasa)
₹280.00ମହାକବି କାଳିଦାସ କୃତ ‘ଋତୁସଂହାର’ ସଂସ୍କୃତର ପ୍ରଥମ ସ୍ୱତନ୍ତ୍ର ଋତୁକାବ୍ୟ । ଏହା ଏକ ସ୍ୱତନ୍ତ୍ର ଋତୁକାବ୍ୟ । ଏହା ଏକ କ୍ଷୁଦ୍ରକାର ଆଦିରସାତ୍ମକ କାବ୍ୟ । ଏହାକୁ ଖଣ୍ଡବାକ୍ୟର ଅନ୍ତର୍ଭୁକ୍ତ କରାଯାଏ । କେହି କେହି ଏହାକୁ ଗୀତିକାବ୍ୟ ମଧ୍ୟ କହନ୍ତି ।
‘ଋତୁସଂହାର’ ଶିରୋନାମଟିରେ ସଂହାରର ଅର୍ଥ ହତ୍ୟା ନୁହେଁ । ଏହାର ଅର୍ଥ ହେଉଛି ସମାବେଶ ବା ମାଳା । ତେଣୁ ‘ଋତୁସଂହାର’କୁ ‘ଋତୁ ସମାବେଶ’ ବା ‘ଋତୁମାଳା’ ହିସାବରେ ବିଶ୍ଳେଷଣ କରାଯାଇପାରେ ।
‘ଋତୁସଂହାର’ କାଳିଦାସଙ୍କ ପ୍ରଣୀତ ପ୍ରଥମ କାବ୍ୟ ରଚନା, ଯେଉଁଥିରେ ଭାରତୀୟ ଉପମହାଦେଶର ଛଅଟି ଋତୁର ବର୍ଣ୍ଣନା ରହିଛି । ଛଅ ଋତୁର ସୁନ୍ଦର ବର୍ଣ୍ଣନା କବି ଛଅ ସର୍ଗରେ ବା ଅଧ୍ୟାୟରେ କରିଛନ୍ତି । ପ୍ରଥମ ସର୍ଗଟି ଗ୍ରୀଷ୍ମଋତୁ ବିଷୟକ । ପରବର୍ତ୍ତୀ ସର୍ଗ ଗୁଡ଼ିକରେ ବର୍ଣ୍ଣିତ ହୋଇଛି ଯଥାକ୍ରମେ ବର୍ଷା, ଶରତ୍], ହେମନ୍ତ, ଶିଶିର (ଶୀତ) ଓ ବସନ୍ତ ଋତୁ । ବର୍ଣ୍ଣନା ଖୁବ୍ ମନୋହର ଓ ନୈସର୍ଗିକ ତଥା ସ୍ୱଭାବିକତା ବେଶି ମାତ୍ରାରେ ପରିଦୃଷ୍ଟ ହୁଏ । ଏଗୁଡ଼ିକ ଦୁଇ ପ୍ରଣୟୀଯୁଗଳର ପରସ୍ପର ସଂବାଦ ।
ପ୍ରତ୍ୟେକ ଋତୁର ସଂଦର୍ଭରେ କବି ନ କେବଳ ସମ୍ବନ୍ଧିତ କାଳଖଣ୍ଡର ପ୍ରାକୃତିକ ବୈଶିଷ୍ଟ୍ୟ, ବିବିଧ ଦୃଶ୍ୟସମୂହର ଚିତ୍ରଣ କରାରାଇଛି ତାହା ନୁହେଁ ଅଧିକନ୍ତୁ ପ୍ରକୃତି-ଜଗତରେ ହେଉଥିବା ପରିବର୍ତ୍ତନ ଓ ପ୍ରତିକ୍ରିୟାକୁ ଯୁବକ-ଯୁବତୀ ଓ ପ୍ରେମିକ-ପ୍ରେମିକାଙ୍କର ପ୍ରଣୟ ଜୀବନ ଉପରେ ପଡୁଥିବା ପ୍ରଭାବର ବି ରୋମାନୀ ଶୈଳୀରେ ନିରୂପଣ ଓ ଆକଳନ କରିଛନ୍ତି । ପ୍ରକୃତିର ପ୍ରାଙ୍ଗଣରେ ବିହାର କରୁôଥିବା ବିଭିନ୍ନ ପଶୁ-ପକ୍ଷୀ ତଥା ନାନା ବିଧ ବୃକ୍ଷ, ଲତା ଓ ଜୀବ-ଜନ୍ତୁଙ୍କ ବିଷୟରେ ବି ଭୁଲି ନାହାନ୍ତି । ସିଏ ଭାରତର ପ୍ରାକୃତିକ ବୈଭବର ସହିତ ତା’ର ସ୍ୱଭାବ ଓ ପ୍ରବୃତ୍ତିର ପୂର୍ଣ୍ଣତଃ ପରିଚିତ ଅଛନ୍ତି । ପ୍ରସ୍ତୁତ କାବ୍ୟଗ୍ରନ୍ଥଟିକୁ ପଢ଼ିଲେ ଭାରତର ବିଭିନ୍ନ ଋତୁଗୁଡ଼ିକର ସୌନ୍ଦର୍ଯ୍ୟ ସଂପୂର୍ଣ୍ଣ ରୂପରେ ଆମ ଚକ୍ଷୁ ସମ୍ମୁଖରେ ଉପସ୍ଥିତ ହୋଇଥାଏ ।
-
Saanjh
₹150.00AFTER YOU LEFT
I come back to cold bed sheets, perfectly ironed and without a single wrinkle. My feet take me to the coffee table. I work and read until I pass out. Sleep doesn’t knock on my door these days. The roses that you gave me are still fresh enough in the vase and so are my wounds. In this life of what has felt like a thousand years, I realize, I have died a trillion times and lived only when you carried my corpse in your arms. I see shadows in the rainbow and the jasmine bleeds. Oreo still demands the cookies you make for her and my kitchen is weirdly neat as we no more make weird dishes out of potatos. I kiss your photo umpteen times a day and look for a hand to hold as the lost child searches for a little finger in the crowd of predators. An abandoned child is never afraid of loss, they are only afraid of the mirage that love creates.
-
Sabda Sata Tala
₹140.00ଗତି ଓ ଶକ୍ତି ସହ ଶବ୍ଦର ଭାବସଂଚାରୀ ଧ୍ୱନି ‘ଶବ୍ଦ ସାତ ତାଳ’ର ଯାଦୁକରୀ ପ୍ରଲୋଭନ କେବଳ ନୁହେଁ; ଅବିଶ୍ୱସନୀୟ ବିଭବ ମଧ୍ୟ । ସମ୍ପୂର୍ଣ୍ଣ ଜୈବିକ ଓ ସ୍ୱପ୍ନ ବିଜଡ଼ିତ ଏହାର କବିତାଗୁଡ଼ିକରେ ଜୀବନର ବିପୁଳତାକୁ, ସମୟର ଅଖଣ୍ଡତାକୁ ଅକୁଣ୍ଠିତ ଚିତ୍ତରେ ଚରିତ୍ରମାନେ ଯେପରି ଭୋଗିବାର ଆନନ୍ଦ ନେଇଛନ୍ତି, ଅଣଈଶ୍ୱରୀୟ ସତ୍ତାର ଯେପରି ତେଜୋମୟ ରୂପ ବିନ୍ୟାସ କରିଛନ୍ତି; ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ, ମାନବିକତାର ଅପ୍ରତିହତ ଜୟଗାନରେ ବି ସେହିପରି ଅବିଚଳିତ ରହି ପାରିଛନ୍ତି ! ବିଶ୍ୱ-ଭୂମିକୁ ନିଜର କର୍ମଭୂମିର ପରିଚୟ ଦେବାକୁ ସତତ ଉଦ୍ୟମ କରୁଥିବା କେତେକ ଚରିତ୍ର ସମକାଳୀନ ସମାଜକୁ ସମୟକୁ ରାଜନୀତିକ ଅତ୍ୟାଚାରରେ ଅତିଷ୍ଠ ନହୋଇ ସଂଗଠିତ ଓ ଭୂମିମୁଖୀ ଉଡ୍ଡାଣ ଜାରୀ ରଖିବାର ପ୍ରୟାସ ଏବଂ ଭବିଷ୍ୟତର ପୃଥିବୀ ପାଇଁ ଯେଉଁ ତ୍ୟାଗର ପ୍ରଦର୍ଶନ କରିଛନ୍ତି ତା’ ଓଡ଼ିଆ କବିତାରେ ଏକ ନୂତନ ଦିଗ ଉନ୍ମୋଚିତ କରିଛି ବୋଲି ଅନାୟାସରେ କୁହାଯାଇପାରେ । ଶବ୍ଦ ସଂଚାଳନ, ଭାବ ସଂପ୍ରସାରଣ, କାବ୍ୟିକ ବାତାବରଣ, ଜୀବନର ଆୟତନକୁ ବାନ୍ଧି ରଖିବାର ପଟୁତା, ବାସ୍ତବକୁ ସାମ୍ନା କରିବାର ସ୍ପର୍ଦ୍ଧା, ସମ୍ପର୍କ ଓ ପ୍ରେମର ପରିଭାଷାକୁ ଲୋକମୁଖୀ କରାଇବାର ବ୍ୟାକୁଳତା, ସର୍ବୋପରି ବ୍ୟକ୍ତିତାରୁ ମୁକ୍ତ କରି ଏକ ସଂଗୋଷ୍ଠି ଆଡ଼କୁ ନେଇଯିବାର ନୂଆ ପଣ ଟିକକ ‘ଶବ୍ଦ ସାତ ତାଳ’ର ଅଳଙ୍କାର । ପାଠକେ ସାତ ତାଳ ପଙ୍କ ତଳେ ପାଇବେ ଶବ୍ଦ, ଯହିଁରେ ଲୁଚି ରହିଛି ଭବିଷ୍ୟତର ପ୍ରାଣ, ସମ୍ଭାବନାର ବୀଜ; କାରଣ, ‘ଶବ୍ଦ ସାତ ତାଳ’ ବିଶେଷ ଭାବେ, ଚରିତ୍ରମାନଙ୍କର ସାମୂହିକ ପ୍ରାର୍ଥନା ଗୃହ !
-
Sabu Prashnara Uttara
₹150.00ଗଭୀର ରାତିରେ ନିଦ ଭାଙ୍ଗିଯାଏ ଅଚାନକ । ହୃଦୟ ମଧ୍ୟରୁ ଉଦ୍]ଗତ ହୁଏ ଅବାରିତ କୋହ । ବକ୍ଷସ୍ଥଳ ବିଦାରିତ କରି ବନ୍ୟାଜଳ ପରି ପ୍ରବାହିତ ହେବାକୁ ଯାଉଥାଏ ଯେଉଁ ଆକୁଳତା ଭରା କ୍ରନ୍ଦନର ସ୍ରୋତ, ତାକୁ ବହୁ ଚେଷ୍ଟା ଦ୍ୱାରା ଅଟକାଇବାକୁ ପଡ଼େ । ଯେଉଁମାନଙ୍କ ଅପୂର୍ବ ସ୍ନେହରେ ହଜିଯାଇଛି ମୁଁ ଗୋଟାପଣେ, ମୋର ଅନ୍ତଃସତ୍ତା, ସେମାନେ ଗଲେ କୁଆଡ଼େ – ଏ ପଶ୍ନ ବ୍ୟତିବ୍ୟସ୍ତ କରିଥାଏ ସାରା ଚେତନାକୁ ।
ମୋର ପରମ ପୂଜ୍ୟ ପିତାମହଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ସ୍ମୃତି ଏହିପରି ମୋତେ ଡହଳ ବିକଳ କରିଆସିଛି ସର୍ବଦା । ନିଜ ଅନ୍ତରର ଏହି ଆବେଗକୁ କାଗଜରେ ଢାଳିଦେଲେ, କାଳେ ଲାଭ କରିପାରିବି ସାମାନ୍ୟ ଆଶ୍ୱାସନା; ସେଥିପାଇଁ ଯାହା ଲେଖିହୋଇଯାଇଛି ତାକୁ ଗଳ୍ପ ବୋଲି ଗ୍ରହଣ କରିପାରନ୍ତି ଦରଦୀ ପାଠକମାନେ । ବାସ୍ତବରେ କିନ୍ତୁ ଗଳ୍ପ ରଚନାର ପ୍ରୟାସରୁ ମୁଁ ବହୁ ଦୂରବର୍ତ୍ତୀ ଅଥଚ ସାହିତ୍ୟର ଜଣେ ସାଧାରଣ ଛାତ୍ର ଭାବରେ ଜାଣେ ଯେ ଗଳ୍ପକଳାର କମନୀୟତା ରହିଛି ଏଇଠି । ମୋ ଅନୁଭବର କିୟଦଂଶ ପ୍ରକାଶ କରିପାରିଛି ବୋଲି ଅତୃପ୍ତିର ଦୀର୍ଘଶ୍ୱାସରେ ନିରନ୍ଧ୍ର ଅନ୍ଧକାର ଆଉ ଅଧିକ ଅଥୟ କରିନାହିଁ ମୋତେ । ବରଂ ସ୍ନେହସଜ୍ଜଳ ଆତ୍ମୀୟମାନଙ୍କୁ ସଯତ୍ନେ ସଂରକ୍ଷିତ କରି ରଖିଛି ହୃଦୟର ନିଭୃତ ନିଳୟରେ । ଏଥିରେ ସ୍ଥାନିତ ଗଳ୍ପଗୁଡ଼ିକ ସମ୍ପର୍କରେ ବିଶେଷ ବ୍ୟାଖ୍ୟା ବିଶ୍ଳେଷଣର ପ୍ରୟୋଜନ ନାହିଁ ।
-
Sabu Samayara Sonnet
₹240.00This anthology is a collection of Odia sonnets by 45 poets who have practiced this poetic genre in different times. Poets include Madhusudan Rao, Sadhucharan Ray, Fakir Mohan Senapati, Gangadhar Meher, Nandakishore Bal, Chintamani Mohanty, Gopabandhu Das, Laxmikant Mohapatra, Padmacharan Patnaik, Kuntala Kumari Sabat, Godabarish Mohapatra, Annada Shankar Ray, Kalindi Charan Panigrahi, Baikunthanath Patnaik, Radhamohan Gadnaik, Mayadhar Mansinha, Sachi Routray, Narasingha Deb, Anupam Singhdeo, Sudhanshu Sekhar Ray, Krushna Mohan Patnaik, Krushna Chandra Tripathy, Kunjabihari Dash, Guruprasad Mohanty, Ramakanta Rath, Bibhudutta Mishra, Chintamani Behera, Janaki Ballabh Mohanty, Brahmotri Mohanty, Soubhagya Kumar Misra, Bibek Jena, Kamalakanta Lenka, Nrusingha Kumar Rath, Paresh Chandra Rout, Devdas Chhotray, Praharaj Satyanarayan Nanda, Banabihari Panda, Banaj Devi, Girija Baliarsingh, Suresh Parida, Binapani Panda, Satya Pattanaik, Jnani Debashish Mishra, Soumya Saraswat Dash, Suryasnata Tripathy. A 40 page preface by the editor Dr. Sanjita Mishra takes deeper into the development and journey of Odia sonnet with a reference to Sonnet in general. Short bio of poets are given at the end of the book.