-
Sabu Samayara Sonnet
₹240.00This anthology is a collection of Odia sonnets by 45 poets who have practiced this poetic genre in different times. Poets include Madhusudan Rao, Sadhucharan Ray, Fakir Mohan Senapati, Gangadhar Meher, Nandakishore Bal, Chintamani Mohanty, Gopabandhu Das, Laxmikant Mohapatra, Padmacharan Patnaik, Kuntala Kumari Sabat, Godabarish Mohapatra, Annada Shankar Ray, Kalindi Charan Panigrahi, Baikunthanath Patnaik, Radhamohan Gadnaik, Mayadhar Mansinha, Sachi Routray, Narasingha Deb, Anupam Singhdeo, Sudhanshu Sekhar Ray, Krushna Mohan Patnaik, Krushna Chandra Tripathy, Kunjabihari Dash, Guruprasad Mohanty, Ramakanta Rath, Bibhudutta Mishra, Chintamani Behera, Janaki Ballabh Mohanty, Brahmotri Mohanty, Soubhagya Kumar Misra, Bibek Jena, Kamalakanta Lenka, Nrusingha Kumar Rath, Paresh Chandra Rout, Devdas Chhotray, Praharaj Satyanarayan Nanda, Banabihari Panda, Banaj Devi, Girija Baliarsingh, Suresh Parida, Binapani Panda, Satya Pattanaik, Jnani Debashish Mishra, Soumya Saraswat Dash, Suryasnata Tripathy. A 40 page preface by the editor Dr. Sanjita Mishra takes deeper into the development and journey of Odia sonnet with a reference to Sonnet in general. Short bio of poets are given at the end of the book.
-
-
Sabuja Galpa
₹180.00This is a collection of Ajay Swain’s selected short stories that represent the crux and character of Odia literature. Readers will, no doubt be privileged to have a splendid and nerve tickling experience in each of the stories of the book.
-
Sabuja Kabita: Srasta O Srusti
₹330.00ସବୁଜ କବିତାର ଦିଗ୍]ବଳୟ ଖୁବ୍ ପ୍ରସାରିତ ନୁହେଁ । ପୁଣି ଏ ଗୋଷ୍ଠୀର କବିଙ୍କ ସଂଖ୍ୟା ଖୁବ୍ ସୀମିତ । ପାଞ୍ଚଜଣ ବନ୍ଧୁ ଏକାଠି ହୋଇ କିଛି ଲେଖାଲେଖି ପାଇଁ ପ୍ରୟାସ କରିଥିଲେହେଁ ସେମାନଙ୍କ ମଧ୍ୟରୁ ଦୁଇଜଣ ସାହିତ୍ୟରାଜ୍ୟରେ ଆଦୌ ପାଙ୍]କ୍ତେୟ ହୋଇନାହାନ୍ତି । କିନ୍ତୁ ସାହିତ୍ୟ-ସଂଗଠନ, ପତ୍ରିକା ପ୍ରକାଶନ ଦିଗରେ ସେ ଦୁହିଁଙ୍କ ଅବଦାନ ନିଶ୍ଚୟ ସ୍ୱୀକୃତ ହେବ । ଅନ୍ୟ ତିନିଜଣ କବିଙ୍କ ମଧ୍ୟରୁ ଅନ୍ନଦାଶଙ୍କର ମାତ୍ର ଚାରିବର୍ଷ ପାଇଁ ଓଡ଼ିଆ କବିତା ଲେଖିବାରେ ମନ ବଳେଇଛନ୍ତି । ତାଙ୍କ ସୃଷ୍ଟି ସଂଖ୍ୟା ଦୃଷ୍ଟିରୁ ମାତ୍ର ଚଉଦଟି କବିତା । ତା\’ପରେ ସେ ବଙ୍ଗଳା ସାହିତ୍ୟକୁ ଅପସାରିତ ହୋଇ ଯାଇଛନ୍ତି । ତେଣୁ ସବୁଜ କବି ଭାବରେ କେବଳ ବୈକୁଣ୍ଠନାଥ ଓ କାଳିନ୍ଦୀ ଚରଣ ହିଁ ଏହି ନିବନ୍ଧରେ ସବିଶେଷ ଆଲୋଚନା ସ୍ତରକୁ ଆସିଛନ୍ତି । ମୋର ଦୁର୍ଭାଗ୍ୟ ଏ ଦୁଇଜଣ ଯାକ କବି ଆଜି ଇହଜଗତରେ ନାହାନ୍ତି । ତେଣୁ ଏ ନିବନ୍ଧ ଗ୍ରନ୍ଥରେ ମୁଁ ସେମାନଙ୍କ ସହିତ ସାକ୍ଷାତକାରର କୌଣସି ପ୍ରାମାଣିକ ବିବରଣୀ ଦେଇପାରିନାହିଁ । କିନ୍ତୁ ଏହି କବିଙ୍କ ଭାବମୂର୍ତ୍ତି ହିଁ ମୋର ପ୍ରବନ୍ଧ ରଚନାର ମୂଳ ଅନୁପ୍ରେରଣା । ଓଡ଼ିଆ ସାହିତ୍ୟକୁ ଏହି ଯଶସ୍ୱୀ କବିଙ୍କ ଅବଦାନ ପାଇଁ ଏ ସାହିତ୍ୟର ଜଣେ ଅନୁରାଗୀ ପାଠକ ଭାବେ ମୁଁ ଯେତେ କୃତଜ୍ଞତା ଜଣାଇଲେ ବି ତାହା ମୋ ଭାଷାର ନିଅଣ୍ଟିଆପଣକୁ ହିଁ ସାବ୍ୟସ୍ତ କରିବ ।
ଓଡ଼ିଆ ସାହିତ୍ୟ ପାଇଁ ସାମାନ୍ୟ ଅନୁରାଗରୁ ଏହି ନିବନ୍ଧ ଗ୍ରନ୍ଥର ପରିକଳ୍ପନା । ତେଣୁ ଯଦି ଏହା ପାଠକପାଠିକାଙ୍କ ଆଦର ଲାଭ କରିବ ତେବେ ତାହାହିଁ ମୋର ଶ୍ରମର ସାର୍ଥକତା ହେବ ।
– ଡକ୍ଟର ସୁଶ୍ରୀ ସନ୍ଧ୍ୟା ମହାନ୍ତି
-
Sabumodare Jeebana
₹250.00ସତୁରୀ ଅଶି ଦଶକରୁ ଅଦ୍ୟାବଧି ଲେଖାଯାଇଥିବା ପ୍ରମୁଖ ଗାଳ୍ପିକମାନଙ୍କ ଗଳ୍ପରେ ଭିନ୍ନକ୍ଷମତାର ଏକ ସକରାତ୍ମକ ଚିତ୍ର ଆଙ୍କୁଥିବା ଗଳ୍ପଗୁଡ଼ିକ ଚୟନ କରାଯାଇ ଏଥିରେ ସନ୍ନିବେଶିତ କରାଯାଇଛି। ସମୁଦାୟ ଷୋହଳ ଗୋଟି ଗପ ଅକ୍ଷମତାର ଘନକୃଷ୍ଣ ବାଦଲ ଢଙ୍କା ଆକାଶରେ ଝଲକାଏ ବିଜୁଳିର ଚମକ ପରି ନୂଆ ବିଶ୍ୱାସ ସଞ୍ଚାର କରେ। ପ୍ରତିଟି ଗଳ୍ପ ଚରିତ୍ର ଚିତ୍ରଣରେ ସେମାନଙ୍କ ଭିନ୍ନ ସାମର୍ଥ୍ୟର ଏକ ପୃଥକ୍ କାହାଣୀ ଚିତ୍ରାୟିତ କରିଛନ୍ତି। କିଛି ଗପର ଚରିତ୍ର ଶାରୀରିକ ପ୍ରତିବନ୍ଧକତାର ସୀମା ଲଂଘି ପାରିବାପଣର ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସେହିପରି ମାନସିକ ସ୍ତରରେ ଅଦୃଶ୍ୟ ଭିନ୍ନକ୍ଷମତା ଭୋଗୁଥିବା ଚରିତ୍ରଗୁଡ଼ିକ ମଧ୍ୟ ପରିଶେଷରେ ସେମାନଙ୍କ ଅଭୀପ୍ସିତ ପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇଛନ୍ତି। ସକଳ ବିପର୍ଯ୍ୟୟ ଓ ନିୟତିର କ୍ରୂରତା ବିରୁଦ୍ଧରେ ସେମାନଙ୍କ ଅଣଦେଖା ସଂଘର୍ଷଭରା କାହାଣୀ ଶେଷ ମୋଡରେ ସୁଦ୍ଧା ଜୀବନ ପ୍ରତି ଆସ୍ଥା ଓ ଆଶାବାଦ ସଂଚାର କରାଇଥାଏ। ଏକ ନିସ୍ତରଙ୍ଗ ପ୍ରଲମ୍ବିତ ଶୂନ୍ୟତା ମଧ୍ୟରେ ସେମାନଙ୍କ ଅନୁଚ୍ଚାରିତ ଅର୍ଥପୂର୍ଣ୍ଣ ଉପସ୍ଥିତିକୁ ସୂଚାଇଥାଏ। ଭରସା ଦେଇଥାଏ, ଅପୂର୍ଣ୍ଣତାର ଉହାଡରେ ବି ଉଦୟ ଆକାଶର ଆଭା ତା’ର ବର୍ଣ୍ଣିଳ ରଙ୍ଗ ବୁଣିପାରେ…! ଅକ୍ଷମ ଅବୟବ ମଧ୍ୟରେ କୋଟି କୁଟିକାମଭରା ଏକ ସ୍ପନ୍ଦିତ ସଂବେଦୀ ହୃଦୟର ଅବସ୍ଥାନ ହୋଇପାରେ! କିଛି ନାହିଁ ନାହିଁର ସ୍ୱାଦ ବାଢି ଆସୁଥିବା ଗଡ୍]ଡ଼ଳିକାର ଧାରାରେ ସୁଧି ପାଠକବୃନ୍ଦଙ୍କ ଦୃଷ୍ଟିକୋଣକୁ “ହଁ, କିଛି ଅଛି…’ର ନୂଆ ଆରେଖ ଦେଇପାରେ!
-
Sabutharu Dirgharati
₹200.00SABUTHARU DIRGHARATI is the 1997 Sahitya Akademi award-winning short story collection by eminent Odia author Chandrasekhar Rath. The collection has twelve short stories. – Sabutharu Dirgharati, Runipaain Niraba Parrthana, Nimna Pahacha, Ei Bodhe Sesha Dukha, Ghara Nilama Hauchi, Se Tuma Maa Para, Tilichha Mohapatra, Dinabandhu Das, Chhuinle Ubhan Hoijibi, Barsha Eka Rutu: Rutuka Tini Dina, Kamaleswari and Prashnabachaka.
-
Sabyasachira Sabda
₹200.00ବୃତ୍ତି-ରାଜନୀତି, ପ୍ରବୃତ୍ତି-ସାହିତ୍ୟ ଅଭିରୁଚି । ଗୋଟେ ପଟେ କର୍ମର କଠୋର ଅନୁଶାସନ, ଅନ୍ୟପଟେ ଛାତି ଭିତରର ଅକୁହା ସ୍ପନ୍ଦନ । ବୁଝିପାରୁଥିବେ ଗୋଟିଏ ଦେହ-ମନଧାରୀ ମଣିଷଟେ କେତେ ଛଟପଟ ହୁଏ । ଆତ୍ମମୁକ୍ତି ପ୍ରତିଟି ମଣିଷର ଚିରନ୍ତନ ଉଦ୍ଦେଶ୍ୟ ହେଲେ ମଧ୍ୟ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱର ଆହ୍ୱାନରେ ଆତ୍ମମୁକ୍ତିର ମାର୍ଗ ସମୟେ ସମୟେ ରୁଦ୍ଧ ହୋଇଯାଏ ନାହିଁ କି? ସାଧାରଣ ମଣିଷର ସବୁତକ ପ୍ରବୃତ୍ତି, ଜଗତର ପ୍ରତ୍ୟେକ ଜୀବନ ପାଇଁ ଛାତିର ପ୍ରେମ, କରୁଣା, ଦୟା ସହ ନିଜକୁ ନିଃଶେଷ କରି ସନ୍ତାପିତ ଜଗତକୁ ଶାନ୍ତ, ବ୍ୟବସ୍ଥିତ ଓ ସୁନ୍ଦର କରିବାର ଇଚ୍ଛା ମୋ ଭିତରେ । ସବୁବେଳେ ଭାବେ ମଣିଷଟେ ଏହି ଧରାତଳୁ ବିଦାୟ ନେଲା ପରେ ତା’ର ଅବଶିଷ୍ଟ ସାରାଂଶ ଭାବେ କ’ଣ ରହେ! ପ୍ରଖର ସ୍ରୋତସ୍ୱିନୀଟେ ଶୁଷ୍କ ହୋଇଗଲେ ତା’ ଧାରର ଅବଶେଷରେ କିଛି ଗୋଡ଼ି, ପଥର, ଗେଣ୍ଡା ଓ ଶାମୁକାର ଖୋଳପା ସବୁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆମେ ଦେଖିଥାଉ । ମଣିଷ ଜୀବନ ମଧ୍ୟ ସେଇଆ । ସେ ଚାଲିଗଲା ପରେ ଏବଂ ସଂସାରରୁ ତା’ ପାଦଚିହ୍ନ ଲିଭିଗଲା ପରେ ଯଦି କିଛି ରହିଥାଏ, ତାହା ହୁଏତ ହୃଦୟକୁ ସ୍ପର୍ଶ କରିଥିବା, ମଳୟର ସ୍ମୃତି, ତା’ ମିଠା ଶବ୍ଦର ମର୍ମର, ମହତ୍ ଦାନର ସ୍ମାରକୀ, ପ୍ରେମର କିଛି ଓଜନିଆ ଦୀର୍ଘଶ୍ୱାସ, ଅବା ପୁନର୍ଜନ୍ମ ପାଇଁ ସୁଦୀର୍ଘ ଅପେକ୍ଷାର କାହାଣୀ ଅବା ପ୍ରତିମୁହୂର୍ତ୍ତରେ ନଥିବା ମଣିଷକୁ ବିକଳ ହୋଇ ଖୋଜୁଥିବା ମଣିଷଙ୍କ ଉଦାସ ଆଖିର କରୁଣ ଦୃଷ୍ଟି । ଯଦି ସମୟ ସବୁ କ୍ଷତକୁ ଭରିଦିଏ ଏବଂ ସବୁ ଅନୁଭବକୁ ପୋଛିଦିଏ ତେବେ ମୋ ସମୟର ଅନୁଭବ, ମୋ ଛାତିର ଆବୁରୁଜାବୁରୁ କ୍ରିୟାକଳାପ, ମୋ ଏକଲାପଣ ଆଉ ସଂସାର ପାଇଁ ମୋ ଅସୀମ ଆତୁର ପ୍ରୀତିର ସାକ୍ଷୀ କିଏ? ତେଣୁ ମୋ ଶବ୍ଦଙ୍କୁ ସମୟର ଏଇ ରାତି-ଦିନର ଚକ୍ରରେ ମିଳେଇ ଯିବାକୁ ଦେବିନି ବୋଲି ଏ ‘ସବ୍ୟସାଚୀର ଶବ୍ଦ’ଙ୍କୁ ଲିପିବଦ୍ଧ କରି ଆପଣମାନଙ୍କ ଆଗରେ ରଖିଯିବାକୁ ଚାହିଁଲି । ଆଶା କରୁଛି ଆଜି, କାଲି କିମ୍ବା ପରବର୍ତ୍ତୀ କୌଣସି ଦିନରେ କେବେ ଆପଣମାନେ ଏ କବିତାକୁ ପଢ଼ିବେ ଏବଂ ବୁଝିପାରିବେ ।
ଡିସେମ୍ବର ୩୧, ୨୦୨୩ – ଅତନୁ
-
Sabyasachira Sabda
₹200.00‘সব্যসাচীৰ শব্দ’ সংকলনটি কবি অতনু সব্যসাচীৰ জীৱনৰ ঘাত-প্ৰতিঘাত, সামাজিক কর্মৰ মাজত দেউতাকৰ অতুলনীয় অৱদান, আনন্দ-প্ৰেম আৰু বিষাদ, মাতৃক হেৰোৱাৰ বেদনা, পার্থিৱ প্ৰেমৰ সমান্তৰালকৈ অদৃশ্যৰ ইংগিত, গভীৰ অনুভূতি তথা সমাজত পৰিৱর্তন আনিব পৰাকৈ কিছুমান দূৰদৃষ্টিসম্পন্ন চিন্তাধাৰাৰ এটি সুন্দৰ স্বৰলিপি ৷ গ্ৰাম্য জীৱনৰ মধুৰ স্মৃতিত আত্মগোপন কৰি থকা চিত্ৰোৎপলা নদীৰ পৰা আৰম্ভ কৰি গৌতম বুদ্ধ, মহাত্মা গান্ধী, ৰামকৃষ্ণ পৰমহংস, জাতিৰ শ্বহীদগণ, কৃষক সমাজ, গোমাতা, আব্দুল কালামৰ অৱদান তথা সমাজত অৱহেলিত ভোকাতুৰ বেলুনবেচা অসহায় ছোৱালীজনীৰ অধিকাৰলৈকে, ইহলোক-পৰলোকৰ ধাৰণা, জীৱনৰ উদ্দেশ্য, বিবেকৰ আহ্বান আৰু কর্মময় জীৱনৰ মধুৰ আনন্দ তথা অন্তিমযাত্ৰাৰ আহ্বানৰ সংমিশ্ৰণে- গোটেইখিনি কবিৰ লিখনীত ভিন্নস্বাদৰ পৰিচয়ক তুলি ধৰিছে ৷
-
Sachidananda Routray Katha Bichitra
₹400.00ଶବ୍ଦର ସରସ୍ୱତୀ ସଚ୍ଚିଦାନନ୍ଦ ରାଉତରାୟ (୧୩.୦୫.୧୯୧୬-୨୧.୦୮.୨୦୦୪) ଉଭୟ ପଦ୍ୟ ଓ ଗଦ୍ୟ ସର୍ଜନାରେ ପ୍ରତିଷ୍ଠା କରିଥିଲେ ନିଜର ସବ୍ୟସାଚୀତ୍ୱ। ସର୍ଜନା ଲୋଡ଼େ ଯେଉଁ ଆବେଗ, ସମାଲୋଚନା ଚାହେଁ ଯେଉଁ ବୁଦ୍ଧିଦୀପ୍ତତା – ଉଭୟ ଥିଲା ତାଙ୍କ ପାଖରେ ଅପରିସୀମ। ସେଇଥିଲାଗି ତାଙ୍କର ଗୋଟିଏ ଛୁଆଁରେ ସାମାନ୍ୟ ପାଲୋଟି ଯାଉଥିଲା ଅସାମାନ୍ୟ। ସେଇ ଅସାମାନ୍ୟତା ତାଙ୍କର କଥା, କବିତା, ସମାଲୋଚନା – ସର୍ବତ୍ର ଅଦୃଶ୍ୟ ଭାବେ ଦୃଶ୍ୟମାନ। ‘କଥାବିଚିତ୍ରା’ – ସଚ୍ଚିଦାନନ୍ଦଙ୍କ ଅନନ୍ୟ ସେଇ ବିଶାଳ କଥାକର୍ମର ଏକ ଗଣ୍ଡୂଷ ନିଦର୍ଶନ। ଏହା ହେଉ ସେହି ମହାନ୍ ଶିଳ୍ପୀଙ୍କ ଏକବିଂଶତି ଶ୍ରାଦ୍ଧ ଦିବସର କଥା-ଶ୍ରଦ୍ଧାଞ୍ଜଳି।
-
Sachitra Andhara
₹230.00ବୁଦ୍ଧି ଓ ଆବେଗ ଭିତରେ ପ୍ରାର୍ଥକ୍ୟ ବା ଆବେଗର ପ୍ରାଧାନ୍ୟ ସାବ୍ୟସ୍ତ କରିବା ମୋର ଉଦ୍ଦେଶ୍ୟ ନୁହେଁ । ଏକ ମାର୍ଜିତ ଚିତ୍ତବୃତ୍ତିରେ ଏ ଦୁଇ ଉପାଦାନ ଅଭିନ୍ନ ଭାବେ ମିଶ୍ରିତ । ସାହିତ୍ୟ ସୃଷ୍ଟି କଲାବେଳେ ଛବିଟିଏ ଆଙ୍କିଲା ବେଳେ, ଗୀତଟିଏ ଗାଇଲା ବେଳେ ବୁଦ୍ଧି କାମ କରୁଥାଏ, ନଚେତ୍ ରଚନା ଭାବଜ୍ଞାପକ ହେବ ନାହିଁ, ବିଭିନ୍ନ ରଙ୍ଗକରି ତ୍ରୁଟିପୂର୍ଣ୍ଣ ବ୍ୟବହାର ଫଳରେ ବା ଅନୁପାତ ଅଭାବରେ ଛବିଟି ନିକୃଷ୍ଟ ହୋଇଯିବ, ଗୀତଟି ବେସୁରା ହୋଇଯିବ । ସେପରି ଗୋଟିଏ ସମସ୍ୟାର ସମାଧାନ ପାଇଯିବା ମୁହୂର୍ତ୍ତରେ ବୈଜ୍ଞାନିକ ଭାବାତିଶଯ୍ୟରେ ବିହ୍ୱଳ ହୋଇପଡ଼େ । ସେ ବୁଦ୍ଧି କିନ୍ତୁ ଉଦ୍ଦେଶ୍ୟମୂଳକ ଓ ପୂର୍ବବର୍ଣ୍ଣିତ ବୁଦ୍ଧିଠାରୁ ଅଲଗା । ଯଦି ପୂର୍ବବର୍ଣ୍ଣିତ ବୁଦ୍ଧି ଓ ଆବେଗ ଭିତରେ ଗୋଟିକ ବାଛିବାକୁ ପଡ଼େ, ତେବେ ଏହି ନିନ୍ଦିତ, ଅପରିଣାମଦର୍ଶୀ ଭାବବିହ୍ୱଳତା କେଡ଼େ ଶ୍ରେୟସ୍କର । ବେଳେବେଳେ ଏହା ଫଳରେ କବିତାଟିଏ ବା ଗପଟିଏ ଲେଖି ହୋଇଯାଏ, ଛବିଟିଏ ଆଙ୍କି ହୋଇଯାଏ, ମୂର୍ତ୍ତିଟିଏ ଗଢ଼ି ହୋଇଯାଏ । ବହୁତ ବର୍ଷ ପରେ, ଦିନେ ନିରୋଳାରେ ବସିଥିବାବେଳେ, ଲୋକଟିଏ କବିତାଟି କି ଗପଟି ପଢ଼ି ବା ସେ ଛବିଟି କିମ୍ବା ମୂର୍ତ୍ତିଟି ଦେଖି ଚମକି ପଡ଼ିପାରେ । ଏମିତି ଚମକି ପଡ଼ିବା ମୁହୂର୍ତ୍ତରେ ସେ ସଭ୍ୟତାର ନିରବଚ୍ଛିନ୍ନ ସ୍ରୋତ ସହିତ ହଠାତ୍ ସଂଯୁକ୍ତ ହୋଇଯାଏ, ଅସଂଖ୍ୟ ବ୍ୟକ୍ତି-ମୃତ୍ୟୁ ସତ୍ତ୍ୱେ ବିଦ୍ୟମାନ ଜୀବନ୍ତ ମଣିଷ ମୂର୍ତ୍ତିର ଅଂଶ ହୋଇଯାଏ । ଏପରି ଚମକପ୍ରଦ ମୁହୂର୍ତ୍ତଟିଏ ସୃଷ୍ଟି କରିବାଠାରୁ କେଉଁ ସାହିତ୍ୟିକର ବା କେଉଁ ଶିଳ୍ପୀର ଆଉ ବଡ଼ ଲକ୍ଷ୍ୟ କ’ଣ ଥାଇପାରେ? ଯଦି ତା’ର ଏ ଲକ୍ଷ୍ୟ ଆସିଯାଇଛି, ସେ ଏପରି ଏକ ଅବିନଶ୍ୱର ଜୀବନର ଅଂଶ ହୋଇ ସାରିଛି ଯେଉଁଥିରେ ବିଷାଦ ବି ଅଭିଳାଷର ଓ ଆବିଷ୍କାରର ଆନନ୍ଦ ସହିତ ଅପରିଚିତ ନୁହେଁ, ଯେଉଁଥିରେ ଗଦାଗଦା ଅପ୍ରାସଙ୍ଗିକ ଧ୍ୱଂସାବଶେଷର ଉର୍ଦ୍ଧ୍ୱରେ ଅତୁଳନୀୟ, ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟଟିଏ ପ୍ରତିପାଦି କରନ୍ତି । ଯଦି ସେତିକି ମାତ୍ର କୃତିତ୍ୱ, ସେତିକି ମାତ୍ର ସନ୍ତୋଷ ଫଳରେ ସେମାନଙ୍କର ଅନ୍ତିମକାଳ ଟିକିଏ କମ୍ ଦୁର୍ବିସହ ହୁଏ, ହେଉ ।
-
-
Sadhaba Jhia
₹150.00In centuries past sadhabas, seafaring merchants from Odisha ranged over south and south-east Asia. When the winds were right, laden ships sailed the Indian Ocean onto Siam, Bali, Java, Sumatra and other countries, and returned with goods from those countries. Lores about sadhabas loom large in Odisha culture, and several festivals celebrate the stories of the sadhabas. Mayadhar Mansinha presents Sadhaba Jhia as a kavya, a story with interwoven poems, about the tragic romance of a daughter (jhia) of a sadhaba family who locks glances with an unknown handsome sadhaba young man, just as his ship was leaving port. That momentary glance was sufficient for the two young strangers to feel united in destiny. Each started on a long tortuous search for the other, tragically finding each other united only after death.