-
Sahajatri
₹180.00“Sahajatri” is an exceptional collection of short stories which was given the Odisha Sahitya Academy award in 2005. Stories in this collection depict changing social values in Odia society and reveal his deep insight into the human psyche. A poetic touch and the use of images have empowered his stories with an added beauty.
-
Sahapathini
₹240.00ଏଇ ସଂକଳନରେ ସ୍ଥାନିତ ଗପମାନଙ୍କର କିଛି ଦୁର୍ବଳତା ରହିଛି, ଯେଉଁଥିପାଇଁ ଏଇ ଅଗ୍ରଲେଖ ଆବଶ୍ୟକ ମନେହେଲା।
ପ୍ରେମକୁ ନେଇ ପ୍ରତିବର୍ଷ ନୂଆକିଛି ଲେଖିବାର ପ୍ରୟାସ କଷ୍ଟକର ମନେହୁଏ। ତେବେ ଚରିତ୍ର ଖୋଜିବାବେଳକୁ ଅନେକ ସମୟରେ ବିଚାରୀ ସହପାଠିନୀମାନଙ୍କ ଉପରେ ଅନୁସନ୍ଧାନର ଯବକାଚରୁ ପ୍ରତିସରିତ ଆଲୋକରଶ୍ମି କେନ୍ଦ୍ରୀଭୂତ ହୋଇଯାଏ। ସେମାନଙ୍କ ବିଷୟରେ ଶୁଣାକଥାର ପରିମାର୍ଜିତ ରୂପ କିମ୍ବା ସଂପୂର୍ଣ୍ଣ କାଳ୍ପନିକ ବିଷୟକୁ ଅନେକ ସମୟରେ ମୋର ବନ୍ଧୁମାନେ ସତ ବୋଲି ଗ୍ରହଣ କରିଛନ୍ତି। କେବେ କେବେ କେହି କେହି କେଉଁ ସହପାଠିନୀ ବିଷୟରେ ମୁଁ ଲେଖିଥିବା ଗପ, ଯାହାକି ମୋ’ ପାଇଁ କାଳ୍ପନିକ ହିଁ ଥିଲା, ନିରାଟ ସତକଥା ବୋଲି ଦୃଢ଼ତାର ସହ କହିଛନ୍ତି ଏବଂ ସେଇ ଚରିତ୍ରକୁ ନେଇ ସେଇ ମର୍ମରେ ଆଉକିଛି କଥା ବି ଉଲ୍ଲେଖ କରିଛନ୍ତି।
ସଂପୃକ୍ତ ସହପାଠିନୀମାନେ ଏସବୁକୁ ଦୈବାତ୍ ଏବଂ ଅନିଚ୍ଛାକୃତ ବୋଲି ଗ୍ରହଣ କରି ମତେ କ୍ଷମା କରିଦେବାକୁ ଅନୁରୋଧ।
ସଂକଳନରେ ସ୍ଥାନିତ ଗପମାନଙ୍କୁ ଏକାଠି କଲାବେଳେ ଆଉ ଗୋଟେ ପ୍ରଶ୍ନ ବି ମନକୁ ଆସିଲା। ସହପାଠିନୀମାନଙ୍କୁ ନେଇ ମୋର କ’ଣ ନିଜସ୍ୱ ଅନୁଭବ କି ଅଭିଜ୍ଞତା କିଛି ବି ନଥିଲା ? ଆହୁରି ବି ମୁଁ କଦାପି ସହପାଠିନୀ ଶବ୍ଦକୁ ପ୍ରେମିକାର ପ୍ରତିଶବ୍ଦ ବୋଲି ଭାବିନି।
ତେଣୁ ମୋର ସହପାଠିନୀମାନଙ୍କୁ ନେଇ କିଛି କଥା ଏଇ ଅଗ୍ରଲେଖରେ ରଖୁଛି, ଆଉ ସଂକଳନଟି ସେଇମାନଙ୍କୁ ଉତ୍ସର୍ଗ କରୁଛି।
ଏହି ସଂକଳନଟିର ପାଣ୍ଡୁଲିପି ପ୍ରସ୍ତୁତ କଲାବେଳେ ମନେହୋଇଛି, ମୁଁ ଯଦି ଅଗ୍ରଲେଖରେ ଥିବା ଚରିତ୍ରମାନଙ୍କୁ ନେଇ ପୂର୍ଣ୍ଣାଙ୍ଗ ଗପ ଲେଖିଥା’ନ୍ତି, ହୁଏତ ବେଶୀ ପ୍ରଭାବଶାଳୀ ଗପ ଉତୁରିଥାନ୍ତା!
ପୁଣି ଭାବିଛି, ସେଥିରେ ହୁଏତ ଅନେକ ବ୍ୟକ୍ତିଗତ କଥା ରହିଯାଇଥାନ୍ତା, ଯେଉଁଟା ସମସ୍ତଙ୍କୁ ଭଲ ଲାଗି ନ ଥାନ୍ତା। କଥାସବୁ ବି ଏକପାଖିଆ ହୋଇଥାନ୍ତା ଅର୍ଥାତ୍ ମୋ’ ଦୃଷ୍ଟିକୋଣରୁ। ଆହୁରି ବି, ଅବସୋସ କ’ଣ ପାଇଁ? ଜୀବନ ତ ସବୁବେଳେ ଗପଠାରୁ ଆହୁରି ରୋମାଞ୍ଚକର ଓ ମହତ୍ତର! —ଶ୍ରୀପ୍ରସାଦ ମହାନ୍ତି
-
Saharare Thila Gote Ghara O Anyanya Nataka
₹230.00ଏ ସଂକଳନର ‘ଏବଂ ଆସନ୍ନ’ କ୍ଷୁଦ୍ର ନାଟକଟିରେ ସଭ୍ୟତାର ଉଦ୍]ବର୍ତ୍ତନ ସମ୍ପର୍କରେ କୁହାଯାଇଛି। ଉଦ୍]ବର୍ତ୍ତନର ପ୍ରକ୍ରିୟା ଭିତରେ ମଣିଷର ସ୍ଥିତି କିପରି ସଂକଟାପନ୍ନ – ନାଟକଟି ତାର ଏକ ମହାକାବ୍ୟିକ ନାଟ୍ୟରୂପ, ପରିବେଷଣ ଶୈଳୀରେ ବ୍ରେଖ୍]ତୀୟ ଛାପ ସ୍ପଷ୍ଟ। ୧୯୮୨ରେ ମଂଚସ୍ଥ ଏହି ନାଟକଟି ମଧ୍ୟବିତ୍ତ ସମାଜର ପାରିବାରିକ, ଆର୍ଥନୀତିକ ଓ ସାମାଜିକ ସଂକଟ ଗୁଡ଼ିକୁ ଦୃଶ୍ୟାୟିତ କରୁକରୁ ପରିବେଷଣରୁ ନିର୍ଗତ ହେଉଛି କିଛି ଶ୍ଲେଷାତ୍ମକ ନାଟ୍ୟ ସମ୍ବାଦ।
ଏ ସଂକଳନର ଦ୍ୱିତୀୟ ନାଟକ ‘ସହରରେ ଥିଲା ଗୋଟେ ଘର’ ଏକ ଶ୍ଲେଷଧର୍ମୀ ନାଟକ। ଅର୍ଦ୍ଧ ହାସ୍ୟରସାତ୍ମକ ସଂଳାପ ମାଧ୍ୟମରେ ଜଣେ ଗାଉଁଲୀ ସ୍ୱାମୀ ମଦନ ମୋହନ ସାମନ୍ତରାୟଙ୍କ ଘରର ବିଚିତ୍ର ବିଧାନ ସମ୍ପର୍କରେ ଏହାର କାହାଣୀ ଗୁମ୍ଫିତ।
ସଂକଳନର ତୃତୀୟ ନାଟକ ‘ମାଂସର ବିଳାପ’ ସ୍ୱର୍ଗତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ପ୍ରଖ୍ୟାତ ଗଳ୍ପର କାହାଣୀ ଉପରେ ଆଧାରିତ ନାଟକଟିଏ। ‘ମାସଂର ବିଳାପ’ ଗଳ୍ପଟି ବିଗତ ଶହେ ବର୍ଷ ଧରି ଓଡ଼ିଆ ପାଠକର ହୃଦୟକୁ ଆନ୍ଦୋଳିତ କରି ଆସିଛି। କିନ୍ତୁ ଗଳ୍ପର ମୁଖ୍ୟ ଚରିତ୍ର ଗୋଟିଏ ହରିଣ (ଜଲି) ଓ ଗୋଟିଏ କୁକୁର (ଡୋରା) ହୋଇଥିବା ଯୋଗୁଁ ଏହାର ନାଟ୍ୟରୂପ ଦେବା ପାଇଁ କେହି ସାହସ କରି ନାହାନ୍ତି। କୌଳାସ ପାଣିଗ୍ରାହୀ ମୁଖ୍ୟତଃ ଜଣେ ଅଭିନେତା ଓ ନିର୍ଦ୍ଦେଶକ ହୋଇଥିବାରୁ ଜଲି ଓ ଡୋରା ଚରିତ୍ର ଚିତ୍ରଣ କରିବା ସମ୍ଭବପର ହେଲା। ଏହି କ୍ଷୁଦ୍ରଗଳ୍ପଟି ଓଡ଼ିଆ ପରିବେଷଣଧର୍ମୀ ନାଟକକୁ ଆଉ ପାଦେ ଆଗେଇ ନେବାରେ ସାହାଯ୍ୟ କରିଛି।
ସଂକଳନର ଚତୁର୍ଥ ନାଟକ ‘ନର ବାନର’ ଡାରୱିନ୍ (୧୮୦୯-୧୮୮୨) ଙ୍କ ବିଖ୍ୟାତ Theory of Evolution by Natural Selection ଉପରେ ଆଧାରିତ ଏକ ସୁନ୍ଦର ନାଟକ। Charles Darwinଙ୍କ ଉଦ୍]ବର୍ତ୍ତନ ତତ୍ତ୍ୱର ପାଂଚୋଟି ଅଂଗକୁ ଏଠାରେ ନାଟ୍ୟାୟନ କରାଯାଇଛି। ସେଗୁଡ଼ିକ ହେଲା –
୧. Theory of Evolution as such
୨. Common descent
୩. Gradualism
୪. Population Specialization
୫.Selection
-
Sahasra Janhara Rati
₹200.00‘Sahasra Janhara Rati’, author’s twelfth poetry collection, is interwoven with forty-six Odia poems of varied tastes and thoughts. They depict intricately human dreams and despair, aspiration and agony, passion and emotion, rejoice and sorrow, love and betrayal, delusion and illusion, splendour of nature, philosophy of life, death and time, apprehension for the uncertain future of man and environment and even poetic illustrations of some scientific phenomena that rarely find its place in poetry. Hope these poems may touch the hearts of poetry-lovers.
-
Sahasrabdeera Swaksharita Pandulipi
₹160.00କବିତା ସାମଗ୍ରିକ ଚେତନାକୁ ପ୍ରଭାବିତ କରୁଥିବା ଅପ୍ରତିହତ ସାଂସ୍କୃତିକ ଧାରା- ଏହା ସମସାମୟିକ ଚେତନାରେ ଯେପରି ଜର୍ଜରିତ, ଐତିହାସିକ ଚେତନାରେ ସେହିପରି ପୁଷ୍ଟ । ଏଇ “”ଐତିହାସିକ’ କିନ୍ତୁ ଇତିହାସ ଅର୍ଥରେ ନୁହେଁ । ପ୍ରତ୍ୟେକ କବିର ସ୍ୱତନ୍ତ୍ର ଐତିହ୍ୟ ରହିଛି । ଏହା ଫ୍ରଏଡ୍]ଙ୍କ ଅବଚେତନ ହୋଇପାରେ, କଲରିଜ୍]ଙ୍କ ଋତାବେଶ ହୋଇପାରେ, ମାର୍କସ୍]ଙ୍କ ବସ୍ତୁନିଷ୍ଠ ଦ୍ୱନ୍ଦ୍ୱ ହୋଇପାରେ, ରବୀନ୍ଦ୍ରଙ୍କ ବିଶ୍ୱବୋଧ ହୋଇପାରେ । ତେଣୁ କବିତାର ଧାରା ଏକାଧିକ ଅର୍ଥରେ କ୍ରାନ୍ତିକାରୀ । ସଂଗୀତର ଆରୋହଣ ଓ ଅବରୋହଣ ଛନ୍ଦରେ ଏହା ଗତି କରେନାହିଁ ।
ଅନ୍ୱେଷା, ସଂବର୍ତ୍ତ ଓ ପ୍ରବର୍ତ୍ତନ ଏଇ ତିନୋଟି କ୍ରମରେ ଉତ୍କର୍ଷ କଳା ରୂପାୟିତ ହୁଏ । ଏହା ପୃଥ୍ୱୀ ପାଇଁ ଯେପରି ପ୍ରଯୁଜ୍ୟ, ମଣିଷ ପାଇଁ ଅନୁରୂପ । ସ୍ୱକୀୟ ଆବେଶ ବହିର୍ଜଗତରେ ପ୍ରତିରୂପ ଅନ୍ୱେଷଣ କରେ । ଧୃପଦୀ ଧାରଣା, ସମନ୍ୱିତ ସ୍ରଷ୍ଟା, ଅନୁଭୂତିର ତାତ୍ପର୍ଯ୍ୟ ଅନୁଶୀଳନ କରେ । ଏଇ ଅର୍ଥ ଦାର୍ଶନିକ ନିଗଡ଼ରେ ବନ୍ଧା ନୁହେଁ । କାବ୍ୟିକ ଦୃଷ୍ଟି ସହିତ ଅଭିଦୃଷ୍ଟି, ଅନ୍ତର୍ଦୃଷ୍ଟି, ରସଦୃଷ୍ଟି ଓ ସମଷ୍ଟି ଚେତନା ଘନିଷ୍ଠ ଭାବେ ସମ୍ବନ୍ଧିତ । ତେଣୁ ପ୍ରବହମାନ ସଂସ୍କୃତିର ପୁନର୍ମୁଲ୍ୟାୟନ କବିର ଅବଚେତନରେ ହୁଏ । ତା’ର ଅଭିବ୍ୟକ୍ତି ସ୍ୱତଃ ଶକ୍ତିଶାଳୀ ଓ ପ୍ରଣିଧାନ ଯୋଗ୍ୟ ।
– ପ୍ରହରାଜ ଶ୍ରୀସତ୍ୟନାରାୟଣ ନନ୍ଦ”
-
Saheti Sonnet
₹200.00ବିଭୁଦତ୍ତ ମିଶ୍ର (୨୯ ନଭେମ୍ବର ୧୯୩୬-୨୩ ଫେବୃଆରୀ ୨୦୦୩) ଅଭିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍]ଡ଼ିଭିଜନ୍]ରେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଞ୍ଛାନିଧି ମିଶ୍ରଙ୍କ ପ୍ରେରଣା ତାଙ୍କ ପାଇଁ କବି ହେବାର ନୂତନ ଦିଗନ୍ତ ସୃଷ୍ଟି କରିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍]ଫିଲ୍ ଡିଗ୍ରୀ ଲାଭ କରିବାରେ ସେ ପ୍ରଥମ ବ୍ୟକ୍ତି । ୧୯୬୬ ରେଭେନ୍ସା କଲେଜ, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ ଖଲିକୋଟ କଲେଜ, ବ୍ରହ୍ମଗିରି ପ୍ରଭୃତିରେ ଦୀର୍ଘ ୩୭ ବର୍ଷର ଅଧ୍ୟାପନା ପରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା, କବିତା- ‘ଉର୍ବଶୀର ଚିଠି’ (୧୯୬୧), ‘ହେ ସାରଥି, ରଥରଖ’ (୧୯୬୩), ‘ଶହେଟି ସନେଟ୍]’ (୧୯୬୫), ‘ବିସ୍ମୃତିର ସ୍ମୃତି'(୧୯୮୧), ‘ସୁପର୍ଣ୍ଣର ସଂଗୀତ’ (୧୯୯୦), ‘କବିତା ବିଭୁଦତ୍ତ’ (୨୦୦୦); ସାହିତ୍ୟ ସମାଲୋଚନା- ‘ସବୁଜ ଯୁଗ ଓ କାବ୍ୟ ସଂଚୟନ’ (୧୯୬୪), ‘ଚନ୍ଦ୍ରଭାଗା ଓ ରାଧାନାଥ’ (୧୯୬୨), ‘କବିତା କଲ୍ଲୋଳ ପର୍ଯ୍ୟାଲୋଚନା’ (୧୯୬୫), ‘ଗାଥାକବି ଗୋଦାବରିଶ’ (୧୯୬୫), ‘ନିବଦ୍ଧ ବିଭୁଦତ୍ତ’ (୨୦୦୧); ସଂକଳନ- ‘କବିତା କାଲି ଓ ଆଜିର’, ‘ମାନସ ଗଙ୍ଗା’, ‘ଏକାଙ୍କିକା’, ‘ମାଧୁରୀ’, ‘ପ୍ରବନ୍ଧାୟନ ଗଳ୍ପ ମାନସ’; ଉପନ୍ୟାସ- ‘ସାଗରୀକାର ସ୍ୱପ୍ନ ଭଙ୍ଗ’ (୧୯୬୩); ଆତ୍ମଜୀବନୀ- ‘ମୁଁ ବିଭୁଦତ୍ତ କହୁଛି’ ।
-
Sahitya Samparkare
₹500.00Ramesh P. Panigrahi(1944)is present on the stage for the last 60 years serving the readers/ audience in different capacities, acting, directing, stage designing and occasionally translating from other languages. Author of 91 plays, 2 novels, more than 100 lyrics for All India Radio and seven fat volumes of theatre criticism, Panigrahi aims to elucidate without fear or favour experiences of a timeless world. When you skim and flip through the pages of these plays searching for the author’s design, you would perhaps decipher something unusual, may be sometimes alien.
-
Sahitya: Seema Seematita
₹230.00‘ସାହିତ୍ୟ ସୀମା ଓ ସୀମାତୀତ’ ପୁସ୍ତକର ପରିକଳ୍ପନା ଓଡ଼ିଆ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ । ଯାହା କିଛି ରହିଛି ଜ୍ଞାନର ଦିଗ ଦିଗନ୍ତ ସର୍ବତ୍ର ସାହିତ୍ୟ ଯେ, ବିରାଜିତ ତାହା ପ୍ରମାଣ କରିଦେବାରେ ଏହା ଲେଖକଙ୍କ ଏକ ଅଭିନବ ନିରଭିମାନ ନିବେଦନ । ତେଣୁ ସବୁ ସ୍ତରର ପାଠକ ପାଠିକାଙ୍କ ପାଇଁ ଏହା ଯେ, ନବ-ଚିନ୍ତନର ବିରଳ ଉପାଦାନ ପ୍ରଦାନରେ ପ୍ରଭାବଦୀପ୍ତ, ଏହା ଉପଲବ୍ଧି କରିପାରିବେ ପ୍ରକୃତ ସଜ୍ଜନ । ସେ ଦୃଷ୍ଟିରୁ ଏହାର ବିପୁଳ ଆଦୃତି ଆମେ ଆଶା କରୁଛୁ ।
-
Sailogy and Psychology
₹350.00The book delves into “Sailogy”—the study of the teachings and movements of Shirdi Sai Baba and Sri Sathya Sai Baba—through the lens of cognitive and positive psychology.
- Core Themes: Key topics include the psycho-spiritual renaissance, the science of chanting (Namasmarana), visualization techniques, and the efficacy of prayer.
- Scientific Integration: Dr. Sahoo connects these spiritual practices to empirical evidence in fields like neurophysiology, cell biology, and quantum psychology.
- Chapter Highlights: Specific sections cover “Self-Talk and Positive Affirmation,” “Beyond Body Consciousness,” and the “Joy of Service (Seva)”
-
Saitanara Tribhuja
₹220.00ଚିତ୍ତରଞ୍ଜନ ପଟ୍ଟନାୟକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ସେବାନିବୃତ୍ତ ହୋଇ ଅନୁବାଦ କାର୍ଯ୍ୟରେ ଏବଂ ଲେଖାଲେଖିରେ ମନୋନିବେଶ କରିଛନ୍ତି। ତାଙ୍କର ତିନୋଟି ଅନୁବାଦ ପୁସ୍ତକ (ଓଡ଼ିଆରୁ ଇଂରାଜୀ) ହେଲା- ‘ଦି ନ୍ୟୁ ହରାଇଜନ’, ‘ଗୁରୁଜୀ ଡ.ଚନ୍ଦ୍ରଭାନୁ ଶତପଥୀ- ଏ ୟୁନିକ୍ ପର୍ସନାଲିଟି’ ଏବଂ ‘ଦି ସାଉଣ୍ଡ ଅଫ୍ ସାଇଲେନ୍ସ’। ଇଂରାଜୀରୁ ଓଡ଼ିଆ ଅନୁବାଦ- ‘ଦଶ ଶିଖଗୁରୁ-ଜୀବନୀ ଓ ଦର୍ଶନ’ ପୁଣି ହିନ୍ଦିରୁ ଓଡ଼ିଆ ଅନୁବାଦ ପୁସ୍ତକଟି ହେଉଛି ‘ଲବଙ୍ଗ’ ତାଙ୍କର ସଫଳ କୃତି। ‘ଜୀବନ ପରେ ଜୀବନ’ ପ୍ରକାଶ ପାଇବା ପରେ ଏବେ ପ୍ରକାଶ ପାଇଛି ଅନେକ ଅସମାହିତ ପ୍ରଶ୍ନର ଗନ୍ତାଘର ‘ସୈତାନର ତ୍ରିଭୁଜ’ ଯାହା ପାଠକଙ୍କ ମନ ଓ ପ୍ରାଣକୁ ଉତ୍ସୁକତାରେ ଆନ୍ଦୋଳିତ କରିବ ଏଥିରେ ସନ୍ଦେହ ନାହିଁ। ଏହି ଭିନ୍ନ ସ୍ୱାଦର ପୁସ୍ତକ ପାଠକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଉଛି।
-
Sakala Asi Sikheiba Jae
₹220.00ଅନୁଭବର ଉଦ୍ଭାବନ ବିବିଧତାରେ ବିକଶିତ । ଅଭିନବ ଉଦ୍ଭାଷରେ ଉଦ୍ଭାସିତ ତା’ର ଆଲେକ୍ଷ୍ୟର ଅଭିଲେଖ । ଯହିଁରେ ଅଭିପ୍ସାର ଅସ୍ଥିତ୍ୱ ଅସ୍ମିତାରେ ଅଭିସିକ୍ତ ହୋଇ ଅନିତ୍ୟର ଅପୂର୍ବ ସଙ୍ଗତିରେ ପ୍ରତିଭାତ ହୁଏ । ସୁଯୋଗ୍ୟ ଶବ୍ଦ ସଞ୍ଜୋଜନାକୁ ଅଙ୍ଗୀକାର କରି ଭାବର ସମ୍ପ୍ରୀତିରେ ତାହା ଅମର୍ତ୍ତ୍ୟ ଅମୃତ ପରସେ ।
ପ୍ରସ୍ଫୁଟିତ କଲ୍ଲୋଳ କମନୀୟ ହିଲ୍ଲୋଳରେ ମହନୀୟରୁ ମାର୍ମିକ ହୋଇଯାଏ । ମହିମାରୁ ତା’ର କବ୍ୟିକ ଚେତନାର ଚଉହଦି ବିମୁଗ୍ଧ ବର୍ଣ୍ଣାଳି ତଥା ସ୍ନିଗ୍ଧର ସାଫଲ୍ୟ ସନ୍ନିହିତ ହୋଇ ସମ୍ମୋହିତ କରେ । ସ୍ୱପ୍ନର ସେହି ସ୍ୱରାଜକୁ ଅମାତ୍ୟ ପଣିଆ ଧରି ଅବତୀର୍ଣ୍ଣ ହୁଏ ଆନୁଗତ୍ୟ ଅତୀତ । ଜାଜୁଲ୍ୟ ଜାଲରେ ଛନ୍ଦି ବିଭୋର ଫାନ୍ଦରେ ବାନ୍ଧି ବର୍ତ୍ତମାନର ବିଲମ୍ୱିତ ବ୍ୟଥାର ବିଥିକା ପୁଣି ପ୍ରହେଳିକା ବାଣ୍ଟେ । ଅବ୍ୟବସ୍ଥିତ ମୂହୁର୍ତ୍ତ ମନ୍ତ୍ରଣାରେ ଅକଥନୀୟ ଯନ୍ତ୍ରଣା ନିସର୍ତ୍ତରେ ଅନୁଦିତ ହୁଏ । ଉଦିତ ଆଭାରେ ବ୍ୟବସ୍ତିତ ହୁଏ, ଅନେକ ଅଦୃଶ୍ୟ ତଥ୍ୟ ଦର୍ଶନୀୟ ଦସ୍ତାବିଜ୍ ହୋଇ ।
ସେହି ସଂସ୍ଥାପନର ଦଖଲରେ ଦାବାନଳର ଜ୍ୱାଳା ବୈଶାଖର ଲୀଳା ତଥା ଅହେତୁକ ଅହମିକା ଅବଲୀଳା ଖଞ୍ଜି ହୋଇଯାଏ । ଭୌତିକ ଭଙ୍ଗିମା ତା\’ର ନୈତିକର ସୀମା ଛୁଇଁ ପୁଷ୍ପିତ ସୌହାର୍ଦ୍ଦ୍ୟରେ ନିୟନ୍ତ୍ରିତ ହୁଏ । ତପ୍ତ ବୈତରଣୀ ତରିବାର ପ୍ରଚେଷ୍ଟା ପ୍ରବଳ ପ୍ରତିକୂଳର ଭିଡ଼ ଠେଲି ତମସା ତୋଡ଼କୁ ବେଖାତିର କରେ ।
ରାତିର ରୀତିକୁ ପ୍ରତିହତ କରି ପ୍ରତିଭାତ ହୁଏ ପ୍ରଶାନ୍ତ ସକାଳ । ସେହି ସୂଚୀବନ୍ତ ସକାଳର ସମୁଚିତ ଶିକ୍ଷାରେ ସେଞ୍ଜୋଜିତ ହୁଏ ସମଦର୍ଶୀତା । ପାରିଜାତ ପରି ପ୍ରତ୍ୟୟର ପ୍ରଯୁକ୍ତିରେ ନିଯୁକ୍ତ ସଂଶୋଧନ ପ୍ରଚୁର ପରିପନ୍ଥୀକୁ ପରାହତ କରେ । କାଳି, କଲମ ଓ ମନର ମେଳକରେ ହସି ଉଠେ ଶୃଜନୀର ଶତଦଳ । ଶାଶ୍ୱତ ସଙ୍ଗୀତର ଅନନ୍ୟ ଇଙ୍ଗିତରେ ସଂରଚନା ସବୁ ନବୀନ ଉନ୍ମେଷ ପାଇ ଉଥିତ ହୁଏ । ସନ୍ନିହିତ ସଂଜୀବନୀର ସ୍ୱାକ୍ଷର ବହି ସଞ୍ଜୀବିତ ରୂପାୟନ ସଂସ୍କାରିତ ତଥା ପ୍ରକାଶିତ ହୁଏ, କବିତାର କଳେବର ନେଇ, ସ୍ୱତନ୍ତ୍ର ସକାଳ ଆସି ଶିଖେଇବା ପରେ ।
-
Sakhyatakara
₹200.00Sakhyatakara is a collection of nine short stories by eminent Odia poet, playwright, essayist and fiction writer Jagannath Prasad Das. Stories are Sakyatakara, Jaruri Paristhiti, Lokasansktuti, Samrajya, Sahodara, Ichhapurana, Samasya, Pratidwandi, Dayitwa.