-
Sanja Sakale – with English transliteration
₹350.00ଏକ ଶତ (୧୦୦) ଟି ଓଡ଼ିଆ ଫିଲ୍ମ ଭକ୍ତି ସଙ୍ଗୀତ ସଂଗୃହୀତ ହୋଇ ଏହି ସଙ୍କଳନରେ ଉପସ୍ଥାପିତ କରାଯାଇଛି । ଏଥିରୁ ଗୋଟିଏ ଦୁଇଟିକୁ ବାଦ ଦେଲେ, ବାକି ସମସ୍ତ ଭକ୍ତି ସଙ୍ଗୀତ ୧୯୬୧ ରୁ ୧୯୯୦ ମଧ୍ୟରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ମାନଙ୍କରୁ ଉଦ୍ଧୃତ ହୋଇଛି । ୧୯୬୧ ରୁ ୧୯୯୦ – ଏହି ୩୦ ବର୍ଷ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ୍ଟକ୍ଷୟରଦ୍ଭ ଋକ୍ସବ ବା ସୁବର୍ଣ୍ଣ ଯୁଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟ ସୀମାରେ – କାହାଣୀ, ଅଭିନୟ, ନିର୍ଦ୍ଦେଶନା ଓ ସଙ୍ଗୀତ – ପ୍ରତିଟି ବିଭାଗରେ ଓଡ଼ିଆ ଚଳଚ୍ଚିତ୍ର ପରାକାଷ୍ଠାର ଚରମ ସୋପାନରେ ଉତ୍ତୀର୍ଣ୍ଣ ହୋଇଥିଲା । ତେଣୁ କହିବା ବାହୁଲ୍ୟ ଯେ ଏହି ଚଳଚ୍ଚିତ୍ର ମାନଙ୍କର ଭକ୍ତି ସଙ୍ଗୀତ ମଧ୍ୟ ଖୁବ ହୃଦୟସ୍ପର୍ଶୀ ହୋଇଥିଲା । ପରିବେଷଣ ଶୈଳୀ ଅନୁସାରେ ଚଳଚ୍ଚିତ୍ର ଭକ୍ତି ସଙ୍ଗୀତ ଗୁଡିକ ମୁଖ୍ୟତଃ ତିନିଟି ଶ୍ରେଣୀରେ ବିଭକ୍ତ କରା ଯାଇପାରେ । ପ୍ରଥମ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଉଛନ୍ତି ସେହି ଭକ୍ତିଗୀତ ଯାହାର ରଚନା ଓ ସ୍ୱର ପରିବେଷଣ ଉଭୟ ପାରମ୍ପରିକ ଶୈଳୀରେ ହୋଇଛି – ଯଥା – ଭଜୁ କିନା ରାମ ନାମ (କନକଲତା – ୧୯୭୪), ବାଧିଲା ଜାଣି କ୍ଷମା (ମୁକ୍ତି – ୧୯୭୭) । ଦ୍ୱିତୀୟ ଶ୍ରେଣୀରେ ଗୃହୀତ ହୋଇଥିବା ଭକ୍ତି ଗୀତ ଗୁଡିକର ରଚନା ପାରମ୍ପରିକ, କିନ୍ତୁ ସ୍ୱର ନୂତନ ଶୈଳୀରେ ପ୍ରସ୍ତୁତ ହୋଇଛି – ଉଦାହରଣ ସ୍ୱରୂପ ବିଶ୍ୱ ଜୀବନ ହେ (ଅସ୍ତରାଗ – ୧୯୮୨), ଆହେ ଦୟାମୟ ବିଶ୍ୱ ବିହାରୀ (ବଳିଦାନ – ୧୯୭୮) । କିଛି ପାରମ୍ପରିକ ଗୀତର କିୟଦଂଶ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ସତ୍ତ୍ୱେ ଭଜନ ଗୁଡିକ ଏ ପୁସ୍ତକରେ ସମ୍ପୂର୍ଣ୍ଣ ଭାବେ ପ୍ରକାଶିତ କରାଗଲା । ପରିଶେଷରେ ତୃତୀୟ ଶ୍ରେଣୀରେ ଥିବା ଭକ୍ତିଗୀତର ରଚନା ହେଉଛି ନୂତନ ଓ ପରିବେଷଣ ଶୈଳୀ ମଧ୍ୟ ନୂତନ – ଉଦାହରଣ – ସଞ୍ଜ ସକାଳେ ତୁମ ଛବି ଖୋଜେ (ସ୍ତ୍ରୀ – ୧୯୬୮), ଜଗତର ନାଥ ଆହେ ଜଗନ୍ନାଥ (ଚିହ୍ନା ଅଚିହ୍ନା – ୧୯୭୯) । ଏହି ସଙ୍କଳନର ଅଧିକାଂଶ ଗୀତ ଏହି ଶେଷ ଶ୍ରେଣୀଭୁକ୍ତ ।
-
Sanskaradharmi Odia Natak
₹500.00ପ୍ରାକ୍]-ସ୍ୱାଧୀନତା କାଳରେ ରଚିତ ସାମାଜିକ ଓଡ଼ିଆ ନାଟକ ଯେଭଳି ସମାଜର ଚିତ୍ର ବହନ କରିଛି ତାହା ଗ୍ରନ୍ଥଟିରେ ସୂଚିତ ହୋଇଛି । ଓଡ଼ିଆ ସାହିତ୍ୟରେ ପ୍ରଥମ ନାଟକ ରଚନା ହେବା ବେଳକୁ ସମାଜରେ ପୂରି ରହିଥିଲା ଅନ୍ଧବିଶ୍ୱାସ ଓ କୁସଂସ୍କାର । ତତ୍କାଳୀନ ନବ୍ୟ ଶିକ୍ଷିତ ସଂପ୍ରଦାୟ ଉକ୍ତ ପ୍ରଥାର ମୂଳୋତ୍ପାଟନ ନିମନ୍ତେ ଆଗେଇ ଆସିଥିଲା । ଊନବିଂଶ ଶତକର ସାମାଜିକ ଆନ୍ଦୋଳନକୁ ସ୍ୱାଗତ କରିବା ସହିତ ସୁସ୍ଥ ସମାଜର ପ୍ରତିଷ୍ଠା ନିମନ୍ତେ ଆହ୍ୱାନ ଦେଇଥିଲା । ମାତ୍ର ବିଜାତୀୟ ସଂସ୍କୃତି ତଥା ରୀତିନୀତିର ଆଦର କରି ହୋଇଥିଲା ସମାଲୋଚିତ । ପରିଶେଷରେ ଶିକ୍ଷିତମାନେ ଆଦର୍ଶବାଦକୁ ଆପଣାର କରି ସମାଜ ସଂସ୍କାର କର୍ମରେ ବ୍ରତୀ ହୋଇଥିଲେ । କ୍ରମେ ଗାନ୍ଧି ଓ ମାର୍କସ୍]ଙ୍କ ଦର୍ଶନ ପ୍ରବେଶ କରି ସମାଜ ସଂସ୍କାର ସ୍ୱରକୁ ବଳିଷ୍ଠ ରୂପ ଦେଇଥିଲା । ପ୍ରାକ୍]-ସ୍ୱାଧୀନତା କାଳୀନ ଓଡ଼ିଆ ନାଟକ ସାମାଜର ବାର୍ତ୍ତାବହ ହୋଇ ଉକ୍ତ ପ୍ରସଙ୍ଗଗୁଡ଼ିକୁ ଯେଭଳି ଉପସ୍ଥାପନ କରିଛି ଓ ସମାଜ ସଂସ୍କାରର ବିବିଧ ଦିଗ ଉପରେ ଆଲୋକପାତ କରିଛି ସେ ସମସ୍ତ ବିଷୟ ବିଶଦ ଭାବରେ ଏହି ଗ୍ରନ୍ଥରେ ଆଲୋଚିତ । ପୁଣି ସ୍ୱାଧୀନତା ପୂର୍ବବର୍ତ୍ତୀ କାଳୀନ ସଂସ୍କାରଧର୍ମୀ ଓଡ଼ିଆ ନାଟକଗୁଡ଼ିକର ଶିଳ୍ପମୂଲ୍ୟ ସଂପର୍କିତ ଆଲୋଚନା ମଧ୍ୟ ଗ୍ରନ୍ଥଟିର ଗୁଣାତ୍ମକ ମାନବୃଦ୍ଧି ଘଟାଇଛି । ଏହି ପୁସ୍ତକଟି ଡକ୍ଟର ଅନିଲ୍ କୁମାର ନନ୍ଦଙ୍କ ସ୍ରଷ୍ଟା ପ୍ରାଣର ପ୍ରଥମ ଉପହାର ଏବଂ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ।
-
-
Saptama Rutu
₹180.00ପ୍ରତ୍ୟେକ ଉଲ୍ଲେଖଯୋଗ୍ୟ ସାହିତ୍ୟରେ ପ୍ରଶ୍ନ ପଚରାଯାଏ । ସେ ପ୍ରଶ୍ନ ଶୁଣିବାକୁ ସମସ୍ତେ, ଏପରି କି ସ୍ୱୟଂ ଈଶ୍ୱର ମଧ୍ୟ ଶୁଣିବାକୁ ବାଧ୍ୟ । ସେ ପ୍ରଶ୍ନଗୁଡ଼ିକ ଏକାଧାରରେ ସରଳ ଓ ଜଟିଳ । ଛୋଟ ଛୁଆଟିଏ ମରିଗଲେ ସେ ସାହିତ୍ୟ ସମଗ୍ର ବିଶ୍ୱକୁ କାଠଗଡ଼ାରେ ଠିଆ କରାଇଦିଏ । କୌଣସି ଅହେତୁକ ଶାସ୍ତିରେ କେହି ନିର୍ଯ୍ୟାତିତ ହେଲେ ସେ ସାହିତ୍ୟ ସଚରାଚରଠାରୁ କୈଫିୟତ୍ ତଲବ୍ କରେ । ସାହିତ୍ୟିକ ଦୃଷ୍ଟିରେ ସଭ୍ୟତା ହେଉଛି ପ୍ରଶ୍ନ ପଚାରିବାର ସ୍ୱାଧୀନତା ଏବଂ ଯେଉଁଦିନ ଆଉ ପ୍ରଶ୍ନ ପଚରାଯାଉନାହିଁ- ସେଦିନ ସଭ୍ୟତାର ପରିସମାପ୍ତି ଘଟିଛି ବୋଲି ଧରିନିଆଯାଇପାରେ । ଯଦି ସାହିତ୍ୟିକ ପ୍ରଶ୍ନ ପଚାରିବାର ଐତିହ୍ୟରୁ ନିଜକୁ ଅଲଗା କରି ରଖେ ବା କୋଳାହଳମୟ ପ୍ରଶଂସା ଭିତରେ ନିଜର ସ୍ୱର ଲୀନ ହେବାକୁ ଛାଡ଼ିଦିଏ, ସେ ଆଉ ସାହିତ୍ୟିକ ହୋଇ ରହିବ ନାହିଁ; ହେବ ଏକ ଉଚ୍ଚାଙ୍ଗ ପରମ୍ପରାର ମଡ଼ାଚଣ୍ଡିଆ ।
ଯେତେବେଳେ ଏପରି ପରିସ୍ଥିତି ଉପୁଜେ, ଯେତେବେଳେ ଆଉ ପ୍ରଶ୍ନ ପଚରାଯାଏ ନାହିଁ ଏବଂ ସବୁଆଡ଼େ ହାଟବଜାରରେ କୋଳାହଳ ଶୁଭେ, ସେତେବେଳେ ସାହିତ୍ୟ ଲେଖାଯିବ ନିଶ୍ଚୟ, କିନ୍ତୁ ସେ ସାହିତ୍ୟର ସଭ୍ୟତା ସହିତ ସମ୍ପର୍କ ପ୍ରାୟ ରହିବ ନାହିଁ । ଗଲା କେତେବର୍ଷ ଭିତରେ ପୃଥିବୀର ଛାପାଖାନାମାନଙ୍କରୁ ଯେତେ ସାହିତ୍ୟ ବାହାରିଛି ଇତିହାସରେ ତାର ପଟାନ୍ତର ନାହିଁ, କିନ୍ତୁ ସେଗୁଡ଼ିକ ଭିତରୁ ଅଧିକାଂଶ ଅଳ୍ପ କେତେଦିନ ପରେ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ତାର କାରଣ ହେଉଛି, ସେଗୁଡ଼ିକ ଆମ ସଭ୍ୟତାର ଅଂଶ ନୁହଁନ୍ତି, ବରଂ ତାର ପ୍ରତିକୂଳପନ୍ଥୀ । ସେଗୁଡ଼ିକର ରଚୟିତାମାନଙ୍କର କିଛି କିଛି କଳ୍ପନାଶକ୍ତି ଏବଂ ଭାଷାବିନ୍ୟାସରେ ପଟୁତା ଥିଲା, କିନ୍ତୁ ଯେଉଁ ଯନ୍ତ୍ରଣାବୋଧ ଆମକୁ ଏପରି ଏକ ଜାଗାକୁ ନେଇଯାଏ ଯେଉଁଠାରେ ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଏକାକାର ଏବଂ ଯେଉଁଠାରେ ମନୁଷ୍ୟର ଭାଗ୍ୟ ହିଁ ଏକମାତ୍ର ପ୍ରସଙ୍ଗ ତାହା ଏ କଳ୍ପନାଶକ୍ତିକୁ ବ୍ୟାପ୍ତ ଓ ମାର୍ଜ୍ଜିତ କରିନାହିା । – ରମାକାନ୍ତ ରଥ
-
Sarala Puraskaraprapta Galpa Sankalana
₹300.00ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଶାରଳା ପୁରସ୍କାର ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଓଡ଼ିଆ ଶିଳ୍ପପତି ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫାଗ୍ରୁପ୍ ଦ୍ୱାରା ପରିଚାଳିତ ପୁରସ୍କାର ବିଜେତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଏ । ଶାରଳା ପୁରସ୍କାରପ୍ରାପ୍ତ ୧୬ଟି ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନେଇ ଏହି ସଂକଳନଟିକୁ ପ୍ରସ୍ତୁତ କରାଯାଇଛି । ଏଯାବତ୍ ଘୋଷିତ ହୋଇଥିବା ଶାରଳା ପୁରସ୍କୃତ ପୁସ୍ତକ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟାରେ ରହିଛି ଗଳ୍ପ ସଙ୍କଳନ । ତେବେ କହିବା ବାହୁଲ୍ୟ ଯେ ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ ରଚନା ତୁଳନାତ୍ମକ ଭାବରେ ଅଧିକ । ୧୯୮୧ ମସିହାରେ ପ୍ରଥମେ କ୍ଷୁଦ୍ରଗଳ୍ପ ପାଇଁ ତଥା ଦ୍ୱିତୀୟ ଶାରଳା ପୁରସ୍କାର ବିଜୟୀ ଭାବରେ ସମ୍ବର୍ଦ୍ଧିତ ହୁଅନ୍ତି ଗାଳ୍ପିକ ମନୋଜ ଦାସ ‘ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’ପାଇଁ । ଚନ୍ଦ୍ରଶେଖର ରଥଙ୍କ ‘ସମ୍ରାଟ ଓ ଅନ୍ୟମାନେ’୧୯୮୨ରେ, ମହାପାତ୍ର ନୀଳମଣି ସାହୁଙ୍କ ଆତ୍ମଜୀବନୀ ମୂଳକ ଗଳ୍ପ ପୁସ୍ତକ ‘ଅଭିଶପ୍ତ ଗନ୍ଧର୍ବ’୧୯୮୩ରେ, କିଶୋରୀ ଚରଣ ଦାସଙ୍କ ଗଳ୍ପ ସଙ୍କଳନ ‘ଭିନ୍ନ ପାଉଁଶ’୧୯୮୬ରେ, ୧୯୯୧ ମସିହାରେ ଯୁଗ୍ମ ବିଜେତା ଭାବରେ ଗଳ୍ପ ପାଇଁ ଶାରଳା ପୁରସ୍କାର ଲାଭ କରନ୍ତି ରବି ପଟ୍ଟନାୟକ ‘ବନ୍ଧ୍ୟା ଗାନ୍ଧାରୀ’ ପାଇଁ ଏବଂ ରାମଚନ୍ଦ୍ର ବେହେରା ପାଇଁ ‘ଓଁକାର ଧ୍ୱନି’ ପାଇଁ । ୧୯୯୮ ମସିହାରେ ଉକ୍ତ ପୁରସ୍କାରର ଅଧିକାରୀ ହୁଅନ୍ତି ଜଗନ୍ନାଥ ପ୍ରସାଦ ଦାସ ମନୋଜ୍ଞ ସଂକଳନ ‘ପ୍ରିୟ ବିଦୂଷକ’ପାଇଁ । ଓଡିଆ ଗଳ୍ପକୃତି ପାଇଁ ୨୦୦୧, ୨୦୦୨ ଏବଂ ୨୦୦୩ ମସିହା ପାଇଁ ଶାରଳା ପୁରସ୍କାର ବିଜେତା ହୋଇଛନ୍ତି ଯଥାକ୍ରମେ ତରୁଣକାନ୍ତି ମିଶ୍ର ‘ଆକାଶ ସେତୁ’ ପାଇଁ, ଉତ୍ତମ କୁମାର ପ୍ରଧାନ ‘କଳାହାଣ୍ଡିରେ କଥାକାର’ ପାଇଁ ଏବଂ ଜଗଦୀଶ ମହାନ୍ତି ‘ସୁନା ଇଲିସି’ ଗଳ୍ପ ସଂକଳନ ପାଇଁ । ୨୦୨୨ ମସିହାରେ ଏହି ସମ୍ମାନର ଅଧିକାରୀ ହୋଇଥିଲେ କଥାକାର ଗୌରହରି ଦାସ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପୁସ୍ତକ ନିମନ୍ତେ ।
-
Sarisrupa
₹160.00Eminent Odia poet Binod Chandra Nayak’s collection Sarisrupa was first published in 1969. The collection received Sahitya Akademi Award (India’s award for letters) in 1970. This is the first international edition of global Odia poetry lovers.
-
Sarjanara Neerikshana
₹190.00Kedarnath Singh was a poet of the earth and sky, towns and villages. He saw the ironies of life, ups and downs, love and sorrow, and the fast-changing scene of Indian democracy challenged by new political movements. When the Naxalbari leftist movement (an armed peasant movement that started in West Bengal) rattled the country, he understood the aspirations of underprivileged people, and his writing slowly started to lean toward the left. But Kedarnath Singh always remained a poet of optimism. In his poem “Srishti Par Pahra”, he writes, “Wearing the wobbly wooden sandals of roots / it was standing before me / guarding the border, . . . a tall, huge, desiccated tree / with only a few leaves left / waving on the top. How magnificent it was to view / on the very top of a dwindling tree / the swaying of the leaves. / In a severe drought / they were there / defending the universe.” Similarly, in his poem “Grass,” he writes: “She is a gypsy / driven from all the cities in the world / now looking for its lost name and place / in the dust of your town. / . . . She is an obstinacy to rise / from anywhere, / anytime. “Srishti par pahra” was his latest publication before he breathed his last. It is comprised of many unparalleled poems and translated in to Odia under the title “Sarjanara Nireekshana “.
-
Sarjanara Urjana
₹400.00ସମକାଳୀନ ଓଡ଼ିଆ ସମାଲୋଚନା ସାହିତ୍ୟରେ ଡ. ବାବାଜୀ ଚରଣ ପଟ୍ଟନାୟକ ଜଣେ ଯଶସ୍ୱୀ ସାହିତ୍ୟିକ । ତାଙ୍କର ସୁକ୍ଷ୍ମ ଅନୁଶୀଳନାତ୍ମକ ଦୃଷ୍ଟିକୋଣ, ନିରପେକ୍ଷ ବିଚାରବୋଧ, ତୁଳନାତ୍ମକ ଆଲୋଚନା ତଥା ସ୍ଵତନ୍ତ୍ର ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର। ‘ଓଡ଼ିଆ କାବ୍ୟ – କବିତାରେ ଚନ୍ଦ୍ର ପ୍ରସଙ୍ଗ’ ତାଙ୍କ ଗବେଷଣା ସନ୍ଦର୍ଭର ଅନନ୍ୟ ଅଭିବ୍ୟକ୍ତି। ପରବର୍ତ୍ତୀ ସମୟରେ ପ୍ରକାଶିତ ‘ସର୍ଜନାର ଊର୍ଜନା’, ‘ସାହିତ୍ୟ ପରିଧି’ ଏବଂ ‘ସାହିତ୍ୟର ବାଟେ – ଘାଟେ’ ପ୍ରମୁଖ କୃତିଗୁଡ଼ିକରେ ତାଙ୍କ ଭାଷା ଓ ଶୈଳୀର ସିଦ୍ଧହସ୍ତତା ତାଙ୍କୁ ପ୍ରବନ୍ଧ ଓ ସମାଲୋଚନା କ୍ଷେତ୍ରରେ ବହୁ ପରିଚିତି ପ୍ରଦାନ କରିଛି । ସଂପ୍ରତି ସେ କଟକରେ ଅବସ୍ଥାନ କରୁଛନ୍ତି ।
-
Sata Chitra Michha Charitra
₹200.00ସତ ନାଁ’ରେ ଏଠି ମିଛର ଖେଳ ବେଶୀ ଚାଲିଥାଏ । ଉପରର ଭେଲ୍]ବେଟ୍ କପଡ଼ା ତଳେ କେତେ କଦର୍ଯ୍ୟ ଅପରିଷ୍କାର ଚିତ୍ର ସାଇତା ହୋଇଛି – ଚକ୍]ଚକ୍ କରୁଥିବା ଭେଲ୍]ବେଟ୍ କପଡ଼ା ନଟେକିଲେ ଆମେ କେମିତି ଜାଣିବା? ମୁଖାପିନ୍ଧି ନାଚୁଥିବା ଲୋକର ମୁଖା ନଖୋଲିଲେ ଆମେ କ’ଣ ଚରିତ୍ରର ସତ ଚେହେରାକୁ ଦେଖିପାରିବା? ସେଇଥି ପାଇଁ କୁଢ଼ କୁଢ଼ ଅଳିଆ ଉପରେ ଅତର ସିଞ୍ଚି ଚଉଦିଗକୁ ମହକାଉଥିବା ଲୋକ ଉପରେ ଭରସା କରି ଆମରି ଭିତରୁ ଅନେକେ ସେମାନଂକ ପଛରେ ଧାଇଁଥାନ୍ତି । ଆମେ ସତରେ କେତେ ବୋକା – ସେମାନଂକ ମନଭୁଲାଣିଆ କଥାରେ ଭଳିଯାଇ କାଳିସୀ ଲାଗିଲାପରି ଚାଲିଥାଉ । କାଂଚନ ବଦଳରେ କାଚ କଣିକା ଦେଖାଇ ସେମାନେ ଆମକୁ ନୟାନ୍ତ କଲେ ବି ଆମେ ମାଇଲ୍ ମାଇଲ୍ ବାଟ ଦୌଡୁଥାଉ – କାଳେ କାଂଚନ ମିଳିଯିବ କି? ଶେଷରେ ପାଣି ଭ୍ରମରେ ମରୀଚିକା ପଛରେ ଧାଇଁବାର ପରିଣାମ ଆମକୁ ଭୋଗିବାକୁ ପଡ଼େ । ନା କାଂଚନ, ନା କାଚ – ନା ଜଳ, ନା ମରୀଚିକା କୌଣସିଟା ଆମ ଭାଗ୍ୟରେ ଯୁଟେନି ।
ଆମକୁ ଭ୍ରମିତ କରୁଥିବା ସେଇ ଚତୁରମାନେ କିନ୍ତୁ ଆସନ୍ନ ବିପଦର ସୁରାକ୍ ପାଇଲେ ଖସିଯାଆନ୍ତି, କେତେବେଳେ ସାତବର୍ଣ୍ଣି ଏଣ୍ଡୁଅ ପରି ରଙ୍ଗ ବଦଳାଇ ଅଥବା ଆଉ କେତେବେଳେ ଅଭିନବ ଅଭିନୟ କରି ।
ଏଇସବୁ ଚିତ୍ର ଏବଂ ଚରିତ୍ରର ସମାହାର ହେଉଛି ‘ସତ ଚିତ୍ର ମିଛ ଚରିତ୍ର’ । ଆମ ଚାରିପାଖର ବାସ୍ତବ ଚିତ୍ର ଏଥିରେ ରୂପ ପାଇଛି ନୂଆ ଢଂଗରେ; ଆଉ ଏକ ପରିପାଟୀରେ । ବିଶେଷ କଥା ହେଉଛି – ବାସ୍ତବ ଚିତ୍ର ଭିତରେ ଖଂଜାଯାଇଥିବା ଚରିତ୍ରମାନେ କିନ୍ତୁ ଅବାସ୍ତବ ବା ମିଛ । ଏଇ ଅବାସ୍ତବ ଚରିତ୍ରମାନଂକ ଭିତରକୁ ଗଭୀର ଭାବରେ ନିରୀକ୍ଷଣ କଲେ ଆପଣ ବାସ୍ତବ ଚରିତ୍ରମାନଙ୍କ ଭେଟ ପାଇପାରିବେ । ଭାବିବେ – ସତେ ତ ଏଭଳି ଲୋକ ଜଣେ ମୋତେ ଚିତା କାଟିଥିଲା, ଏଭଳି ଲୋକମାନଂକୁ ମୁଁ ନିଜ ଚାରିପାଖରେ ଦେଖୁଛି! ସେଥିପାଇଁ ଆମର ଏ ପ୍ରୟାସ ।
-
Sati Sadhwee Kulata
₹230.00ସୀତା ସ୍କୁଲରେ ପାଦ ଦେବା ଦିନଠୁ ତାର ଅନେକ ସାଙ୍ଗ ସୃଷ୍ଟି ହୋଇଛନ୍ତି । ଅନେକ ସ୍କୁଲ ଝିଅଙ୍କ ସହିତ ତା’ର ବଢିଛି଼ ଆତ୍ମୀୟତା । ଅନେକ ଦିନ ଧରି ଅତୁଟ ରହେ ସେ ଅନ୍ତରଙ୍ଗତା । ପୁଣି କେତେ ଜଣଙ୍କ ସହିତ ତା’ର ନୂତନ ଭାବେ ଜାତ ହୁଏ ଆତ୍ମୀୟତା । କେଉଁଠି କେତେବେଳେ ଯୋଡ଼ି ହୁଏ ଅଠାଲଗା କାଗଜ ପରି । ସେଇ ଆତ୍ମୀୟତା, ବନ୍ଧୁତ୍ୱ ବା ସାହଚର୍ଯ୍ୟ ଭିତରେ ସୀତା ସହିତ ଯେଉଁ ଦି’ ଜଣ ଝିଅଙ୍କ ଅତୁଟ ରହିଛି ସଂପର୍କ, ସେମାନେ ହେଲେ ମିତା ଓ ଲଳିତା । ଏହି ତିନି ସାଙ୍ଗ ବନ୍ଧୁତ୍ୱର କଷଟିରେ ଅନେକ ଥର ପରୀକ୍ଷିତ ହୋଇଛନ୍ତି । ବନ୍ଧୁତ୍ୱ ଏମାନଙ୍କର ଅତୁଟ, ଅଟଳ ଓ ସୁଦୃଢ଼ । କାଳକ୍ରମେ ଏମାନେ ବାଳିକା ପ୍ରାଥମିକ ବିଦ୍ୟାଳୟର ପାଠ ସମାପ୍ତ କରି ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇଛନ୍ତି । ଉଚ୍ଚ ବିଦ୍ୟାଳୟରୁ କଲେଜକୁ ଯାଇଛନ୍ତି ।
ଏମାନଙ୍କ ମଧ୍ୟରୁ ଜଣେ ବଣିକ କନ୍ୟା । ଅନ୍ୟ ଜଣେ କୃଷକ କନ୍ୟା ଓ ଶେଷଟି ଶିକ୍ଷକ କନ୍ୟା । ଏଇ ସହରର ବିଖ୍ୟାତ ବ୍ୟବସାୟୀମାନଙ୍କ ମଧ୍ୟରେ ଲଳିତାର ବାପା ଅନ୍ୟତମ । ମିତାର ବାପା ଜଣେ ବଡ଼ ଚାଷୀ । ସୀତାର ବାପା ଜଣେ ପ୍ରାଇମେରୀ ସ୍କୁଲର ଶିକ୍ଷକ ।
-
Sati Sadhwi Kulata
₹3.50- Binding: paperback
- Language: oriya
- Manufacturer: Black Eagle Books
- Brand: Black Eagle Books
- Publication date: 2023-11-12T00:00:01Z
-
Satya Pattanaikanka Sahityara Mati O Akasha
₹250.00କବି ସତ୍ୟ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତର ଏକ ପରିଚିତ ନାଁ । ସେ କବିତା ଓ ଗଳ୍ପ ଲେଖନ୍ତି । ତା ବାଦେ ଅନୁବାଦ କରିବାରେ ମଧ୍ୟ ସିଦ୍ଧହସ୍ତ । ତାଙ୍କ ଲେଖାରେ ଭାଷାର କ୍ଳିଷ୍ଟତା ନାହିଁ । ଅଛି କେବଳ ଭାବ ଭରା ଭାଷା, ଯାହା ପାଠକକୁ ଆକୃଷ୍ଟ କରିଥାଏ । ତାଙ୍କର ପ୍ରତିଟି ଲେଖାରେ ତାଙ୍କ ଜୀବନାନୁଭୂତି ଓ କାବ୍ୟାନୁଭୂତି ପ୍ରତିଫଳିତ ହୋଇଛି । ତାଙ୍କର ଭାବପ୍ରବଣତାକୁ ସେ ତାଙ୍କ କାବ୍ୟର ପ୍ରତିଟି ପଦରେ ଏପରି ଛନ୍ଦି ଦେଇଛନ୍ତି ଯେ ଯେତେ ପଢୁଥିଲେ ବି ପାଠକକୁ ଭାବ ବିଚ୍ୟୁତ କରେନା ।କବି ନିଜ ଜନ୍ମଭୂମି ପରିତ୍ୟାଗ କରି ଆଜି ଆମେରିକାରେ ଅଛନ୍ତି କିନ୍ତୁ ଏ ମାଟିର ମୋହକୁ ସେ ଏଯାଏଁ ଛାଡ଼ିନାହାନ୍ତି । ତାରୁଣ୍ୟ ଓ ଯୁବସୁଲଭ ଉନ୍ମାଦନାରେ ଛଳଛଳ ତାଙ୍କ କବିପଣ । ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବା ପାଇଁ ଆଜି ବି ସେ ପ୍ରତିଶ୍ରୁତିବଦ୍ଧ । ତାଙ୍କ ରଚିତ ‘ପାଷାଣ ପ୍ରେମ ସଂଗୀତ’, ‘ଝର୍କା ଖୋଲା ଥାଉ’, ‘କ୍ଷୁଦ୍ର ଗଳ୍ପର ମୃତ୍ୟୁ ଓ ଅନ୍ୟାନ୍ୟ ଗଳ୍ପ’, ‘ଆମ ନିଜ ମାଟି ଓ ଅନ୍ୟାନ୍ୟ କବିତା’ ପାଠକ ମନରେ ଯେଉଁ ଭାବ ସୃଷ୍ଟି କରିଛି ସେସବୁକୁ ନେଇ ପ୍ରକାଶିତ ‘ସତ୍ୟ ପଟ୍ଟନାୟକଙ୍କ ସାହିତ୍ୟରେ ମାଟି ଓ ଆକାଶ’ ପୁସ୍ତକ । ବାସ୍ତବିକ ବିଦେଶ ଭୂମିପରେ ଆମ ରାଜ୍ୟ ଓ ଦେଶର ଜଣେ ପ୍ରତିନିଧିଶ୍ରେଣୀୟ ବ୍ୟକ୍ତିତ୍ୱ ।
ହରପ୍ରସାଦ ଦାସ, ରାମଚନ୍ଦ୍ର ବେହେରା, ସଂଘମିତ୍ରା ମିଶ୍ର, ବିଷ୍ଣୁପ୍ରିୟା ଓତା, ଗୌରହରି ଦାସ, ଜ୍ୟୋତ୍ସ୍ନା ଦାସ, ମଣୀନ୍ଦ୍ର କୁମାର ମେହେର, ଭି. ରାଜେନ୍ଦ୍ର ରାଜୁ, ଚୌଧୁରୀ ପ୍ରଦୀପ୍ତ କୁମାର ଦାସ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରବୀନ୍ଦ୍ର କୁମାର ଦାଶ, ଶୁୁକମୁନି ମେହେର, ରଶ୍ମି ଦାସ, ଦେବାଶିଷ ମହାପାତ୍ର, ଚିତ୍ତରଞ୍ଜନ ଚିରଞ୍ଜିତ, ସଂଘମିତ୍ରା ଭଞ୍ଜ, ରମେଶ ପ୍ରସାଦ ମହାନ୍ତି, ସୋନାଲୀ ସାହୁ, ସୁଜ୍ଞାନୀ କୁମାରୀ ସାହୁ, ନିବେଦିତା ପଣ୍ଡା, ହିମାଦ୍ରୀ ତନୟା ମିଶ୍ର, ଦୀପ୍ତିମୟୀ ସାହୁ, ଜ୍ୟୋତି ସାହୁ, ମୋନାଲିସା ପାଣୀ, ଅପରାଜିତା ମହାରଣା, ପୁଷ୍ପିତା ଶୁକ୍ଳ, ଭାରତୀ ମୁଦୁଲି ଓ ଅଶୋକ ପରିଡ଼ା ପ୍ରମୁଖଙ୍କର ପାଠକୀୟ ମତାମତ ସ୍ୱରଚିତ ପୁସ୍ତକରେ ସ୍ଥାନିତ କରାଯାଇଛି ।