-
Salabhanjika
₹350.00The novel Salabhanjika is the story of the dark period of Indian history revived from architectural remains. Salabhanjika, the cave architecture of Jaya Vijaya cave of Kumarigiri hill comes to life at dead of the night and depicts the rolling down events of the past to three visitors who had reached the hilltop with intention to get some herbal remedy for leprosy cure. They had been invited to witness 12 episodes in full moon midnights the event of two thousand years ago due to some spiritual blessing. On the background of the story, there is a defeated kingdom that had risen to the climax by the leadership of a saintly Emperor. He is also a saint in the battlefield; political situation forces him to marry for second time for sake of his kingdom. He was unique in giving up the throne next day he fulfilled his target at a young age of 38 and abandoned his thrown in quest of truth of life.
The story is quite mystic made by the auspicious nature of Salabhanjika and the events rolling down from midnight to close at the rise of the Morning Star. The grace of the Queens of Kalinga and the triumph of the emperor is heralded by the romantic damsel touches the emotions. The emperor was an expert in stagecraft.
In fact, Salabhanjika is the English version of the popular Odia novel Nisardha Salabhanjika, with some additional elements. -
Samaja: Darshana O Sahitya
₹430.00ଯେଉଁଠି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆମେ ଗୋଷ୍ଠୀବଦ୍ଧ ଜୀବନକୁ ଭେଟିଥାଉ, ତାକୁ ହିଁ ଆମେ ସମାଜ କହୁ । ଏହା ପ୍ରତ୍ୟେକ ମାନବର ଚେତନା-ନିର୍ମାଣକାରୀ ପ୍ରେକ୍ଷାପଟ । ଏହାରି ଭୂମିରୁ ସ୍ୱପ୍ନମଖା ଜୀବନଋତୁକୁ ଆହ୍ୱାନ କରିବା ଏବଂ ରହସ୍ୟମୟ ଭୂମା ପର୍ଯ୍ୟନ୍ତ ଗତି କରିବାର ସ୍ଫୁଲିଙ୍ଗ ପ୍ରାପ୍ତ ହୁଏ । ପୁଣି ଏଥିରୁ ଜୀବନର ଯଥାର୍ଥ ଲକ୍ଷ୍ୟ ମିଳେ, ଆତ୍ମସମୀକ୍ଷା ପ୍ରତି ସଚେତନତା ଏବଂ ଆତ୍ମୋପଲବ୍ଧି ଦିଗରେ ମାନବାତ୍ମାର ଆସ୍ପୃହା ସୃଷ୍ଟି ହୁଏ । ଯେଉଁ ସମାଜର ପରିବେଷ୍ଟନୀଟି ଯେତେ ଆନ୍ତରିକ, ସେହି ବଳୟର ବ୍ୟକ୍ତିସତ୍ତା ସେତେ ସ୍ୱତନ୍ତ୍ର । ସାହିତ୍ୟିକଟିଏ ସମାଜର ଆନ୍ତରିକ ବେଷ୍ଟନୀରୁ ହିଁ ସର୍ଜ୍ଜନାର ପ୍ରେରଣା ଲାଭ କରିଥାଏ । ବିସ୍ତୃତ ସାମାଜିକ ଭୂମି ଉପରେ ଶିଳ୍ପୀର ଅନୁଭବ ହୁଏ ଶାଣିତ, ଶିକ୍ଷା ହୁଏ ମାର୍ଜିତ, ଜୀବନର ବ୍ୟାଖ୍ୟା ତେଣୁ ହୁଏ ଯଥାର୍ଥ ଓ ହୃଦ୍ୟ । ସମାଜ ବ୍ୟତିରେକ ଅନ୍ୟ କୌଣସି ସ୍ଥାନରେ ଜୀବନର ମୂଲ୍ୟ ଖୋଜିହୁଏନି । ବିବିଧ ଅନୁଭବ ରସାଣିତ ଉପଲବ୍ଧିକୁ ନେଇ ସାହିତ୍ୟିକର ଜୀବନୀୟ ଦର୍ଶନ ହୋଇଥାଏ ବଳିଷ୍ଠ ତଥା କାଳୋତ୍ତୀର୍ଣ୍ଣ । “ଦର୍ଶନ ଓ ସାହିତ୍ୟ’ ପରସ୍ପରର ପରିପୂରକ । “ସମାଜ ମୂଲ୍ୟ’ ଉଭୟ ଦର୍ଶନ ଓ ସାହିତ୍ୟରେ ଅନ୍ତଃସଲୀଳା ଫଲ୍]ଗୁ ଭଳି ତରଙ୍ଗାୟିତ ହୋଇଥାଏ । ଜୀବନୀୟ ମୂଲ୍ୟବୋଧକୁ ନେଇ ଶିଳ୍ପୀର ସ୍ୱତନ୍ତ୍ର ଦୃଷ୍ଟିକୋଣକୁ ଦର୍ଶନରେ ଶିରପା ଲାଭ ହୁଏ । ଅନ୍ତର୍ନିମଗ୍ନ ଚେତନାର ଗରିମା ଦ୍ୱାରା ଲେଖକ ନିଜ ସୃଜନକୁ ଶକ୍ତିଶାଳୀ କରିବାକୁ ସକ୍ଷମ ହୁଏ । “ସମାଜ ଦର୍ଶନ ଓ ସାହିତ୍ୟ’ – ଏହିଭଳି ଦାର୍ଶନିକ ଅଭିବ୍ୟକ୍ତିକୁ ନେଇ ଏକ ତତ୍ତ୍ୱାଶ୍ରୟୀ ପ୍ରବନ୍ଧ ସଂକଳନ । ଏଥିରେ ବ୍ୟକ୍ତିଗତ ଅନୁଭବଙ୍କ ନମ୍ର ଉଚ୍ଚାରଣ ସହିତ ଯଶସ୍ୱୀ ବ୍ୟକ୍ତିତ୍ୱମାନଙ୍କ ସଂପର୍କରେ ସାନ୍ଦ୍ର ଆଲୋଚନା ରହିଛି । ଚିନ୍ତନର ଅଭିସନ୍ଧି ମଧ୍ୟରେ ଦର୍ଶନର ନାନ୍ଦନିକତାକୁ ପ୍ରତିଷ୍ଠା ଦେବା ହିଁ ଏହି ପ୍ରବନ୍ଧ ସଂକଳନର ଅନ୍ତଃସ୍ୱର । ଅଗଣିତ ଜିଜ୍ଞାସୁ ବିଦ୍ୟାର୍ଥୀ ତଥା ଗବେଷକଙ୍କ ନିମନ୍ତେ ଏହି ସଂକଳନଟି ଉପାଦେୟ ସାବ୍ୟସ୍ତ ହେବ ।
-
Samaya Bishada Nai
₹200.00ଗୌତମ ଜେନାଙ୍କ ‘ସମୟ ବିଷାଦ ନଈ’ ଏକ ଉଚ୍ଚାଙ୍ଗ କାବ୍ୟ ସୃଷ୍ଟି । ଆଧୁନିକ ଓଡ଼ିଆ କବିତାର କ୍ଲାସିକ୍ ଗ୍ରନ୍ଥ ରୂପେ ଏହାକୁ ବିବେଚନା କରାଯାଇପାରେ । କାବ୍ୟ ନାୟିକା ଗୌତମୀକୁ କେନ୍ଦ୍ରରେ ରଖି କବି ପ୍ରେମ, ପ୍ରଣୟ ଓ ଅକୁଣ୍ଠ ଭଲପାଇବାର ଏକ ଚିପୁଡ଼ା ଲୋଡ଼ିବାପଣକୁ ବ୍ୟକ୍ତିଗତ ଅନୁଚିନ୍ତନର ଗଭୀରତାରେ ଆକଳନ କରି ସର୍ବଜନ ଚେତନାର ମଂଜରେ ଏହାକୁ ନିମଗ୍ନ କରାଇ ଅଛନ୍ତି । ଯେଉଁଠି କାବ୍ୟ ନାୟକ କବିସତ୍ତା ଉପରେ ସବାର ହୋଇ ଆମ ନିତିଦିନିଆ ଜୀବନର ଏକ ପ୍ରତିନିଧି ପାଲଟି ଯାଇଛି । କାବ୍ୟ ନାୟିକା ଗୌତମୀ କବିର ପ୍ରେମିକା ନୁହେଁ ବରଂ ପ୍ରତିଟି ପ୍ରେମପଣର ଏକ ଅନ୍ତହୀନ ଆଲୋଡ଼ନ । ଦେହଠାରୁ ଦେହାତୀତର ଏକ ଐନ୍ଦ୍ରଜାଲିକ କେନ୍ଦ୍ରବିନ୍ଦୁରେ ତା’ର ପରିକଳ୍ପନା । ପ୍ରେମରେ ଜୀଇଁବା, ପୁଣି ପ୍ରେମରେ ହୃଦୟ ଦେଇ ମରିବା ଏଠି ବଡ଼କଥା । ଆମ କାବ୍ୟ ପରଂପରାରେ କବି ଜୟଦେବଙ୍କ ଅନୁଚିନ୍ତନ ଧାରାଟି ଆଳଙ୍କାରିକ କାବ୍ୟ ଯୁଗରେ ରାଧାକୃଷ୍ଣଙ୍କୁ ଉପଜୀବ୍ୟ କରି ଯେଉଁ ପରକୀୟା ପ୍ରୀତିର ପରିକଳ୍ପନା କରିଥିଲା ଏବଂ ପ୍ରେମର ଶ୍ରେଷ୍ଠତ୍ୱ ତହିଁରେ ଆରୋପିତ କରିବାର ପ୍ରଚେଷ୍ଟା କରିଥିଲା କବି ଗୌତମ ଜେନାଙ୍କ ‘ସମୟ ବିଷାଦ ନଈ’ କିନ୍ତୁ ସେ ଧାରାକୁ ଗ୍ରହଣ କରିନାହିଁ । ବରଂ ଏକ ମାନସିକ ଚିନ୍ତନରେ ଦେହକୁ ସ୍ୱୀକାର କରି ଆହୁରି ଗଭୀରତାକୁ ସ୍ପର୍ଶ କରିଛି । କବି ପରକୀୟାଠାରୁ ସ୍ୱକୀୟା, ଯୌନ ଜାଂଗଳିକତାଠାରୁ ଏକ ଚେତନ ଚିନ୍ତନରେ ପ୍ରେମକୁ କେନ୍ଦ୍ରିଭୂତ କରାଇ ସର୍ବଜନ ଭାବପଣରେ ତାକୁ ଛାଡ଼ି ଦେଇଛନ୍ତି ‘ସମୟ ବିଷାଦ ନଈ’ର କବିତାଗୁଡ଼ିକରେ, ଯାହା କାଳଠାରୁ ବହୁ ଊର୍ଦ୍ଧ୍ୱରେ । ଝୁରି ହେବା ଏଠି ବଡ଼ କଥା ନୁହେଁ, ବଡ଼ କଥା ହେଉଛି କାବ୍ୟ ନାୟକର ଏକ ଅହେତୁକ ଲୋଡ଼ିବାପଣ ।
ଆମ କାବ୍ୟ ପରଂପରାରେ ଏକ ନୂଆ ଚିନ୍ତନ ‘ସମୟ ବିଷାଦ ନଈ’ ଚିହ୍ନରା ପାଠକମାନଙ୍କୁ ନିଶ୍ଚୟ ଛୁଇଁବ ବୋଲି ଆଶା ।
-
Sampratika Oda Kshudragalpa
₹450.00This collection has 34 short stories by the eminent short story writes of Odisha born between 1927 and 1949. Edited by Dr. Rabindra Kumar Das and Kalabhushan Kamal Lochan Das from Viswabharati, Shantiniketan, this anthology of great short stories would be loved by the global Odia short story lovers. A great collection for literature lovers.
-
Samudra Manisha
₹220.00ଭୀମ ପୃଷ୍ଟିଙ୍କ ‘ସମୁଦ୍ର ମଣିଷ’ ବହିଟିକୁ ନପଢ଼ିଲେ, ଆପଣ ଜାଣିପାରିବେନି ସମସାମୟିକ ଓଡ଼ିଆ ସାହିତ୍ୟର ବାସ୍ତବ ରୂପରେଖଟି କ\’ଣ? ଜାଣିପାରିବେନି, ଉପନ୍ୟାସ ରଚନାରେ ପ୍ରାମାଣିକ ତଥ୍ୟ ଓ କଳ୍ପନାର ସମନ୍ୱୟ କିପରି ତାହାର ଶୈଳୀ ଓ ଭାବବସ୍ତୁ ନିର୍ମାଣରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି? ସମୁଦ୍ର ମଣିଷ ହେଉଛି, ସମୁଦ୍ର ଗ୍ରାସ କରିଛି ଯେଉଁ ମଣିଷମାନଙ୍କୁ, ସେଇମାନଙ୍କର ଅନ୍ତରାତ୍ମାର କୋହ, ନିଃସଙ୍ଗ ବିଳାପ, ଛିନ୍ନ ମୂଳ ହୋଇଯିବାର ଯନ୍ତ୍ରଣାକାତର, ମର୍ମଭେଦୀ ଜୀବନ ଆଲେଖ୍ୟ । ଯେପରି ଜଳବାୟୁର ବିପର୍ଯ୍ୟୟରେ ଅସହାୟ ମଣିଷର ବୁକୁଫଟା କାନ୍ଦ । ଯେପରି ବିଜ୍ଞାନ ସମୃଦ୍ଧ ଶୋଷଣମୁଖୀ ଆଧୁନିକ ସଭ୍ୟତା ଉପରେ ପ୍ରକୃତିର ପ୍ରତିଶୋଧ ।
– ମନୁଆ ଦାସ, ବରିଷ୍ଠ କବି
ଅସହାୟ ଏକ ମାନୁଷ୍ୟିକ ଅବସ୍ଥିତି ଓ ଧୀର ନିରନ୍ତର ଏକ ସାମୁଦ୍ରିକ ଆକ୍ରୋଶର କାହାଣୀ ଭିତରେ ଗଢ଼ା ହେଇଛି ଭୀମ ପୃଷ୍ଟିଙ୍କ ‘ସମୁଦ୍ର ମଣିଷ’ । ଏ ଉପନ୍ୟାସ ମଣିଷର ଶ୍ରେଷ୍ଠତ୍ୱର ଅହଂକାର, ପ୍ରକୃତିର ରଣହୁଂକାରରେ କେଡ଼େ ଅସହାୟ ତାକୁ ପ୍ରତିପାଦିତ କରିଛି । ଲୁଣାପାଣିର ଲବଣୋକ୍ତ ପବନ କୌଣସି ଗ୍ରାମୀଣ ଜୀବନକୁ କେମିତି ନିଷ୍କ୍ରିୟ, ଅସହାୟ କରିଦେଇପାରେ ପରି ବ୍ୟଞ୍ଜନା-ଗଭୀର ଉପସ୍ଥାପନ ଏ ଉପନ୍ୟାସର ଚମତ୍କାରିତା ।
– କଇଳାଶ ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ
‘ସମୁଦ୍ର ମଣିଷ\’ରେ ପ୍ରକୃତି ଓ ପ୍ରଳୟର ଅସାଧାରଣ ପରିଚର୍ଚ୍ଚା ସହିତ ମଣିଷର ଅନ୍ତହୀନ ଜିଜୀବିଷା ଦେଖିବାକୁ ମିଳେ । ଅସାମାନ୍ୟ ନେରେଟିଭ ଓ ଅସାଧାରଣ ସଂରଚନା ଉପନ୍ୟାସଟିକୁ କାଳୋତୀର୍ଣ୍ଣ କରିପାରିଛି । ବିପର୍ଯ୍ୟୟ ଓ ବିସ୍ଥାପନର ଏ ମହାଗାଥା ମାନବ ସଭ୍ୟତାର ନୂଆ ଇତିହାସ ଲେଖିସାରିଛି ।
– ସତ୍ୟପ୍ରିୟ ମହାଳିକ, ବରିଷ୍ଠ ସାହିତ୍ୟିକ
-
Samudrasnana
₹150.00Appearance of Samudrasnana in 1970 scratched out a new map of modern Odia poetry and established Guruprasad Mohanty’s reputation as the harbinger of a new age in Odia poetry. The book made a decisive break with the decadent Radhanath-Fakir Mohan- Madhusudan tradition of Odia poetry which dominated the poetic scene for over a century. Guruprasad with this exiguous volume of only eighteen poems, besides ten sonnets experimented with form and subject matter of poetry which were distinctly modern. Modelled on Western modernism these poems were hailed for the poet’s deft handling of contemporary reality using “wit” and “irony,” as well as magnificent images and symbols. His use of an Indian myth in “Kalapurusha,” a long poem included in this collection of poetry, made a tremendous impact on the generations of young poets who wrote after him in the nineties and after.
-
Sandhana
₹240.00ସମସ୍ତଙ୍କର ଧାରଣା ପ୍ରବନ୍ଧ ଏକ ପୀଡ଼ାଦାୟକ ପ୍ରତିଷ୍ଠାନ। କାରଣ ଊଣା ଅଧିକ ସମସ୍ତଙ୍କୁ ସ୍କୁଲରେ ଏହି ସୃଷ୍ଟିଟି କରିବାର ପ୍ରୟାସ କରିବାକୁ ପଡ଼ିଛି ଏବଂ ଅଧିକାଂଶ କ୍ଷତରେ ତାହାର ଫଳ ଶିକ୍ଷକଙ୍କର ବିରକ୍ତ ମୁଖ ଭଙ୍ଗୀରେ ପ୍ରକାଶିତ ହୋଇଛି। ଆଗେ ତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରାର୍ଥୀକୁ ତିନିଘଣ୍ଟା ଲାଗି ପ୍ରବନ୍ଧ ଲେଖିବାକୁ ହେଉଥିଲା। କଲେଜରେ ମଧ୍ୟ ମୁଁ ବାଧ୍ୟତାମୂଳକ ଇଂରାଜୀରେ ଆଡ଼ିସନ୍]ଙ୍କ ଠାରୁ ଆରମ୍ଭ କରି ଚେସ୍ଟର୍]ଟନ୍]ଙ୍କ ପର୍ଯ୍ୟନ୍ତ ବହୁତ ପ୍ରାବନ୍ଧିକଙ୍କୁ ପଢିବାକୁ ବାଧ୍ୟ ହୋଇଛି। ବର୍ତ୍ତମାନ ଅବଶ୍ୟ ତାହା ଉପରେ ଗୁରୁତ୍ୱ ବହୁତ କମି ଗଲାଣି। କିନ୍ତୁ ଏକଥା ସ୍ୱୀକାର କରିବାକୁ ହେବ ଯେ ଏହା ଚିନ୍ତା କରିବାକୁ ଏବଂ ନିଜର ଭାବନାକୁ ସ୍ପଷ୍ଟ ଭାବେ କହିବାକୁ ଉତ୍ସାହିତ କରେ।
-
Sandigdha Mrugaya
₹190.00ପ୍ରତ୍ୟେକ ଉଲ୍ଲେଖଯୋଗ୍ୟ ସାହିତ୍ୟରେ ପ୍ରଶ୍ନ ପଚରାଯାଏ । ସେ ପ୍ରଶ୍ନ ଶୁଣିବାକୁ ସମସ୍ତେ, ଏପରି କି ସ୍ୱୟଂ ଈଶ୍ୱର ମଧ୍ୟ ଶୁଣିବାକୁ ବାଧ୍ୟ । ସେ ପ୍ରଶ୍ନଗୁଡ଼ିକ ଏକାଧାରରେ ସରଳ ଓ ଜଟିଳ । ଛୋଟ ଛୁଆଟିଏ ମରିଗଲେ ସେ ସାହିତ୍ୟ ସମଗ୍ର ବିଶ୍ୱକୁ କାଠଗଡ଼ାରେ ଠିଆ କରାଇଦିଏ । କୌଣସି ଅହେତୁକ ଶାସ୍ତିରେ କେହି ନିର୍ଯ୍ୟାତିତ ହେଲେ ସେ ସାହିତ୍ୟ ସଚରାଚରଠାରୁ କୈଫିୟତ୍ ତଲବ୍ କରେ । ସାହିତ୍ୟିକ ଦୃଷ୍ଟିରେ ସଭ୍ୟତା ହେଉଛି ପ୍ରଶ୍ନ ପଚାରିବାର ସ୍ୱାଧୀନତା ଏବଂ ଯେଉଁଦିନ ଆଉ ପ୍ରଶ୍ନ ପଚରାଯାଉନାହିଁ- ସେଦିନ ସଭ୍ୟତାର ପରିସମାପ୍ତି ଘଟିଛି ବୋଲି ଧରିନିଆଯାଇପାରେ । ଯଦି ସାହିତ୍ୟିକ ପ୍ରଶ୍ନ ପଚାରିବାର ଐତିହ୍ୟରୁ ନିଜକୁ ଅଲଗା କରି ରଖେ ବା କୋଳାହଳମୟ ପ୍ରଶଂସା ଭିତରେ ନିଜର ସ୍ୱର ଲୀନ ହେବାକୁ ଛାଡ଼ିଦିଏ, ସେ ଆଉ ସାହିତ୍ୟିକ ହୋଇ ରହିବ ନାହିଁ; ହେବ ଏକ ଉଚ୍ଚାଙ୍ଗ ପରମ୍ପରାର ମଡ଼ାଚଣ୍ଡିଆ ।
ଯେତେବେଳେ ଏପରି ପରିସ୍ଥିତି ଉପୁଜେ, ଯେତେବେଳେ ଆଉ ପ୍ରଶ୍ନ ପଚରାଯାଏ ନାହିଁ ଏବଂ ସବୁଆଡ଼େ ହାଟବଜାରରେ କୋଳାହଳ ଶୁଭେ, ସେତେବେଳେ ସାହିତ୍ୟ ଲେଖାଯିବ ନିଶ୍ଚୟ, କିନ୍ତୁ ସେ ସାହିତ୍ୟର ସଭ୍ୟତା ସହିତ ସମ୍ପର୍କ ପ୍ରାୟ ରହିବ ନାହିଁ । ଗଲା କେତେବର୍ଷ ଭିତରେ ପୃଥିବୀର ଛାପାଖାନାମାନଙ୍କରୁ ଯେତେ ସାହିତ୍ୟ ବାହାରିଛି ଇତିହାସରେ ତାର ପଟାନ୍ତର ନାହିଁ, କିନ୍ତୁ ସେଗୁଡ଼ିକ ଭିତରୁ ଅଧିକାଂଶ ଅଳ୍ପ କେତେଦିନ ପରେ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ତାର କାରଣ ହେଉଛି, ସେଗୁଡ଼ିକ ଆମ ସଭ୍ୟତାର ଅଂଶ ନୁହଁନ୍ତି, ବରଂ ତାର ପ୍ରତିକୂଳପନ୍ଥୀ । ସେଗୁଡ଼ିକର ରଚୟିତାମାନଙ୍କର କିଛି କିଛି କଳ୍ପନାଶକ୍ତି ଏବଂ ଭାଷାବିନ୍ୟାସରେ ପଟୁତା ଥିଲା, କିନ୍ତୁ ଯେଉଁ ଯନ୍ତ୍ରଣାବୋଧ ଆମକୁ ଏପରି ଏକ ଜାଗାକୁ ନେଇଯାଏ ଯେଉଁଠାରେ ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଏକାକାର ଏବଂ ଯେଉଁଠାରେ ମନୁଷ୍ୟର ଭାଗ୍ୟ ହିଁ ଏକମାତ୍ର ପ୍ରସଙ୍ଗ ତାହା ଏ କଳ୍ପନାଶକ୍ତିକୁ ବ୍ୟାପ୍ତ ଓ ମାର୍ଜ୍ଜିତ କରିନାହିା । – ରମାକାନ୍ତ ରଥ
-
Sanja Sakale – Odia
₹200.00ଏକ ଶତ (୧୦୦) ଟି ଓଡ଼ିଆ ଫିଲ୍ମ ଭକ୍ତି ସଙ୍ଗୀତ ସଂଗୃହୀତ ହୋଇ ଏହି ସଙ୍କଳନରେ ଉପସ୍ଥାପିତ କରାଯାଇଛି । ଏଥିରୁ ଗୋଟିଏ ଦୁଇଟିକୁ ବାଦ ଦେଲେ, ବାକି ସମସ୍ତ ଭକ୍ତି ସଙ୍ଗୀତ ୧୯୬୧ ରୁ ୧୯୯୦ ମଧ୍ୟରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମାନଙ୍କରୁ ଉଦ୍ଧୃତ ହୋଇଛି । ୧୯୬୧ ରୁ ୧୯୯୦ – ଏହି ୩୦ ବର୍ଷ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ୍ଟକ୍ଷୟରଦ୍ଭ ଋକ୍ସବ ବା ସୁବର୍ଣ୍ଣ ଯୁଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟ ସୀମାରେ – କାହାଣୀ, ଅଭିନୟ, ନିର୍ଦ୍ଦେଶନା ଓ ସଙ୍ଗୀତ – ପ୍ରତିଟି ବିଭାଗରେ ଓଡ଼ିଆ ଚଳଚ୍ଚିତ୍ର ପରାକାଷ୍ଠାର ଚରମ ସୋପାନରେ ଉତ୍ତୀର୍ଣ୍ଣ ହୋଇଥିଲା । ତେଣୁ କହିବା ବାହୁଲ୍ୟ ଯେ ଏହି ଚଳଚ୍ଚିତ୍ର ମାନଙ୍କର ଭକ୍ତି ସଙ୍ଗୀତ ମଧ୍ୟ ଖୁବ ହୃଦୟସ୍ପର୍ଶୀ ହୋଇଥିଲା । ପରିବେଷଣ ଶୈଳୀ ଅନୁସାରେ ଚଳଚ୍ଚିତ୍ର ଭକ୍ତି ସଙ୍ଗୀତ ଗୁଡିକ ମୁଖ୍ୟତଃ ତିନିଟି ଶ୍ରେଣୀରେ ବିଭକ୍ତ କରା ଯାଇପାରେ । ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଉଛନ୍ତି ସେହି ଭକ୍ତିଗୀତ ଯାହାର ରଚନା ଓ ସ୍ୱର ପରିବେଷଣ ଉଭୟ ପାରମ୍ପରିକ ଶୈଳୀରେ ହୋଇଛି – ଯଥା – ଭଜୁ କିନା ରାମ ନାମ (କନକଲତା – ୧୯୭୪), ବାଧିଲା ଜାଣି କ୍ଷମା (ମୁକ୍ତି – ୧୯୭୭) । ଦ୍ୱିତୀୟ ଶ୍ରେଣୀରେ ଗୃହୀତ ହୋଇଥିବା ଭକ୍ତି ଗୀତ ଗୁଡିକର ରଚନା ପାରମ୍ପରିକ, କିନ୍ତୁ ସ୍ୱର ନୂତନ ଶୈଳୀରେ ପ୍ରସ୍ତୁତ ହୋଇଛି – ଉଦାହରଣ ସ୍ୱରୂପ ବିଶ୍ୱ ଜୀବନ ହେ (ଅସ୍ତରାଗ – ୧୯୮୨), ଆହେ ଦୟାମୟ ବିଶ୍ୱ ବିହାରୀ (ବଳିଦାନ – ୧୯୭୮) । କିଛି ପାରମ୍ପରିକ ଗୀତର କିୟଦଂଶ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ସତ୍ତ୍ୱେ ଭଜନ ଗୁଡିକ ଏ ପୁସ୍ତକରେ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କରାଗଲା । ପରିଶେଷରେ ତୃତୀୟ ଶ୍ରେଣୀରେ ଥିବା ଭକ୍ତିଗୀତର ରଚନା ହେଉଛି ନୂତନ ଓ ପରିବେଷଣ ଶୈଳୀ ମଧ୍ୟ ନୂତନ – ଉଦାହରଣ – ସଞ୍ଜ ସକାଳେ ତୁମ ଛବି ଖୋଜେ (ସ୍ତ୍ରୀ – ୧୯୬୮), ଜଗତର ନାଥ ଆହେ ଜଗନ୍ନାଥ (ଚିହ୍ନା ଅଚିହ୍ନା – ୧୯୭୯) । ଏହି ସଙ୍କଳନର ଅଧିକାଂଶ ଗୀତ ଏହି ଶେଷ ଶ୍ରେଣୀଭୁକ୍ତ ।
-
Sanja Sakale – with English transliteration
₹350.00ଏକ ଶତ (୧୦୦) ଟି ଓଡ଼ିଆ ଫିଲ୍ମ ଭକ୍ତି ସଙ୍ଗୀତ ସଂଗୃହୀତ ହୋଇ ଏହି ସଙ୍କଳନରେ ଉପସ୍ଥାପିତ କରାଯାଇଛି । ଏଥିରୁ ଗୋଟିଏ ଦୁଇଟିକୁ ବାଦ ଦେଲେ, ବାକି ସମସ୍ତ ଭକ୍ତି ସଙ୍ଗୀତ ୧୯୬୧ ରୁ ୧୯୯୦ ମଧ୍ୟରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମାନଙ୍କରୁ ଉଦ୍ଧୃତ ହୋଇଛି । ୧୯୬୧ ରୁ ୧୯୯୦ – ଏହି ୩୦ ବର୍ଷ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ୍ଟକ୍ଷୟରଦ୍ଭ ଋକ୍ସବ ବା ସୁବର୍ଣ୍ଣ ଯୁଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟ ସୀମାରେ – କାହାଣୀ, ଅଭିନୟ, ନିର୍ଦ୍ଦେଶନା ଓ ସଙ୍ଗୀତ – ପ୍ରତିଟି ବିଭାଗରେ ଓଡ଼ିଆ ଚଳଚ୍ଚିତ୍ର ପରାକାଷ୍ଠାର ଚରମ ସୋପାନରେ ଉତ୍ତୀର୍ଣ୍ଣ ହୋଇଥିଲା । ତେଣୁ କହିବା ବାହୁଲ୍ୟ ଯେ ଏହି ଚଳଚ୍ଚିତ୍ର ମାନଙ୍କର ଭକ୍ତି ସଙ୍ଗୀତ ମଧ୍ୟ ଖୁବ ହୃଦୟସ୍ପର୍ଶୀ ହୋଇଥିଲା । ପରିବେଷଣ ଶୈଳୀ ଅନୁସାରେ ଚଳଚ୍ଚିତ୍ର ଭକ୍ତି ସଙ୍ଗୀତ ଗୁଡିକ ମୁଖ୍ୟତଃ ତିନିଟି ଶ୍ରେଣୀରେ ବିଭକ୍ତ କରା ଯାଇପାରେ । ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଉଛନ୍ତି ସେହି ଭକ୍ତିଗୀତ ଯାହାର ରଚନା ଓ ସ୍ୱର ପରିବେଷଣ ଉଭୟ ପାରମ୍ପରିକ ଶୈଳୀରେ ହୋଇଛି – ଯଥା – ଭଜୁ କିନା ରାମ ନାମ (କନକଲତା – ୧୯୭୪), ବାଧିଲା ଜାଣି କ୍ଷମା (ମୁକ୍ତି – ୧୯୭୭) । ଦ୍ୱିତୀୟ ଶ୍ରେଣୀରେ ଗୃହୀତ ହୋଇଥିବା ଭକ୍ତି ଗୀତ ଗୁଡିକର ରଚନା ପାରମ୍ପରିକ, କିନ୍ତୁ ସ୍ୱର ନୂତନ ଶୈଳୀରେ ପ୍ରସ୍ତୁତ ହୋଇଛି – ଉଦାହରଣ ସ୍ୱରୂପ ବିଶ୍ୱ ଜୀବନ ହେ (ଅସ୍ତରାଗ – ୧୯୮୨), ଆହେ ଦୟାମୟ ବିଶ୍ୱ ବିହାରୀ (ବଳିଦାନ – ୧୯୭୮) । କିଛି ପାରମ୍ପରିକ ଗୀତର କିୟଦଂଶ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ସତ୍ତ୍ୱେ ଭଜନ ଗୁଡିକ ଏ ପୁସ୍ତକରେ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କରାଗଲା । ପରିଶେଷରେ ତୃତୀୟ ଶ୍ରେଣୀରେ ଥିବା ଭକ୍ତିଗୀତର ରଚନା ହେଉଛି ନୂତନ ଓ ପରିବେଷଣ ଶୈଳୀ ମଧ୍ୟ ନୂତନ – ଉଦାହରଣ – ସଞ୍ଜ ସକାଳେ ତୁମ ଛବି ଖୋଜେ (ସ୍ତ୍ରୀ – ୧୯୬୮), ଜଗତର ନାଥ ଆହେ ଜଗନ୍ନାଥ (ଚିହ୍ନା ଅଚିହ୍ନା – ୧୯୭୯) । ଏହି ସଙ୍କଳନର ଅଧିକାଂଶ ଗୀତ ଏହି ଶେଷ ଶ୍ରେଣୀଭୁକ୍ତ ।
-
Sanskaradharmi Odia Natak
₹500.00ପ୍ରାକ୍]-ସ୍ୱାଧୀନତା କାଳରେ ରଚିତ ସାମାଜିକ ଓଡ଼ିଆ ନାଟକ ଯେଭଳି ସମାଜର ଚିତ୍ର ବହନ କରିଛି ତାହା ଗ୍ରନ୍ଥଟିରେ ସୂଚିତ ହୋଇଛି । ଓଡ଼ିଆ ସାହିତ୍ୟରେ ପ୍ରଥମ ନାଟକ ରଚନା ହେବା ବେଳକୁ ସମାଜରେ ପୂରି ରହିଥିଲା ଅନ୍ଧବିଶ୍ୱାସ ଓ କୁସଂସ୍କାର । ତତ୍କାଳୀନ ନବ୍ୟ ଶିକ୍ଷିତ ସଂପ୍ରଦାୟ ଉକ୍ତ ପ୍ରଥାର ମୂଳୋତ୍ପାଟନ ନିମନ୍ତେ ଆଗେଇ ଆସିଥିଲା । ଊନବିଂଶ ଶତକର ସାମାଜିକ ଆନ୍ଦୋଳନକୁ ସ୍ୱାଗତ କରିବା ସହିତ ସୁସ୍ଥ ସମାଜର ପ୍ରତିଷ୍ଠା ନିମନ୍ତେ ଆହ୍ୱାନ ଦେଇଥିଲା । ମାତ୍ର ବିଜାତୀୟ ସଂସ୍କୃତି ତଥା ରୀତିନୀତିର ଆଦର କରି ହୋଇଥିଲା ସମାଲୋଚିତ । ପରିଶେଷରେ ଶିକ୍ଷିତମାନେ ଆଦର୍ଶବାଦକୁ ଆପଣାର କରି ସମାଜ ସଂସ୍କାର କର୍ମରେ ବ୍ରତୀ ହୋଇଥିଲେ । କ୍ରମେ ଗାନ୍ଧି ଓ ମାର୍କସ୍]ଙ୍କ ଦର୍ଶନ ପ୍ରବେଶ କରି ସମାଜ ସଂସ୍କାର ସ୍ୱରକୁ ବଳିଷ୍ଠ ରୂପ ଦେଇଥିଲା । ପ୍ରାକ୍]-ସ୍ୱାଧୀନତା କାଳୀନ ଓଡ଼ିଆ ନାଟକ ସାମାଜର ବାର୍ତ୍ତାବହ ହୋଇ ଉକ୍ତ ପ୍ରସଙ୍ଗଗୁଡ଼ିକୁ ଯେଭଳି ଉପସ୍ଥାପନ କରିଛି ଓ ସମାଜ ସଂସ୍କାରର ବିବିଧ ଦିଗ ଉପରେ ଆଲୋକପାତ କରିଛି ସେ ସମସ୍ତ ବିଷୟ ବିଶଦ ଭାବରେ ଏହି ଗ୍ରନ୍ଥରେ ଆଲୋଚିତ । ପୁଣି ସ୍ୱାଧୀନତା ପୂର୍ବବର୍ତ୍ତୀ କାଳୀନ ସଂସ୍କାରଧର୍ମୀ ଓଡ଼ିଆ ନାଟକଗୁଡ଼ିକର ଶିଳ୍ପମୂଲ୍ୟ ସଂପର୍କିତ ଆଲୋଚନା ମଧ୍ୟ ଗ୍ରନ୍ଥଟିର ଗୁଣାତ୍ମକ ମାନବୃଦ୍ଧି ଘଟାଇଛି । ଏହି ପୁସ୍ତକଟି ଡକ୍ଟର ଅନିଲ୍ କୁମାର ନନ୍ଦଙ୍କ ସ୍ରଷ୍ଟା ପ୍ରାଣର ପ୍ରଥମ ଉପହାର ଏବଂ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ।
-