-
Saanjh
₹150.00AFTER YOU LEFT
I come back to cold bed sheets, perfectly ironed and without a single wrinkle. My feet take me to the coffee table. I work and read until I pass out. Sleep doesn’t knock on my door these days. The roses that you gave me are still fresh enough in the vase and so are my wounds. In this life of what has felt like a thousand years, I realize, I have died a trillion times and lived only when you carried my corpse in your arms. I see shadows in the rainbow and the jasmine bleeds. Oreo still demands the cookies you make for her and my kitchen is weirdly neat as we no more make weird dishes out of potatos. I kiss your photo umpteen times a day and look for a hand to hold as the lost child searches for a little finger in the crowd of predators. An abandoned child is never afraid of loss, they are only afraid of the mirage that love creates.
-
Sabda Sata Tala
₹140.00ଗତି ଓ ଶକ୍ତି ସହ ଶବ୍ଦର ଭାବସଂଚାରୀ ଧ୍ୱନି ‘ଶବ୍ଦ ସାତ ତାଳ’ର ଯାଦୁକରୀ ପ୍ରଲୋଭନ କେବଳ ନୁହେଁ; ଅବିଶ୍ୱସନୀୟ ବିଭବ ମଧ୍ୟ । ସମ୍ପୂର୍ଣ୍ଣ ଜୈବିକ ଓ ସ୍ୱପ୍ନ ବିଜଡ଼ିତ ଏହାର କବିତାଗୁଡ଼ିକରେ ଜୀବନର ବିପୁଳତାକୁ, ସମୟର ଅଖଣ୍ଡତାକୁ ଅକୁଣ୍ଠିତ ଚିତ୍ତରେ ଚରିତ୍ରମାନେ ଯେପରି ଭୋଗିବାର ଆନନ୍ଦ ନେଇଛନ୍ତି, ଅଣଈଶ୍ୱରୀୟ ସତ୍ତାର ଯେପରି ତେଜୋମୟ ରୂପ ବିନ୍ୟାସ କରିଛନ୍ତି; ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ, ମାନବିକତାର ଅପ୍ରତିହତ ଜୟଗାନରେ ବି ସେହିପରି ଅବିଚଳିତ ରହି ପାରିଛନ୍ତି ! ବିଶ୍ୱ-ଭୂମିକୁ ନିଜର କର୍ମଭୂମିର ପରିଚୟ ଦେବାକୁ ସତତ ଉଦ୍ୟମ କରୁଥିବା କେତେକ ଚରିତ୍ର ସମକାଳୀନ ସମାଜକୁ ସମୟକୁ ରାଜନୀତିକ ଅତ୍ୟାଚାରରେ ଅତିଷ୍ଠ ନହୋଇ ସଂଗଠିତ ଓ ଭୂମିମୁଖୀ ଉଡ୍ଡାଣ ଜାରୀ ରଖିବାର ପ୍ରୟାସ ଏବଂ ଭବିଷ୍ୟତର ପୃଥିବୀ ପାଇଁ ଯେଉଁ ତ୍ୟାଗର ପ୍ରଦର୍ଶନ କରିଛନ୍ତି ତା’ ଓଡ଼ିଆ କବିତାରେ ଏକ ନୂତନ ଦିଗ ଉନ୍ମୋଚିତ କରିଛି ବୋଲି ଅନାୟାସରେ କୁହାଯାଇପାରେ । ଶବ୍ଦ ସଂଚାଳନ, ଭାବ ସଂପ୍ରସାରଣ, କାବ୍ୟିକ ବାତାବରଣ, ଜୀବନର ଆୟତନକୁ ବାନ୍ଧି ରଖିବାର ପଟୁତା, ବାସ୍ତବକୁ ସାମ୍ନା କରିବାର ସ୍ପର୍ଦ୍ଧା, ସମ୍ପର୍କ ଓ ପ୍ରେମର ପରିଭାଷାକୁ ଲୋକମୁଖୀ କରାଇବାର ବ୍ୟାକୁଳତା, ସର୍ବୋପରି ବ୍ୟକ୍ତିତାରୁ ମୁକ୍ତ କରି ଏକ ସଂଗୋଷ୍ଠି ଆଡ଼କୁ ନେଇଯିବାର ନୂଆ ପଣ ଟିକକ ‘ଶବ୍ଦ ସାତ ତାଳ’ର ଅଳଙ୍କାର । ପାଠକେ ସାତ ତାଳ ପଙ୍କ ତଳେ ପାଇବେ ଶବ୍ଦ, ଯହିଁରେ ଲୁଚି ରହିଛି ଭବିଷ୍ୟତର ପ୍ରାଣ, ସମ୍ଭାବନାର ବୀଜ; କାରଣ, ‘ଶବ୍ଦ ସାତ ତାଳ’ ବିଶେଷ ଭାବେ, ଚରିତ୍ରମାନଙ୍କର ସାମୂହିକ ପ୍ରାର୍ଥନା ଗୃହ !
-
Sabu Prashnara Uttara
₹150.00ଗଭୀର ରାତିରେ ନିଦ ଭାଙ୍ଗିଯାଏ ଅଚାନକ । ହୃଦୟ ମଧ୍ୟରୁ ଉଦ୍]ଗତ ହୁଏ ଅବାରିତ କୋହ । ବକ୍ଷସ୍ଥଳ ବିଦାରିତ କରି ବନ୍ୟାଜଳ ପରି ପ୍ରବାହିତ ହେବାକୁ ଯାଉଥାଏ ଯେଉଁ ଆକୁଳତା ଭରା କ୍ରନ୍ଦନର ସ୍ରୋତ, ତାକୁ ବହୁ ଚେଷ୍ଟା ଦ୍ୱାରା ଅଟକାଇବାକୁ ପଡ଼େ । ଯେଉଁମାନଙ୍କ ଅପୂର୍ବ ସ୍ନେହରେ ହଜିଯାଇଛି ମୁଁ ଗୋଟାପଣେ, ମୋର ଅନ୍ତଃସତ୍ତା, ସେମାନେ ଗଲେ କୁଆଡ଼େ – ଏ ପଶ୍ନ ବ୍ୟତିବ୍ୟସ୍ତ କରିଥାଏ ସାରା ଚେତନାକୁ ।
ମୋର ପରମ ପୂଜ୍ୟ ପିତାମହଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ସ୍ମୃତି ଏହିପରି ମୋତେ ଡହଳ ବିକଳ କରିଆସିଛି ସର୍ବଦା । ନିଜ ଅନ୍ତରର ଏହି ଆବେଗକୁ କାଗଜରେ ଢାଳିଦେଲେ, କାଳେ ଲାଭ କରିପାରିବି ସାମାନ୍ୟ ଆଶ୍ୱାସନା; ସେଥିପାଇଁ ଯାହା ଲେଖିହୋଇଯାଇଛି ତାକୁ ଗଳ୍ପ ବୋଲି ଗ୍ରହଣ କରିପାରନ୍ତି ଦରଦୀ ପାଠକମାନେ । ବାସ୍ତବରେ କିନ୍ତୁ ଗଳ୍ପ ରଚନାର ପ୍ରୟାସରୁ ମୁଁ ବହୁ ଦୂରବର୍ତ୍ତୀ ଅଥଚ ସାହିତ୍ୟର ଜଣେ ସାଧାରଣ ଛାତ୍ର ଭାବରେ ଜାଣେ ଯେ ଗଳ୍ପକଳାର କମନୀୟତା ରହିଛି ଏଇଠି । ମୋ ଅନୁଭବର କିୟଦଂଶ ପ୍ରକାଶ କରିପାରିଛି ବୋଲି ଅତୃପ୍ତିର ଦୀର୍ଘଶ୍ୱାସରେ ନିରନ୍ଧ୍ର ଅନ୍ଧକାର ଆଉ ଅଧିକ ଅଥୟ କରିନାହିଁ ମୋତେ । ବରଂ ସ୍ନେହସଜ୍ଜଳ ଆତ୍ମୀୟମାନଙ୍କୁ ସଯତ୍ନେ ସଂରକ୍ଷିତ କରି ରଖିଛି ହୃଦୟର ନିଭୃତ ନିଳୟରେ । ଏଥିରେ ସ୍ଥାନିତ ଗଳ୍ପଗୁଡ଼ିକ ସମ୍ପର୍କରେ ବିଶେଷ ବ୍ୟାଖ୍ୟା ବିଶ୍ଳେଷଣର ପ୍ରୟୋଜନ ନାହିଁ ।
-
-
Sabu Samayara Sonnet
₹240.00This anthology is a collection of Odia sonnets by 45 poets who have practiced this poetic genre in different times. Poets include Madhusudan Rao, Sadhucharan Ray, Fakir Mohan Senapati, Gangadhar Meher, Nandakishore Bal, Chintamani Mohanty, Gopabandhu Das, Laxmikant Mohapatra, Padmacharan Patnaik, Kuntala Kumari Sabat, Godabarish Mohapatra, Annada Shankar Ray, Kalindi Charan Panigrahi, Baikunthanath Patnaik, Radhamohan Gadnaik, Mayadhar Mansinha, Sachi Routray, Narasingha Deb, Anupam Singhdeo, Sudhanshu Sekhar Ray, Krushna Mohan Patnaik, Krushna Chandra Tripathy, Kunjabihari Dash, Guruprasad Mohanty, Ramakanta Rath, Bibhudutta Mishra, Chintamani Behera, Janaki Ballabh Mohanty, Brahmotri Mohanty, Soubhagya Kumar Misra, Bibek Jena, Kamalakanta Lenka, Nrusingha Kumar Rath, Paresh Chandra Rout, Devdas Chhotray, Praharaj Satyanarayan Nanda, Banabihari Panda, Banaj Devi, Girija Baliarsingh, Suresh Parida, Binapani Panda, Satya Pattanaik, Jnani Debashish Mishra, Soumya Saraswat Dash, Suryasnata Tripathy. A 40 page preface by the editor Dr. Sanjita Mishra takes deeper into the development and journey of Odia sonnet with a reference to Sonnet in general. Short bio of poets are given at the end of the book.
-
-
Sabuja Galpa
₹180.00This is a collection of Ajay Swain’s selected short stories that represent the crux and character of Odia literature. Readers will, no doubt be privileged to have a splendid and nerve tickling experience in each of the stories of the book.
-
Sabuja Kabita: Srasta O Srusti
₹330.00ସବୁଜ କବିତାର ଦିଗ୍]ବଳୟ ଖୁବ୍ ପ୍ରସାରିତ ନୁହେଁ । ପୁଣି ଏ ଗୋଷ୍ଠୀର କବିଙ୍କ ସଂଖ୍ୟା ଖୁବ୍ ସୀମିତ । ପାଞ୍ଚଜଣ ବନ୍ଧୁ ଏକାଠି ହୋଇ କିଛି ଲେଖାଲେଖି ପାଇଁ ପ୍ରୟାସ କରିଥିଲେହେଁ ସେମାନଙ୍କ ମଧ୍ୟରୁ ଦୁଇଜଣ ସାହିତ୍ୟରାଜ୍ୟରେ ଆଦୌ ପାଙ୍]କ୍ତେୟ ହୋଇନାହାନ୍ତି । କିନ୍ତୁ ସାହିତ୍ୟ-ସଂଗଠନ, ପତ୍ରିକା ପ୍ରକାଶନ ଦିଗରେ ସେ ଦୁହିଁଙ୍କ ଅବଦାନ ନିଶ୍ଚୟ ସ୍ୱୀକୃତ ହେବ । ଅନ୍ୟ ତିନିଜଣ କବିଙ୍କ ମଧ୍ୟରୁ ଅନ୍ନଦାଶଙ୍କର ମାତ୍ର ଚାରିବର୍ଷ ପାଇଁ ଓଡ଼ିଆ କବିତା ଲେଖିବାରେ ମନ ବଳେଇଛନ୍ତି । ତାଙ୍କ ସୃଷ୍ଟି ସଂଖ୍ୟା ଦୃଷ୍ଟିରୁ ମାତ୍ର ଚଉଦଟି କବିତା । ତା\’ପରେ ସେ ବଙ୍ଗଳା ସାହିତ୍ୟକୁ ଅପସାରିତ ହୋଇ ଯାଇଛନ୍ତି । ତେଣୁ ସବୁଜ କବି ଭାବରେ କେବଳ ବୈକୁଣ୍ଠନାଥ ଓ କାଳିନ୍ଦୀ ଚରଣ ହିଁ ଏହି ନିବନ୍ଧରେ ସବିଶେଷ ଆଲୋଚନା ସ୍ତରକୁ ଆସିଛନ୍ତି । ମୋର ଦୁର୍ଭାଗ୍ୟ ଏ ଦୁଇଜଣ ଯାକ କବି ଆଜି ଇହଜଗତରେ ନାହାନ୍ତି । ତେଣୁ ଏ ନିବନ୍ଧ ଗ୍ରନ୍ଥରେ ମୁଁ ସେମାନଙ୍କ ସହିତ ସାକ୍ଷାତକାରର କୌଣସି ପ୍ରାମାଣିକ ବିବରଣୀ ଦେଇପାରିନାହିଁ । କିନ୍ତୁ ଏହି କବିଙ୍କ ଭାବମୂର୍ତ୍ତି ହିଁ ମୋର ପ୍ରବନ୍ଧ ରଚନାର ମୂଳ ଅନୁପ୍ରେରଣା । ଓଡ଼ିଆ ସାହିତ୍ୟକୁ ଏହି ଯଶସ୍ୱୀ କବିଙ୍କ ଅବଦାନ ପାଇଁ ଏ ସାହିତ୍ୟର ଜଣେ ଅନୁରାଗୀ ପାଠକ ଭାବେ ମୁଁ ଯେତେ କୃତଜ୍ଞତା ଜଣାଇଲେ ବି ତାହା ମୋ ଭାଷାର ନିଅଣ୍ଟିଆପଣକୁ ହିଁ ସାବ୍ୟସ୍ତ କରିବ ।
ଓଡ଼ିଆ ସାହିତ୍ୟ ପାଇଁ ସାମାନ୍ୟ ଅନୁରାଗରୁ ଏହି ନିବନ୍ଧ ଗ୍ରନ୍ଥର ପରିକଳ୍ପନା । ତେଣୁ ଯଦି ଏହା ପାଠକପାଠିକାଙ୍କ ଆଦର ଲାଭ କରିବ ତେବେ ତାହାହିଁ ମୋର ଶ୍ରମର ସାର୍ଥକତା ହେବ ।
– ଡକ୍ଟର ସୁଶ୍ରୀ ସନ୍ଧ୍ୟା ମହାନ୍ତି
-
Sabumodare Jeebana
₹250.00ସତୁରୀ ଅଶି ଦଶକରୁ ଅଦ୍ୟାବଧି ଲେଖାଯାଇଥିବା ପ୍ରମୁଖ ଗାଳ୍ପିକମାନଙ୍କ ଗଳ୍ପରେ ଭିନ୍ନକ୍ଷମତାର ଏକ ସକରାତ୍ମକ ଚିତ୍ର ଆଙ୍କୁଥିବା ଗଳ୍ପଗୁଡ଼ିକ ଚୟନ କରାଯାଇ ଏଥିରେ ସନ୍ନିବେଶିତ କରାଯାଇଛି। ସମୁଦାୟ ଷୋହଳ ଗୋଟି ଗପ ଅକ୍ଷମତାର ଘନକୃଷ୍ଣ ବାଦଲ ଢଙ୍କା ଆକାଶରେ ଝଲକାଏ ବିଜୁଳିର ଚମକ ପରି ନୂଆ ବିଶ୍ୱାସ ସଞ୍ଚାର କରେ। ପ୍ରତିଟି ଗଳ୍ପ ଚରିତ୍ର ଚିତ୍ରଣରେ ସେମାନଙ୍କ ଭିନ୍ନ ସାମର୍ଥ୍ୟର ଏକ ପୃଥକ୍ କାହାଣୀ ଚିତ୍ରାୟିତ କରିଛନ୍ତି। କିଛି ଗପର ଚରିତ୍ର ଶାରୀରିକ ପ୍ରତିବନ୍ଧକତାର ସୀମା ଲଂଘି ପାରିବାପଣର ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସେହିପରି ମାନସିକ ସ୍ତରରେ ଅଦୃଶ୍ୟ ଭିନ୍ନକ୍ଷମତା ଭୋଗୁଥିବା ଚରିତ୍ରଗୁଡ଼ିକ ମଧ୍ୟ ପରିଶେଷରେ ସେମାନଙ୍କ ଅଭୀପ୍ସିତ ପୂର୍ଣ୍ଣତା ଦିଗରେ ଅଗ୍ରସର ହୋଇଛନ୍ତି। ସକଳ ବିପର୍ଯ୍ୟୟ ଓ ନିୟତିର କ୍ରୂରତା ବିରୁଦ୍ଧରେ ସେମାନଙ୍କ ଅଣଦେଖା ସଂଘର୍ଷଭରା କାହାଣୀ ଶେଷ ମୋଡରେ ସୁଦ୍ଧା ଜୀବନ ପ୍ରତି ଆସ୍ଥା ଓ ଆଶାବାଦ ସଂଚାର କରାଇଥାଏ। ଏକ ନିସ୍ତରଙ୍ଗ ପ୍ରଲମ୍ବିତ ଶୂନ୍ୟତା ମଧ୍ୟରେ ସେମାନଙ୍କ ଅନୁଚ୍ଚାରିତ ଅର୍ଥପୂର୍ଣ୍ଣ ଉପସ୍ଥିତିକୁ ସୂଚାଇଥାଏ। ଭରସା ଦେଇଥାଏ, ଅପୂର୍ଣ୍ଣତାର ଉହାଡରେ ବି ଉଦୟ ଆକାଶର ଆଭା ତା’ର ବର୍ଣ୍ଣିଳ ରଙ୍ଗ ବୁଣିପାରେ…! ଅକ୍ଷମ ଅବୟବ ମଧ୍ୟରେ କୋଟି କୁଟିକାମଭରା ଏକ ସ୍ପନ୍ଦିତ ସଂବେଦୀ ହୃଦୟର ଅବସ୍ଥାନ ହୋଇପାରେ! କିଛି ନାହିଁ ନାହିଁର ସ୍ୱାଦ ବାଢି ଆସୁଥିବା ଗଡ୍]ଡ଼ଳିକାର ଧାରାରେ ସୁଧି ପାଠକବୃନ୍ଦଙ୍କ ଦୃଷ୍ଟିକୋଣକୁ “ହଁ, କିଛି ଅଛି…’ର ନୂଆ ଆରେଖ ଦେଇପାରେ!
-
Sabutharu Dirgharati
₹200.00SABUTHARU DIRGHARATI is the 1997 Sahitya Akademi award-winning short story collection by eminent Odia author Chandrasekhar Rath. The collection has twelve short stories. – Sabutharu Dirgharati, Runipaain Niraba Parrthana, Nimna Pahacha, Ei Bodhe Sesha Dukha, Ghara Nilama Hauchi, Se Tuma Maa Para, Tilichha Mohapatra, Dinabandhu Das, Chhuinle Ubhan Hoijibi, Barsha Eka Rutu: Rutuka Tini Dina, Kamaleswari and Prashnabachaka.
-
Sabyasachira Sabda
₹200.00ବୃତ୍ତି-ରାଜନୀତି, ପ୍ରବୃତ୍ତି-ସାହିତ୍ୟ ଅଭିରୁଚି । ଗୋଟେ ପଟେ କର୍ମର କଠୋର ଅନୁଶାସନ, ଅନ୍ୟପଟେ ଛାତି ଭିତରର ଅକୁହା ସ୍ପନ୍ଦନ । ବୁଝିପାରୁଥିବେ ଗୋଟିଏ ଦେହ-ମନଧାରୀ ମଣିଷଟେ କେତେ ଛଟପଟ ହୁଏ । ଆତ୍ମମୁକ୍ତି ପ୍ରତିଟି ମଣିଷର ଚିରନ୍ତନ ଉଦ୍ଦେଶ୍ୟ ହେଲେ ମଧ୍ୟ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱର ଆହ୍ୱାନରେ ଆତ୍ମମୁକ୍ତିର ମାର୍ଗ ସମୟେ ସମୟେ ରୁଦ୍ଧ ହୋଇଯାଏ ନାହିଁ କି? ସାଧାରଣ ମଣିଷର ସବୁତକ ପ୍ରବୃତ୍ତି, ଜଗତର ପ୍ରତ୍ୟେକ ଜୀବନ ପାଇଁ ଛାତିର ପ୍ରେମ, କରୁଣା, ଦୟା ସହ ନିଜକୁ ନିଃଶେଷ କରି ସନ୍ତାପିତ ଜଗତକୁ ଶାନ୍ତ, ବ୍ୟବସ୍ଥିତ ଓ ସୁନ୍ଦର କରିବାର ଇଚ୍ଛା ମୋ ଭିତରେ । ସବୁବେଳେ ଭାବେ ମଣିଷଟେ ଏହି ଧରାତଳୁ ବିଦାୟ ନେଲା ପରେ ତା’ର ଅବଶିଷ୍ଟ ସାରାଂଶ ଭାବେ କ’ଣ ରହେ! ପ୍ରଖର ସ୍ରୋତସ୍ୱିନୀଟେ ଶୁଷ୍କ ହୋଇଗଲେ ତା’ ଧାରର ଅବଶେଷରେ କିଛି ଗୋଡ଼ି, ପଥର, ଗେଣ୍ଡା ଓ ଶାମୁକାର ଖୋଳପା ସବୁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆମେ ଦେଖିଥାଉ । ମଣିଷ ଜୀବନ ମଧ୍ୟ ସେଇଆ । ସେ ଚାଲିଗଲା ପରେ ଏବଂ ସଂସାରରୁ ତା’ ପାଦଚିହ୍ନ ଲିଭିଗଲା ପରେ ଯଦି କିଛି ରହିଥାଏ, ତାହା ହୁଏତ ହୃଦୟକୁ ସ୍ପର୍ଶ କରିଥିବା, ମଳୟର ସ୍ମୃତି, ତା’ ମିଠା ଶବ୍ଦର ମର୍ମର, ମହତ୍ ଦାନର ସ୍ମାରକୀ, ପ୍ରେମର କିଛି ଓଜନିଆ ଦୀର୍ଘଶ୍ୱାସ, ଅବା ପୁନର୍ଜନ୍ମ ପାଇଁ ସୁଦୀର୍ଘ ଅପେକ୍ଷାର କାହାଣୀ ଅବା ପ୍ରତିମୁହୂର୍ତ୍ତରେ ନଥିବା ମଣିଷକୁ ବିକଳ ହୋଇ ଖୋଜୁଥିବା ମଣିଷଙ୍କ ଉଦାସ ଆଖିର କରୁଣ ଦୃଷ୍ଟି । ଯଦି ସମୟ ସବୁ କ୍ଷତକୁ ଭରିଦିଏ ଏବଂ ସବୁ ଅନୁଭବକୁ ପୋଛିଦିଏ ତେବେ ମୋ ସମୟର ଅନୁଭବ, ମୋ ଛାତିର ଆବୁରୁଜାବୁରୁ କ୍ରିୟାକଳାପ, ମୋ ଏକଲାପଣ ଆଉ ସଂସାର ପାଇଁ ମୋ ଅସୀମ ଆତୁର ପ୍ରୀତିର ସାକ୍ଷୀ କିଏ? ତେଣୁ ମୋ ଶବ୍ଦଙ୍କୁ ସମୟର ଏଇ ରାତି-ଦିନର ଚକ୍ରରେ ମିଳେଇ ଯିବାକୁ ଦେବିନି ବୋଲି ଏ ‘ସବ୍ୟସାଚୀର ଶବ୍ଦ’ଙ୍କୁ ଲିପିବଦ୍ଧ କରି ଆପଣମାନଙ୍କ ଆଗରେ ରଖିଯିବାକୁ ଚାହିଁଲି । ଆଶା କରୁଛି ଆଜି, କାଲି କିମ୍ବା ପରବର୍ତ୍ତୀ କୌଣସି ଦିନରେ କେବେ ଆପଣମାନେ ଏ କବିତାକୁ ପଢ଼ିବେ ଏବଂ ବୁଝିପାରିବେ ।
ଡିସେମ୍ବର ୩୧, ୨୦୨୩ – ଅତନୁ
-
Sabyasachira Sabda
₹200.00‘সব্যসাচীৰ শব্দ’ সংকলনটি কবি অতনু সব্যসাচীৰ জীৱনৰ ঘাত-প্ৰতিঘাত, সামাজিক কর্মৰ মাজত দেউতাকৰ অতুলনীয় অৱদান, আনন্দ-প্ৰেম আৰু বিষাদ, মাতৃক হেৰোৱাৰ বেদনা, পার্থিৱ প্ৰেমৰ সমান্তৰালকৈ অদৃশ্যৰ ইংগিত, গভীৰ অনুভূতি তথা সমাজত পৰিৱর্তন আনিব পৰাকৈ কিছুমান দূৰদৃষ্টিসম্পন্ন চিন্তাধাৰাৰ এটি সুন্দৰ স্বৰলিপি ৷ গ্ৰাম্য জীৱনৰ মধুৰ স্মৃতিত আত্মগোপন কৰি থকা চিত্ৰোৎপলা নদীৰ পৰা আৰম্ভ কৰি গৌতম বুদ্ধ, মহাত্মা গান্ধী, ৰামকৃষ্ণ পৰমহংস, জাতিৰ শ্বহীদগণ, কৃষক সমাজ, গোমাতা, আব্দুল কালামৰ অৱদান তথা সমাজত অৱহেলিত ভোকাতুৰ বেলুনবেচা অসহায় ছোৱালীজনীৰ অধিকাৰলৈকে, ইহলোক-পৰলোকৰ ধাৰণা, জীৱনৰ উদ্দেশ্য, বিবেকৰ আহ্বান আৰু কর্মময় জীৱনৰ মধুৰ আনন্দ তথা অন্তিমযাত্ৰাৰ আহ্বানৰ সংমিশ্ৰণে- গোটেইখিনি কবিৰ লিখনীত ভিন্নস্বাদৰ পৰিচয়ক তুলি ধৰিছে ৷